1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଛତୁ କଫି ଶରୀର ପାଇଁ ବହୁତ ଉପକାରୀ: ଜାଣନ୍ତୁ ଏହାର ଫାଇଦା

ଭାରତରେ ବହୁତ ଲୋକ କଫି ପିଇବାକୁ ପସନ୍ଦ କରିଥାନ୍ତି l କିନ୍ତୁ ଅଧିକ କଫି ପିଇବା ଦ୍ଵାରା ମଧ୍ୟ ଏହା ଶରୀରରେ ଖରାପ ପ୍ରଭାବ ପକାଇପାରେ l

Sugyan Kumar Nayak
Sugyan Kumar Nayak
Mushroom Coffee

Mushroom Coffee

ଭାରତରେ ବହୁତ ଲୋକ କଫି ପିଇବାକୁ ପସନ୍ଦ କରିଥାନ୍ତି l କିନ୍ତୁ ଅଧିକ କଫି ପିଇବା ଦ୍ଵାରା ମଧ୍ୟ ଏହା ଶରୀରରେ ଖରାପ ପ୍ରଭାବ ପକାଇପାରେ l କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି କଫି ବିଷୟରେ କହିବାକୁ ଯାଉଛୁ, ତାହା ବିଷୟରେ ଆପଣ ମାନେ ଆଗରୁ କେବେ ଶୁଣି ନଥିବେ l ଆମେ ଆଜି ଆପଣଙ୍କୁ ଯେଉଁ କଫି ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଛତୁ କଫି l

ଛତୁ କଫି ପିଇବାର ଫାଇଦା

ଏହା ଶରୀରକୁ ଶକ୍ତି ଯୋଗାଇଥାଏ  l ଛତୁ କଫିରେ ସାଧାରଣ କଫି ଅପେକ୍ଷା କମ କାଫେଇନର ମାତ୍ରା ମିଳିଥାଏ l ଏହା ଆମ ଶରୀରକୁ ଶକ୍ତି ଯୋଗାଇଥାଏ l ପାଚନ କ୍ରିୟା ମଜବୁତ ରଖିବାରେ ସହାୟକ ହୋଇଥାଏ

କଫି, ଚାହାରୁ ମିଳୁଥିବା ପୋଷଣ ଆମ ଶରୀରର ପାଚନ କ୍ରିୟାକୁ ମଜବୁତ କରିଥାଏ l ଏହା ଉଚ୍ଚ ରକ୍ତଚାପକୁ ସନ୍ତୁଳିତ କରିଥାଏ l ଛତୁ କଫି ଆମ ଶରୀରର ହାଡକୁ ମଜବୁତ କରିଥାଏ l ଏହା ଛଡ଼ା ଶରୀରରେ ହୋଉଥିବା କଷ୍ଟକୁ ମଧ୍ୟ କମ କରିଥାଏ l

ଛତୁ କଫି ପ୍ରସ୍ତୁତ କରିବାର ପ୍ରଣାଳୀ ଓ ସାମଗ୍ରୀ

ଛତୁ କଫି ବନେଇବା ପାଇଁ ୨୫୦ ଗ୍ରାମ କ୍ଷୀର,୨ ଚାମଚ କଫି,୧ଚାମଚ ଛତୁ ପାଉଡର ଓ ଚିନିର ଆବଶ୍ୟକତା ହୋଇଥାଏ l ପ୍ରଥମେ ଗୋଟେ କପରେ କଫି ପାଉଡର ଓ ଚିନିକୁ ଭଲ ଭାବେ ଫେଣ୍ଟିଦିଅନ୍ତୁ l ଅଲଗା ଏକ ପlତ୍ରରେ କ୍ଷୀରକୁ ଗରମ କରନ୍ତୁ l ରଖିଥିବା ଛତୁ ପାଉଡରକୁ ଏଥିରେ ମିଶାଇ ଦିଅନ୍ତୁ l ଏହା ପରେ ଗରମ କରି ରଖିଥିବା କ୍ଷୀରକୁ ମିଶେଇ ଦିଅନ୍ତୁ l ବର୍ତମାନ ଛତୁ କଫିଟି ସମ୍ପୂର୍ଣ ଭାବେ ପ୍ରସ୍ତୁତ ହୋଇଯାଇଛି  l ଆପଣଙ୍କ ଘରେ ଏହାକୁ ବନେଇ ନିଶ୍ଚିନ୍ତ ପିଅନ୍ତୁ l ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ଅଟେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ