1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କ୍ଷୀର ସହ କେବେହେଲେ ମଧ୍ୟ ଖାଆନ୍ତୁ ନାହିଁ ଏହିସବୁ ଜିନିଷ !!

କ୍ଷୀରକୁ ପୃଥିବୀର ଅମୃତ ବୋଲି କୁହାଯାଇଥାଏ l ଏହା ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ତଥା ସମସ୍ତ ବୟସର ବ୍ୟକ୍ତିବିଶେଷଙ୍କ ପାଇଁ ଏକ ପୋଷକ ପଦାର୍ଥ ହୋଇଥାଏ l କ୍ଷୀରରେ ସମସ୍ତ ପ୍ରକାରର ଜରୁରୀ ପୋଷଣ ଭରି ରହିଥାଏ, ପିଲାବେଳୁ ହିଁ କ୍ଷୀର ପିଇବା ପାଇଁ କୁହାଯାଇଥାଏ କାରଣ ଏହା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ l

Sugyan Kumar Nayak
Sugyan Kumar Nayak
Milk

Milk

କ୍ଷୀରକୁ ପୃଥିବୀର ଅମୃତ ବୋଲି କୁହାଯାଇଥାଏ l ଏହା ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ତଥା ସମସ୍ତ ବୟସର ବ୍ୟକ୍ତିବିଶେଷଙ୍କ ପାଇଁ ଏକ ପୋଷକ ପଦାର୍ଥ ହୋଇଥାଏ l କ୍ଷୀରରେ ସମସ୍ତ ପ୍ରକାରର ଜରୁରୀ ପୋଷଣ ଭରି ରହିଥାଏ, ପିଲାବେଳୁ ହିଁ କ୍ଷୀର ପିଇବା ପାଇଁ କୁହାଯାଇଥାଏ କାରଣ ଏହା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ l ଏହାର ଖାସ୍ କାରଣ ଏହା ଯେ କ୍ଷୀର ଏକ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଅଟେ ଯେଉଁଥିରେ କି ପ୍ରୋଟିନ, କ୍ୟାଲ୍ସିଅମ ଏବଂ ଭିଟାମିନ ଡି ସହିତ ଆହୁରି ଅନେକ ପୋଷକତତ୍ତ୍ୱ ଭରି ରହିଥାଏ l କ୍ଷୀର ସେବନ କରିବା ଦ୍ୱାରା ଆମ ଶରୀରର ହାଡ଼ ମଜବୁତ ରହିଥାଏ l  ଆମେ ଏହା କହିପାରିବl ଯେ କ୍ଷୀର ପିଇବା ଆମ ଫିଟନେସ୍ ପାଇଁ ବହୁତ ଜରୁରୀ ହୋଇଥାଏ l କିନ୍ତୁ କ୍ଷୀର ପିଇବା ସମୟରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ ଯେ ଏହା ସହିତ ଯେମିତି ଆପଣ କିଛି ନିର୍ଦ୍ଧିଷ୍ଟ ଜିନିଷକୁ ଖାଆନ୍ତୁ ନାହିଁ l ନଚେତ ଏହା ଆପଣଙ୍କ ଶରୀର ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ l ଆଜି ଆମେ ଏହି ଲେଖା ମାଧ୍ୟମରେ ଆପଣଙ୍କୁ କିଛି ଏପରି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ କେବେହେଲ ମଧ୍ୟ କ୍ଷୀର ସହିତ ମିଶାଇ ଖାଇବା ଉଚିତ ନୁହେଁ l

ପ୍ରଥମ ହେଉଛି ଦହି, ଧ୍ୟାନ ରଖନ୍ତୁ ଯେ କେବେ ବି କ୍ଷୀର ସହିତ ଦହିକୁ ମିଶାଇ ଖାଇବା ଠିକ ହୋଇନଥାଏ l କାରଣ ଏମିତି କରିବା ଦ୍ୱାରା ଗ୍ୟାସ୍ ଓ ପେଟ ଜନିତ ସମସ୍ୟା ହୋଇଥାଏ ତେଣୁ ଆପଣ କ୍ଷୀର ଏବଂ ଦହି ଖାଇବାରେ ଅତି କମରେ ଏକ ଘଣ୍ଟାର ବ୍ୟବଧାନ ରଖିବା ଜରୁରୀ l ଦ୍ଵିତୀୟରେ ହେଉଛି ମାଛ ଓ ମାଂସ, ସାଧାରଣତଃ ଲୋକମାନେ ମାଛ, ମାଂସ ଆଦି ଖାଇବା ପରେ ବା ଖାଇବା ସମୟରେ ହିଁ କ୍ଷୀରର ସେବନ କରିଥାନ୍ତି l କିନ୍ତୁ ଏପରି କରିବା ବିଲକୁଲ୍ ଠିକ୍ ନୁହେଁ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ, କାରଣ ଏହାର କୁପ୍ରଭାବ ଆମ ହଜମ ପ୍ରକ୍ରିୟା ଉପରେ ପଡ଼ିଥାଏ l

ତୃତୀୟରେ ହେଉଛି କୌଣସି ଖଟା ଫଳ, ଧ୍ୟାନ ରଖନ୍ତୁ କି ଆପଣ କୌଣସି ଖଟା ଫଳ ସହିତ ଯେପରି କ୍ଷୀର ଖାଆନ୍ତୁ ନାହିଁ  l ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ l ଜାଣିରଖନ୍ତୁ ଯେ ଖଟା ଫଳରେ ଭିଟାମିନ ସି ଓ ସାଇଟ୍ରିକ ଏସିଡ ଥାଏ, ଯାହାକୁ କି କ୍ଷୀର ସହିତ ଖାଇବା ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ l

ଚତୁର୍ଥରେ ହେଉଛି କଦଳୀ ଅଧିକାଂଶ ଲୋକ କ୍ଷୀର ସହିତ କଦଳୀ ଖାଇବାକୁ ଭଲ ପାଆନ୍ତି l କିନ୍ତୁ ଜାଣିରଖନ୍ତୁ ଯେ କ୍ଷୀର ସହିତ କଦଳୀ ଖାଇବା ଶରୀର ପାଇଁ ହାନିକାରକ ହୋଇଥାଏ l ପ୍ରକୃତରେ ଏହାକୁ ମିଶାଇ ଖାଇଲେ ହଜମ ହେବାକୁ ବହୁତ ସମୟ ଲାଗିଥାଏ l ତେଣୁ ଆପଣଙ୍କର ବାନ୍ତି ହୋଇପାରେ ବା ଆପଣଙ୍କ ହଜମ ପ୍ରକ୍ରିୟା ବାଧା ପ୍ରାପ୍ତ ହୋଇଥାଏ l ତେଣୁ ଆପଣମାନେ ଧ୍ୟାନ ରଖନ୍ତୁ ଯେ କେବେହେଲେ ମଧ୍ୟ କ୍ଷୀର ସହିତ ଏସବୁ ଜିନିଷର ସେବନ କରନ୍ତୁ ନାହିଁ l ହେଲେ କ୍ଷୀର ସହିତ ଆହୁରି ଅନେକ ଜିନିଷ କୁ ଖାଇବା ମଧ୍ୟ ଭଲ ଫଳ ଦେଇଥାଏ ଯେପରିକି ହଳଦୀ, ବାଦାମ, କେଶର ଇତ୍ୟାଦି ତେଣୁ ଆପଣ ଏସବୁ ସହିତ କ୍ଷୀର ପୀଇପାରିବେ ଓ ସୁସ୍ଥ ମଧ୍ୟ  ରହିପାରିବେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments