1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି ମାଛ ଖାଇଲେ ଦୂର ହୁଏ ସାଙ୍ଘାତିକ ରୋଗ

ବଜାରରେ ବିଭିନ୍ନ ପ୍ରକାରର ମାଛ ମିଳିଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ସାଲମନ ମାଛ (salmon fish) । ଡାକ୍ତରମାନେ ଅଧିକ ମାତ୍ରାରେ ଏହି ମାଛ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । କାରଣ ଅନ୍ୟ ମାଛ ତୁଳନାରେ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟୀ (incredible benefits) ହୋଇଥାଏ ।

Sudesna Nayak
Sudesna Nayak
Benefits of eating salmon fish

Benefits of eating salmon fish

ସମସ୍ତେ ଜାଣନ୍ତି ମାଛ (fish) ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁ ହିତକର । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସପ୍ତାହରେ ଅତିକମରେ ୨ ଥର ମାଛ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ।

ସୁସ୍ଥ ରହିବା ପାଇଁ ହେଲେ ଖାଦ୍ୟରେ ଅଧିକରୁ ଅଧିକ ମାଛ ସାମିଲ କରିବା ଉଚିତ୍ । କାରଣ ମାଛରେ ପ୍ରଚୁର ମାତ୍ରାରେ ନ୍ୟୁଟ୍ରିସିୟନ (nutrition) ଥାଏ । ଏହାସହିତ ମାଛରେ ପ୍ରୋଟିନ୍ ଏବଂ ଓମେଗା ୩ ଫ୍ୟାଟି ଏସିଡ ଥାଏ, ଯାହା ଆପଣମାନଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ ହୋଇଥାଏ ।

କହିବାକୁ ଗଲେ, ବଜାରରେ ବିଭିନ୍ନ ପ୍ରକାରର ମାଛ ମିଳିଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ସାଲମନ ମାଛ (salmon fish) । ଏହା ଏକ ସି ଫୁଡ୍ । ଡାକ୍ତରମାନେ ଅଧିକ ମାତ୍ରାରେ ଏହି ମାଛ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । କାରଣ ଅନ୍ୟ ମାଛ ତୁଳନାରେ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟୀ (incredible benefits) ହୋଇଥାଏ । ଏହା ଶରୀରକୁ ସୁସ୍ଥ ରଖିବା ସହ ସାଙ୍ଘାତିକ ରୋଗ ଠାରୁ ମଧ୍ୟ ଦୂରେଇ ରଖିଥାଏ ।

ତେବେ ସାଲମନ ମାଛ ଖାଇଲେ ଆଉ କଣ କଣ ସବୁ ଫାଇଦା ମିଳେ ଚାଲନ୍ତୁ ଜାଣିବା...

(incredible benefits of eating salmon fish)

ଓମେଗା-୩ ଫ୍ୟାଟି ଏସିଡର ଏକ ଭଲ ସ୍ରୋତ ହେଉଛି ସାଲମନ ମାଛ (salmon fish) । ଓମେଗା ୩ ଫ୍ୟାଟି ଏସିଡ ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଏହା ଚକ୍ଷୁ ରୋଗ, ରିମାଟଏଡ୍, ଆର୍ଥାରାଇଟିସ ତଥା ଆମ ମସ୍ତିଷ୍କକୁ ସୁସ୍ଥ ରଖିବା କାମ କରିଥାଏ ।

ବିଭିନ୍ନ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ଏହି ମାଛରେ ପ୍ରୋଟିନ୍ ଅଧିକ ମାତ୍ରାରେ ରହିଛି, ଯେଉଁଥି ପାଇଁ ଶରୀରରେ ମୋଟାବଲିଜିମ୍ ସ୍ତର ବଢ଼ିଥାଏ । ଏଥିପାଇଁ ନିୟମିତ ରୂପେ ଭୋଜନରେ ସାଲମନ ମାଛ (salmon fish) ସାମିଲ କରିବା ଉଚିତ ଅଟେ ।

୧୦୦ ଗ୍ରାମ ସାଲମନ ମାଛ (salmon fish)ରେ ପ୍ରାୟ ୨୦ ଗ୍ରାମ ପ୍ରୋଟିନ ଥାଏ । ଏହି ମାଛ ଖାଇବା ଦ୍ୱାରା ଆମ ଶରୀରର ସୁସ୍ଥ ଭାବେ ସଂଚାଳିତ ହେବା ସହ ମାଂସପେଶୀ ମଧ୍ୟ ମଜଭୁତ ରୁହେ ।

ସାଲମନ ମାଛ (salmon fish)ରେ ଟ୍ରାଇପଟୋଫାନ୍ ନାମକ ଏକ ଆମିନୋ ଏସିଡ୍ ଥାଏ । ଆମେରିକାର ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ଯେତେବେଳେ ଏହି ଏସିଡ୍ ଶରୀରରେ ଉତ୍ପନ୍ନ ହୁଏ ନାହିଁ, ସେତେବେଳେ ଏହା ଖାଦ୍ୟ ଦ୍ୱାରା ପୂରଣ ହୁଏ । ଟ୍ରାଇପଟୋଫାନ୍ ଶରୀରକୁ ମେଲାଟୋନିନ୍ ଏବଂ ସେରାଟୋନିନ୍ ପରି ହରମୋନ୍ ତିଆରି କରିବାରେ ସାହାଯ୍ୟ କରେ । ମଣିଷର ମନ ପରିବର୍ତ୍ତନ ଏବଂ ଶୋଇବା ଓ ଉଠିବା ଚକ୍ର ଏହି ହରମୋନ୍ ଉପରେ ନିର୍ଭର କରେ ।

ଯଦି ଆପଣଙ୍କର ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ଥାଏ, ତାହେଲେ ଆପଣ ନିଜ ଖାଦ୍ୟରେ ସାଲମନ ମାଛକୁ ନିଶ୍ଚିତ ରୂପେ ସାମିଲ କରନ୍ତୁ । ଏହି ମାଛ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବହୁ ସହାୟକ ହୋଇଥାଏ ।

ସାଲମନ ମାଛରେ ଥିବା ଭିଟାମିନ୍-ଏ କେବଳ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ତାହା ନୁହେଁ ବରଂ ଏହା ଆଖି ପାଇଁ ମଧ୍ୟ ବେଶ ଲାଭଦାୟକ ଅଟେ ।

ସାଲମନ ମାଛରେ ଥିବା ଭିଟାମିନ ବି-୧୨ ଥକାପଣ, ପେଟ ସମ୍ବନ୍ଧୀୟ ରୋଗ, ଭୋକ ନ ହେବା ଆଦି ସମସ୍ୟାକୁ ଦୂର କରିଥାଏ । କେବଳ ସେତିକି ନୁହେଁ ଏହି ମାଛରେ ଥିବା ଭିଟାମିନ ବି-୩ ଆମେ ଖାଉଥିବା ଖାଦ୍ୟକୁ ଶକ୍ତିରେ ମଧ୍ୟ ପରିଣତ କରିବା କାମ କରିଥାଏ ।

ସାଲମନ ମାଛ (salmon fish)ରେ ସେଲନିୟମ ନାମକ ଇମ୍ୟୁନ ବୁଷ୍ଟିଂ ନ୍ୟୁଟ୍ରିଏଣ୍ଟ ଥାଏ । ସେଲେନିୟମ ଯୁକ୍ତ ଖାଦ୍ୟରୁ ଆମ ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । ଏହା ଥାଇରଏଡ୍ ଭଳି ରୋଗକୁ ଦୂର କରିଥାଏ । ହରମୋନ୍ ମେଟାବୋଲିଜିମ୍, ପ୍ରଜନନ ଏବଂ ଡିଏନଏ (DNA) ସିନ୍ଥେସିସ୍ ପାଇଁ ମଧ୍ୟ ଏହା ବହୁତ ଭଲ ।

ସାଲମନ ମାଛ ମାଛ ଖାଇବା ଦ୍ୱାରା ହୃଦରୋଗ ଆଶଙ୍କା କମ ରହିଥାଏ । ଏହା ହାର୍ଟକୁ ମଜବୁତ ରଖେ । ଏହାବ୍ୟତୀତ ମସ୍ତିସ୍କ ଦୃତ ଗତିରେ କାମ କରିବା ସହ ଅଲଜାଇମର ରୋଗ ମଧ୍ୟ ହୋଇନଥାଏ । ସାଲମନ ମାଛ ମାଛ ଖାଇବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ହେବାର ଆଶାଙ୍କ ମଧ୍ୟ କମ ହୋଇଥାଏ ।

ଅଧିକ ତରଭୁଜ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ସାବଧାନ...ଟମାଟୋ ଖାଇବା ହୋଇପାରେ ଭୟାନକ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments