1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଓମିକ୍ରନରୁ ରକ୍ଷା ପାଇଁ କ୍ଷୀରରେ ମିଶାଇ ପିଅନ୍ତୁ ଏହି ୫ଟି ଜିନିଷ...

କ୍ଷୀରରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯେଉଁଥିପାଇଁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ବୋଲି ବିବେଚନା କରାଯାଏ । ଯଦି ଆପଣମାନେ ଅନ୍ୟ କିଛି ଜିନିଷ ସହିତ ମିଶ୍ରିତ କ୍ଷୀର ପିଅନ୍ତି, ତେବେ ଏହା ଶରୀର ପାଇଁ ଅଧିକ ଲାଭଦାୟକ ହୋଇଯାଏ । ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଓମିକ୍ରନ୍ ଠାରୁ ଦୂରେଇ ରହିବାରେ ମଧ୍ୟ ବେଶ ସାହାଯ୍ୟ କରେ ।

Sudesna Nayak
Sudesna Nayak
drink these 5 things mixed with milk, protect you from omicron

drink these 5 things mixed with milk, protect you from omicron

କ୍ଷୀରରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯେଉଁଥିପାଇଁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ବୋଲି ବିବେଚନା କରାଯାଏ । ଯଦି ଆପଣମାନେ ଅନ୍ୟ କିଛି ଜିନିଷ ସହିତ ମିଶ୍ରିତ କ୍ଷୀର ପିଅନ୍ତି, ତେବେ ଏହା ଶରୀର ପାଇଁ ଅଧିକ ଲାଭଦାୟକ ହୋଇଯାଏ । ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଓମିକ୍ରନ୍ ଠାରୁ ଦୂରେଇ ରହିବାରେ ମଧ୍ୟ ବେଶ ସାହାଯ୍ୟ କରେ ।

ତେବେ ଚାଲନ୍ତୁ ଜାଣିବା କ୍ଷୀରରେ ମିଶାଇ କେଉଁ କେଉଁ ଜିନିଷ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତିକୁ ବଢା ଯାଇପାରିବ ।

ହଳଦୀ ମିଶା କ୍ଷୀର

ହଳଦୀରେ ଆଣ୍ଟି-ଭାଇରସ୍, ଆଣ୍ଟି-କ୍ୟାନସର, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ । ଆୟୁର୍ବେଦ ଅନୁଯାୟୀ, ହଳଦୀରେ ଔଷଧୀୟ ଗୁଣ ରହିଛି ଏବଂ ଏହା ଔଷଧ ଭାବରେ ମଧ୍ୟ ବ୍ୟବହୃତ ହୁଏ । ରାତିରେ ଶୋଇବା ସମୟରେ କ୍ଷୀରରେ ଅଧା ଚାମଚ ହଳଦୀ ମିଶାଇ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । କୋରୋନା ଜୀବାଣୁ ଏବଂ ଅନ୍ୟାନ୍ୟ ଗୁରୁତର ରୋଗ ହେବାର ଆଶଙ୍କା କମ ରହିଥାଏ ।

ପାନମଧୁରୀ ମିଶା କ୍ଷୀର

ଏଗୁଡ଼ିକ ଉଭୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଏହି କ୍ଷୀର ପିଇବା ଦ୍ୱାରା ଶ୍ୱାସକ୍ରିୟାର ସମସ୍ୟା ମଧ୍ୟ ଭଲ ହୋଇପାରେ । କ୍ଷୀରରେ ପାନମଧୁରୀ ମିଶାଇବା ଦ୍ୱାରା କେବଳ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯାଏ ନାହିଁ ବରଂ ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ମଧ୍ୟ ରହିଥାଏ, ଯାହା ରୋଗକୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ।

ଡାଲଚିନି ମିଶା କ୍ଷୀର

ଡାଲଚିନି ମିଶା କ୍ଷୀରରେ ମିଳୁଥିବା କ୍ୟାଲସିୟମ୍ ଏବଂ ପୋଟାସିୟମ୍ ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରେ । ଡାଲଚିନି ଭଲ କୋଲେଷ୍ଟ୍ରଲ୍ ସ୍ତରକୁ ବଢ଼ାଇବା ସହ ଖରାପ କୋଲେଷ୍ଟ୍ରୋଲର ସ୍ତରକୁ ହ୍ରାସ କରିଥାଏ । ଏହି ଦୁଇଟି ଯୋଗୁଁ ହୃଦ୍‌ରୋଗର ଆଶଙ୍କା ମଧ୍ୟ କମ ହୋଇଥାଏ ।

ଡ୍ରାଏ ଫ୍ରୁଟସ ମିଶା କ୍ଷୀର

ଡ୍ରାଏ ଫ୍ରୁଟ୍ସରେ ପୁଷ୍ଟିକର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହିତ ଋତୁ କାଳୀନ ରୋଗରୁ ରକ୍ଷା ମିଳିଥାଏ । ଡ୍ରାଏ ଫ୍ରୁଟସ ମିଶ୍ରିତ କ୍ଷୀର ପିଇବା ସୁସ୍ଥ ରହିବାରେ ସାହାଯ୍ୟ କରେ । କରୋନାରୁ ସୁରକ୍ଷିତ ରହିବା ସହିତ ମଧୁମେହ ଏବଂ ରକ୍ତଚାପ ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରିଥାଏ । ବାସ୍ତବରେ, ଏଥିରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ, ଯାହା ଆପଣମାନଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

ଅଦା ମିଶା କ୍ଷୀର

ଅଦାରେ ଭିଟାମିନ୍, ଆଇରନ୍, କ୍ୟାଲସିୟମ୍, ଆଣ୍ଟି-ଭାଇରାଲ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଆପଣମାନେ ଅଦା ମିଶା କ୍ଷୀର ପିଇଲେ ଶରୀରକୁ ଭିଟାମିନ୍, ଆଇରନ୍, କ୍ୟାଲସିୟମ୍ ମିଳିଥାଏ ଏବଂ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଭାଇରାଲ୍ ଗୁଣ ଅଛି ଯାହା ଆପଣମାନଙ୍କ ଶରୀରକୁ ସୁରକ୍ଷିତ ରଖେ ।

ଦହି ସହ ପିଆଜ ଖାଉଥିଲେ ସାବଧାନ, ହୋଇପାରେ କ୍ଷତିକାରକ

ଏହି ମାଛ ଖାଇଲେ ଦୂର ହୁଏ ସାଙ୍ଘାତିକ ରୋଗ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments