ସାରା ବିଶ୍ୱରେ କୋରୋନା (Corona virus)କୁ ନେଇ ହାହାକାର ପରିସ୍ଥିତି । ତାଣ୍ଡବ ରଚିଛି କୋରୋନା ନୂଆ ଭାରିଏଣ୍ଟ ଓମିକ୍ରନ୍ (Omicron)। ଦିନକୁ ଦିନ ଓମିକ୍ରନ୍ (Omicron) ଆକ୍ରାନ୍ତଙ୍କ ସଂଖ୍ୟା ଗୁଳି ବେଗରେ ବଢ଼ି ଚାଲିଛି ।
ଲକ୍ଷ ଲକ୍ଷ ଲୋକେ ଓମିକ୍ରନ୍ ଭୂତାଣୁରେ ସଂକ୍ରମିତ ହେଲେଣି । ତେବେ ଏଥିରୁ ବର୍ତ୍ତିବା ପାଇଁ ବ୍ୟକ୍ତିମାନଙ୍କୁ ନିଜ ଇମ୍ୟୁନ୍ ସିଷ୍ଟମକୁ ଆହୁରି ମଜଭୁତ କରିବା ଆବଶ୍ୟକ ଅଟେ । ଏହି ଭାଇରସ୍ରୁ ବଞ୍ଚିବା ପାଇଁ ଏକ ଉପଯୁକ୍ତ ଡାଏଟ୍ ପ୍ଲାନ୍ ଆପଣାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।
ଓମିକ୍ରନ୍ (Omicron) ଜୀବାଣୁକୁ ଏଡାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ପରାମର୍ଶ ଦେଇଛି । କେଉଁ ସବୁ ଖାଦ୍ୟକୁ ନିଜ ଡାଏଟ୍ ପ୍ଲାନ୍ରେ ସାମିଲ କରିବା ଉଚିତ ସେ ନେଇ ଏକ ତାଲିକା ମଧ୍ୟ ଜାରି କିରଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ।
ଚାଲନ୍ତୁ ଜାଣିବା...
ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଉଚିତ । ଏହା ଶରୀରରେ ଥିବା ପୋଷକ ତତ୍ତ୍ୱକୁ ରକ୍ତ ସହିତ ମିଶାଇଥାଏ ଏବଂ ଶରୀରର ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।
ଦିନରେ ଅତି କମ୍ରେ ୮ ରୁ ୧୦ ଗ୍ଲାସ୍ ପାଣି ପିଇବା ଉଚିତ ଅଟେ ।
ପାଣି ବ୍ୟତୀତ ହାଇଡ୍ରେସନ୍ ପାଇଁ ବିଭିନ୍ନ ପ୍ରକାରର ଫଳ ଏବଂ ସବୁଜ ପନିପରିବା ଖାଇପାରିବେ । ଫଳ, ପରିବା, ଡାଲି, ଛେନା ଏବଂ ଓଟସ୍, ଗହମ ଓ ବ୍ରାଉନ୍ ରାଇସ୍ ମଧ୍ୟ ଖାଇବା ଉଚିତ ।
ମାଂସ, ଅଣ୍ଡା, କ୍ଷୀରକୁ ମଧ୍ୟ ନିଜ ଖାଦ୍ୟପେୟରେ ନିଶ୍ଚିତ ରୂପେ ସାମିଲ କରିବାକୁ ଭୁଲନ୍ତୁ ନାହିଁ ।
ଜଳଖିଆରେ କଞ୍ଚା ପନିପରିବା ଏବଂ ଫଳ ଖାଆନ୍ତୁ । ଯେଉଁ ଖାଦ୍ୟରେ ଅଧିକ ମାତ୍ରାରେ ଚିନି, ଲୁଣ ଏବଂ ଫ୍ୟାଟ୍ ରହିଛି ସେଗୁଡିକୁ ହିଁ ଖାଇବା ଠାରୁ ଦୂରେଇ ରୁହନ୍ତୁ ।
ପ୍ରତିଦିନ ଦୁଇ କପ୍ ଫଳ, ଅଢ଼େଇ କପ୍ ପରିବା, ୧୮୦ ଗ୍ରାମ ରୁଟି ବା ଭାତ, ୧୬୦ ଗ୍ରାମ ମାଂସ ଏବଂ ବିନ୍ସ ଆପଣମାନେ ନିଶ୍ଚିତ ରୂପେ ଖାଆନ୍ତୁ ।
ପନି ପରିବାଗୁଡିକୁ ଅଧିକ ସିଝାଇ ଖାଆନ୍ତୁ ନାହିଁ , ଯାହା ଦ୍ୱାରା ଏଥିରେ ଥିବା ପୋଷକତତ୍ତ୍ୱ ନଷ୍ଟ ହୋଇଯାଇଥାଏ ।
ଆପଣମାନେ ଆଭୋକାଡୋ, ଖୁଆ, ଅଲିଭ ଅଏଲ୍ ଏବଂ ସୋଆବିନ୍ ଆଦି ଖାଆନ୍ତୁ । ଲୁଣ ଏବଂ ଚିନିକୁ ଅତ୍ୟନ୍ତ କମ୍ ମାତ୍ରାରେ ସେବନ କରନ୍ତୁ ।
ଏଥିସହିତ ପ୍ରଚୁର ସସୋଡିଅମ୍ ଯୁକ୍ତ ଯେପରି ଫିସ୍ ସସ୍ ଏବଂ ସୋଆ ସସ୍ ଖାଇବା ଠାରୁ ଦୂରେଇ ରୁହନ୍ତୁ । ପୂରା ଦିନକ ମଧ୍ୟରେ ହିଁ ୫ ଗ୍ରାମ ଠାରୁ ବି କମ୍ ଲୁଣ ଖାଆନ୍ତୁ ।
ବିସ୍କୁଟ ବା କୁକିଜ୍ ବଦଳରେ ତାଜା ଫଳମାନ ଖାଆନ୍ତୁ । ବାହାର ଫାଷ୍ଟ ଫୁଡ ଖାଦ୍ୟ (Fast Food )ଠାରୁ ଦୂରେଇ ରୁହନ୍ତୁ ।
ଏଭଳି ଖାଇବା ଦ୍ୱାରା ଆପଣମାନଙ୍କ ଇମ୍ୟୁନ୍ ସିଷ୍ଟମ ମଜଭୁତ ହୋଇଥାଏ । ଏହା ଓମିକ୍ରନ୍ (Omicron) ଠାରୁ ଦୂରେଇ ରଖିବାରେ କିଛି ମାତ୍ରାରେ ସାହାୟତା କରେ । ଯଦି କୌଣସି ବ୍ୟକ୍ତି ଓମିକ୍ରନ (Omicron)ରେ ଆକ୍ରାନ୍ତ ହୋଇଥାନ୍ତି, ତେବେ ଏ ସବୁ ଡାଏଟ୍ ପ୍ଲାନ୍ ସହ ଡାକ୍ତରମାନଙ୍କ ପରାମର୍ଶ ଅନୁଯାୟୀ ଔଷଧ ମଧ୍ୟ ଖାଇବା ଉଚିତ ବୋଲି (ହୁ) ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କହିଛି ।
ଓମିକ୍ରନ୍ ଲକ୍ଷଣ ଦେଖାଯାଉଛି କି ? ଖାଆନ୍ତୁ ଏହି ସବୁ ଖାଦ୍ୟ...
Omicron First Symptom: ଓମିକ୍ରନ ହେବା ମାତ୍ରେ ସର୍ବପ୍ରଥମେ ଦେଖାଯାଏ ଏହି ଲକ୍ଷଣ, ଜାଣନ୍ତୁ...