Health & Lifestyle

କେବେ ବି ଖାଆନ୍ତୁନାହିଁ ଏହି ଡାଲି, ହେବ କ୍ଷତି

ଡାଲି ମନୁଷ୍ୟ ଶରୀର ପାଇଁ ଲାଭଦାୟକ ଅଟେ । ଏଥିରୁ ଜରୁରୀ ପୋଷକ ତତ୍ତ୍ବ ମିଳିବା ସହ ଅନେକ ରୋଗ ମଧ୍ୟ ଆପଣଙ୍କ ପାଖ ମାଡେନାହିଁ । ତଥାପି ଏମିତି କିଛି ଡାଲି ରହିଛି ଯାହା ଖାଇବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ।

15 June, 2022 3:04 PM IST By: Sudesna Nayak

ଡାଲି (Dal)ମନୁଷ୍ୟ ଶରୀର ପାଇଁ ଲାଭଦାୟକ ଅଟେ । ଏଥିରୁ ଜରୁରୀ ପୋଷକ ତତ୍ତ୍ବ ମିଳିବା ସହ ଅନେକ ରୋଗ ମଧ୍ୟ ଆପଣଙ୍କ ପାଖ ମାଡେନାହିଁ । ତଥାପି ଏମିତି କିଛି ଡାଲି ରହିଛି ଯାହା ଖାଇବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ।

ସୂଚନା ଅନୁଯାୟୀ, ବିଶେଷକରି ରାତିରେ ଏହି ଡାଲି (Dal)ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ପ୍ରକୃତରେ ଏହି ଡାଲି ହଜମ କରିବା କଷ୍ଟକର ହୋଇଥାଏ । ତେଣୁ ରାତିରେ ଏହି ଡାଲି ସେବନରୁ ଦୂରେଇ ରହିବା ଉଚିତ । ଏହି ଡାଲିରେ ବିରି ଡାଲି (Urad Dal)ମଧ୍ୟ ସାମିଲ ରହିଛି । ତେବେ ଚାଲନ୍ତୁ ଜାଣିବା ରାତିରେ କାହିଁକି ଏହି ଡାଲି ଖାଇବା ଉଚିତ ନୁହେଁ ଏବଂ ଏହା ଆପଣଙ୍କ ପାଇଁ କି ପ୍ରକାର କ୍ଷତି ଘଟାଇପାରେ ।

ବିରି ଡାଲି (Urad Dal) ହଜମ ହେବାକୁ ଟିକେ କଷ୍ଟକର ହୋଇଥାଏ । ଏଥିପାଇଁ ଏହାକୁ ଅଧିକ ନଖାଇବାକୁ ପରାମର୍ଶ ଦିଆଯାଇଥାଏ । ଯଦି ଆପଣ ଏହାକୁ ଅଧିକ ସେବନ କରିବେ ତେବେ ସମସ୍ୟାରେ ପଡିପାରନ୍ତି । ବିଶେଷକରି ଯଦି ଆପଣ ରାତିରେ ଏହି ଡାଲି ଖାଆନ୍ତି, ତେବେ ଆପଣଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପାରେ । ଏମିତି ଲୋକଙ୍କୁ ଏହି ଡାଲିଠାରୁ ନିଜକୁ ଦୂରେଇ ରଖିବାକୁ ପଡିବ ।

ୟୁରିକ୍ ଏସିଡ୍ (Uric acid) ବଢାଇବାରେ ମଧ୍ୟ ଏହି ଡାଲି ଅନ୍ୟତମ । ଅର୍ଥାତ ଯେଉଁମାନଙ୍କର ପୂର୍ବରୁ ହିଁ ୟୁରିକ୍ ଏସିଡ୍ (Uric acid)ସମସ୍ୟା ରହିଛି ସେମାନେ ଏହି ଡାଲିଠାରୁ ଦୂରରେ ରହିବା ଉଚିତ । ନଚେତ ସମସ୍ୟା ବଢିପାରେ ଏବଂ ହାତ-ପାଦରେ ଯନ୍ତ୍ରଣା ଆରମ୍ଭ ହୋଇପାରେ ।

ବିରି ଡାଲି (Urad Dal) କିଡନୀରେ ଷ୍ଟୋନ୍ (kidney stone) ସୃଷ୍ଟି କରିପାରେ । ଅର୍ଥାତ କିଡନୀକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ଏହି ଡାଲିରୁ ଦୂରରେ ରହିବାକୁ ପଡିବ । ନଚେତ ଆପଣଙ୍କ କିଡନୀରେ ସମସ୍ୟା ସୃଷ୍ଟି ହୋଇପାରେ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ବିରି ଡାଲି (Urad Dal) ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

ବ୍ଲଡପ୍ରେସର ରୋଗୀଙ୍କ ପାଇଁ ଉପକାରୀ ପାଳଙ୍ଗ ଜୁସ୍‌,ଜାଣନ୍ତୁ ଫାଇଦା...

ମଧୁମେହଠୁ ଦୂରରେ ରଖିବ ମିଲେଟ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)