1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଓମିକ୍ରନ୍ ଲକ୍ଷଣ ଦେଖାଯାଉଛି କି ? ଖାଆନ୍ତୁ ଏହି ସବୁ ଖାଦ୍ୟ...

ଯେଉଁମାନେ ଓମିକ୍ରନ (Omicron)ରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କୁ ଜଣା ହିଁ ନଥାଏ ସେମାନେ କେଉଁ କେଉଁ ଖାଦ୍ୟ ଖାଇବେ, ଖାସ୍ କରି ଯେଉଁମାନଙ୍କୁ ଭୋକ ନ ଲାଗୁଛି । କାହିଁକି ନା ଭୋକ ନ ଲାଗିବା ବି ଓମିକ୍ରନର ଏକ ଲକ୍ଷଣ (Omicron symptoms) ଅଟେ ।

Sudesna Nayak
Sudesna Nayak
IF Omicron symptoms visible eat all these foods

IF Omicron symptoms visible eat all these foods

ଯେଉଁମାନେ ଓମିକ୍ରନ (Omicron)ରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କୁ ଜଣା ହିଁ ନଥାଏ ସେମାନେ କେଉଁ କେଉଁ ଖାଦ୍ୟ ଖାଇବେ, ଖାସ୍ କରି ଯେଉଁମାନଙ୍କୁ ଭୋକ ନ ଲାଗୁଛି । କାହିଁକି ନା ଭୋକ ନ ଲାଗିବା ବି ଓମିକ୍ରନର ଏକ ଲକ୍ଷଣ (Omicron symptoms) ଅଟେ ।

ଡାକ୍ତରଙ୍କ କହିବା ଅନୁସାରେ, ଯେଉଁ ଲୋକେମାନେ ଓମିକ୍ରନ (Omicron) ଓ ଡେଲ୍ଟା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେଉଛନ୍ତି ସେମାନଙ୍କୁ ଭୋକ ବହୁତ କମ୍ ଲାଗେ । ଓମିକ୍ରମ ହେବା ଦ୍ୱାରା ତଣ୍ଟି ତଥା ଗଳା ଖୁବ୍ ଦର୍ଜ ହୋଇଥାଏ । ଏମିତିରେ କୌଣସି ଲିକ୍ୱିଡ୍ ଜାତୀୟ ଖାଦ୍ୟ ଖାଇଲେ ବି ତଣ୍ଟିରେ ଯନ୍ତ୍ରଣା ଭଳି ଅନୁଭବ ହୋଇଥାଏ । ଏମିତିକି ଗଳା ଦର୍ଜ ଓ ଭୋକ ନ ଲାଗିବା କାରଣରୁ ବି କିଛି ଖାଇବାକୁ ମନ ହୋଇନଥାଏ । କିନ୍ତୁ ସୁସ୍ଥ ହେବାକୁ ଶରୀର ନ୍ୟୁଟ୍ରିସନ୍ ପାଇବା ଖୁବ୍ ଜରୁରୀ । ଏମିତିରେ କଣ କଣ ସବୁ ଖାଇବେ ଚାଲନ୍ତୁ ଜାଣିବା...

ସଂକ୍ରମିତ ଖାଦ୍ୟ କଣ ସବୁ ଖାଇବେ,ଜାଣନ୍ତୁ...

ଦହି

ଓମିକ୍ରନ (Omicron)ରେ ଆକ୍ରାନ୍ତ ହେଲେ ଆପଣମାନେ ଦହି ଖାଆନ୍ତୁ । ଦହି ତରଳ ଜାତୀୟ ଓ ନରମ୍ ହୋଇଥିବା କାରଣରୁ ଗଳାକୁ ବହୁତ ଆରାମ ମିଳିଥାଏ । ଏହାସହ ଏଥିରେ ପ୍ରୋଟିନ୍ ଭରପୁର ମାତ୍ରାରେ ଥିବାରୁ ଭୋକ ଖୁବ୍ କମ୍ ମଧ୍ଯ ଲାଗିଥାଏ ।

ସୁପ୍

ଗଳାକୁ ଆରମ୍ ଓ ପୋଷଣ ପାଇଁ ସୁପ୍ ଅତ୍ୟନ୍ତ ଭଲ ହୋଇଥାଏ । ଡାକ୍ତରଙ୍କ କହିବା ଅନୁସାରେ, ସୁପରେ ପ୍ରଚୁର ପରିମାଣରେ ଇଲୋକ୍ରୋଲାଇଟ୍ ଅଛି । ଯାହା ସେବନ କରିବା ଶରୀର ପାଇଁ ଖୁବ୍ ଉପକାରୀ ହୋଇଥାଏ । ଯଦି ଆପଣମାନଙ୍କୁ ଅଧିକ ଭୋକ ଲାଗୁଛି ତାହେଲେ ସୁପରେ କିଛି ପରିବା ମିଶାଇ ଖାଇ ପାରିବେ । ଏହାଦ୍ୱାରା ଶରୀରକୁ ଅଧିକରୁ ଅଧିକ ପୋଷକ ତତ୍ତ୍ୱ ମିଳିବ ଯାହା ସଂକ୍ରମଣ ସହ ଲଢିବାକୁ ବହୁ ସାହାଯ୍ୟ କରିବ ।

ଶାଗ

ଓମିକ୍ରନ (Omicron)ରେ ଆକ୍ରାନ୍ତ ହେଲେ ଆପଣମାନେ ଏହି ସମୟରେ ଶାଗ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କାହିଁକି ନା ଶାଗ ଜାତୀୟ ଖାଦ୍ୟ ଓମିକ୍ରନ ସଂକ୍ରମିତଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିପାଇଁ ଆପଣମାନେ ପାଳଙ୍ଗ ଶାଗ, ପତ୍ରକୋବି, ଫୁଲକୋବି ଆଦି ସେବନ କରି ପାରିବେ ।

ପ୍ରୋଟିନ ସେକ୍

ଡାକ୍ତରଙ୍କ କହିବା ଅନୁସାରେ, ଓମିକ୍ରନ୍ (Omicron) ଆକ୍ରାନ୍ତ ବ୍ୟକ୍ତି ସବୁବେଳେ ପ୍ରୋଟିନ ସେକ୍ ସେବନ କରିବା ଉଚିତ ହୋଇଥାଏ । ଏଥିପାଇଁ ଆପଣମାନେ ନିଜ ପସନ୍ଦର ପ୍ରୋଟିନ୍ ପାଉଡରକୁ କ୍ଷୀର କିମ୍ବା ପାଣିରେ ମିଶାଇ ସେବନ କରି ପାରିବେ ।

ପ୍ରକାଶ ଥାଉ କି, ଓମିକ୍ରନ ଆକ୍ରାନ୍ତ ବ୍ୟକ୍ତି ଲିକ୍ୱିଡ ପଦାର୍ଥମାନ ସେବନ କରିବା ନିହାତି ଜରୁରୀ ଅଟେ। ସେଥିପାଇଁ ଇଲୋକ୍ଟ୍ରୋଲାଇଟ୍ସ ଥିବା ପାଉଡର ପିଇବା ବେଶ୍ ଭଲ ।

କିନ୍ତୁ ଧ୍ୟାନରେ ରଖନ୍ତୁ କି, ଆପଣମାନେ ଯାହା ବି ଖାଉଛନ୍ତି ଡାକ୍ତରମାନଙ୍କ ପରାମର୍ଶ ନିହାତି ଭାବରେ ନିଅନ୍ତୁ ।

Omicron First Symptom: ଓମିକ୍ରନ ହେବା ମାତ୍ରେ ସର୍ବପ୍ରଥମେ ଦେଖାଯାଏ ଏହି ଲକ୍ଷଣ, ଜାଣନ୍ତୁ...

ଓମିକ୍ରନରୁ ରକ୍ଷା ପାଇଁ କ୍ଷୀରରେ ମିଶାଇ ପିଅନ୍ତୁ ଏହି ୫ଟି ଜିନିଷ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments