Health & Lifestyle

ଖାଦ୍ୟ ଖାଇବା ପରେ ଭୁଲ୍‌ରେ କରନ୍ତୁ ନାହିଁ ଏହି କାମ, ଭୋଗିବେ ସମସ୍ୟା

ଆମେ ଖାଦ୍ୟ ଖାଇବା ପରେ ଏପରି କିଛି କରିଥାଉ ଯାହା ଆମ ଶରୀର ପାଇଁ ଠିକ୍ ନୁହେଁ । ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ନିଜକୁ କିଛି ଅନାବଶ୍ୟକ କାମ କରିବା ଠାରୁ ହିଁ ଦୂରେଇ ରଖିବା ଜରୁରୀ । ଚାଲନ୍ତୁ ଜାଣିବା...

06 May, 2022 11:48 AM IST By: Sudesna Nayak

ଆମେ ଖାଦ୍ୟ ଖାଇବା (Eating Food) ପରେ ଏପରି କିଛି କରିଥାଉ ଯାହା ଆମ ଶରୀର ପାଇଁ ଠିକ୍ ନୁହେଁ । ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ନିଜକୁ କିଛି ଅନାବଶ୍ୟକ କାମ କରିବା ଠାରୁ ହିଁ ଦୂରେଇ ରଖିବା ଜରୁରୀ । ଚାଲନ୍ତୁ ଜାଣିବା...

ସୂଚନା ଅନୁଯାୟୀ, ଅନେକ ଥର ଖାଦ୍ୟ ଖାଇବା (Eating Food) ପରେ ଆମକୁ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡେ, ଯେଉଁଥିରେ ଓଜନ ବୃଦ୍ଧି (Fat),ଫେଟ ଫୁଲିବା, ହଜମ ସଠିକ ନ ହେବା ଆଦି ସମସ୍ୟା ସାମିଲ ରହିଛି । ଏହାର କାରଣ ମଧ୍ୟ ଆମେ ସ୍ୱୟଂ ହୋଇଥାଉ । ଆମେ ଖାଦ୍ୟ ଖାଇବା (Eating Food)ପରେ ଏପରି କିଛି କରିଥାଉ ଯାହା ଆମ ଶରୀର ପାଇଁ ଠିକ୍ ନୁହେଁ ଓ ଆୟୁର୍ବେଦ (Ayurveda) ମଧ୍ୟ ଏହା କରିବାକୁ ବାରଣ କରେ ।

1. ଖାଇବା ପରେ ଶୋଇବା ଉଚିତ ନୁହେଁ ,ଜାଣନ୍ତୁ...

ଯଦି ଆପଣମାନେ ଖାଇବା (Eating Food) ପରେ ଶୋଇପଡନ୍ତି, ତେବେ ଏହା ଆପଣମାନଙ୍କ ଶରୀରରେ କଫ ଓ ଚର୍ବି ବଢାଇଥାଏ । ଶୋଇବା ସମୟରେ ଆମ ଶରୀରର ମେଟାବୋଲିଜିମ୍ କମିଯାଏ ଓ ଏହା ସହିତ ହଜମ ପ୍ରକ୍ରିୟା ମଧ୍ୟ ମନ୍ଥର ହୋଇଯାଏ । ଏହାଦ୍ବାରା ଆପଣଙ୍କ ହଜମ ପ୍ରକ୍ରିୟା ନଷ୍ଟ ହୋଇପାରେ । ସେଥିପାଇଁ ଖାଇବା ପରେ ୧୦ରୁ ୧୫ ମିନିଟ୍ ଚାଲିବା ଉଚିତ୍ ।

2.ଖାଇବା ପରେ ତୁରନ୍ତ ଗାଧୋଇବା ଉଚିତ ନୁହେଁ,ଜାଣନ୍ତୁ...

ସକାଳ ଜଳଖିଆ ହେଉ କି ରାତ୍ରିଭୋଜନ ଖାଇବା ପରେ ତୁରନ୍ତ ଗାଧୋଇବା ଉଚିତ ନୁହେଁ । ଏହା କରିବା ଦ୍ବାରା ଆପଣଙ୍କୁ କୋଷ୍ଠକାଠିନ୍ୟ ହୋଇପାରେ । ଗାଧୋଇବା ପରେ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ ଯାହା ଫଳରେ ଖାଦ୍ୟ ସଠିକ୍ ଭାବରେ ହଜମ ହୋଇନଥାଏ ।

3.ଭୋଜନ ଖାଇବା ପରେ ଫଳ ଖାଇବା ଉଚିତ ନୁହେଁ,ଜାଣନ୍ତୁ...

ଅଧିକାଂଶ ଲୋକ ଖାଇବା ପରେ ଫଳ ଖାଇଥାନ୍ତି । ଏମିତି କରିବା ଦ୍ବାରା ଆପଣ ନିଜର ହିଁ କ୍ଷତି କରନ୍ତି । ଏହା କରିବା ଦ୍ବାରା ଆପଣଙ୍କୁ ଅମ୍ଳ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

4.ଭୋଜନ ଖାଇବା ପରେ ଧୂମପାନ କରିବା ଉଚିତ ନୁହେଁ,ଜାଣନ୍ତୁ...

ଆପଣ ଦେଖିଥିବେ ଯେ କିଛି ଲୋକଙ୍କୁ ଖାଇବା ପରେ (Eating Food) ଧୂମପାନ କରିବାର ଅଭ୍ୟାସ ଥାଏ । କିନ୍ତୁ ଏମିତି କରୁଥିବା ଲୋକ ସାବଧାନ ହୋଇଯାଆନ୍ତୁ । କାରଣ ଏହା କରିବା ଦ୍ବାରା ଆପଣଙ୍କ ଓଜନ ବଢିଥାଏ ।

5.ଭୋଜନ ପରେ ବ୍ୟାୟାମ କରିବା ଉଚିତ ନୁହେଁ ,ଜାଣନ୍ତୁ...

ଆପଣମାନଙ୍କୁ ପ୍ରାୟତଃ ଲାଗୁଥିବ ଯେ ଯଦି ଆପଣ ଖାଦ୍ୟ ଖାଇବା (Eating Food)ପରେ କିଛି ସମୟ ବ୍ୟାୟାମ କରନ୍ତି, ତେବେ ଆପଣମାନଙ୍କର ଖାଦ୍ୟ ହଜମ ହେବ । କିନ୍ତୁ ବାସ୍ତବରେ ଏହା ବିପରୀତ ଅଟେ । ଖାଦ୍ୟ ଖାଇବା ପରେ ଯଦି ଆପଣ ଅଧିକ ଶାରୀରିକ କାର୍ଯ୍ୟକଳାପ କରନ୍ତି ତେବେ ଆପଣମାନଙ୍କର ହଜମ ପ୍ରକ୍ରିୟା ମନ୍ଥର ହୋଇଯାଏ । ଯେଉଁଥିପାଇଁ ଆପଣଙ୍କର ପେଟ ଫୁଲିଯାଏ ।

6.ଖାଇବା ପରେ ଖରାରେ ବାହାରିବା ଉଚିତ ନୁହେଁ ,ଜାଣନ୍ତୁ...

ଯଦି ଆପଣ ଖାଇବା (Eating Food) ପରେ ତୁରନ୍ତ ସୂର୍ଯ୍ୟକିରଣ ସ୍ପର୍ଶରେ ଆସନ୍ତି, ତେବେ ଏହା ଆପଣମାନଙ୍କ ମୁଖ୍ୟ ଅଙ୍ଗକୁ ରକ୍ତ ପ୍ରବାହକୁ ହ୍ରାସ କରିଥାଏ । ଆପଣଙ୍କ ପେଟ ସହିତ ମଧ୍ୟ ସମାନ ଘଟଣା ଘଟେ । ଏହି କାରଣରୁ ଆପଣଙ୍କର ମେଟାବୋଲିଜିମ୍ ମନ୍ଥର ହୋଇଯିବ ଓ ଆପଣ ଖାଉଥିବା ଜିନିଷରୁ ଆପଣଙ୍କର ଶରୀରକୁ କମ୍ ପୋଷଣ ମିଳିବ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଖାଦ୍ୟ ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ଜରୁରୀ ନିଅନ୍ତୁ ।

ମାଂସ ଖାଉଥିବା ପିଲାମାନଙ୍କଠାରେ ଦେଖାଯିବ ଏହି ବିପଦ,ଜାଣନ୍ତୁ...

ଲେମ୍ବୁ ସହ ଆଦୌ ଖାଆନ୍ତୁନି ଏହି ୪ଟି ଜିନିଷ, ଶରୀର ପାଇଁ ବିପଜ୍ଜନକ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)