1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅଧିକ ତରଭୁଜ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ତରଭୁଜ ପାଣି ଏବଂ ଡାୟଟ୍ରି ଫାଇଭରର ଏକ ଉତ୍ତମ ଉତ୍ସ । ତଥାପି ଏହାକୁ ଅଧିକ ପରିମାଣରେ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ।

Sudesna Nayak
Sudesna Nayak
dangerous side effects of watermelon

dangerous side effects of watermelon

ସାଧାରଣତଃ ତରଭୁଜ ଖାଇବା ପାଇଁ ସମସ୍ତେ ବହୁତ ପସନ୍ଦ କରିଥାନ୍ତି । ଏହାକୁ ଗ୍ରୀଷ୍ମଦିନର ଗିଫ୍ଟ ବୋଲି କୁହାଯାଏ । ଏହା ସ୍ୱାଦିଷ୍ଟ ହେବା ସହ ଏଥିରେ ୯୨ ପ୍ରତିଶତ ଭାଗ ପାଣି ଥାଏ । ଏହା ଆମ ଶରୀରକୁ ଡିହାଇଡ୍ରେସନରୁ ମଧ୍ଯ ରକ୍ଷା କରିଥାଏ । ଏହା ବ୍ୟତୀତ ତରଭୁଜରେ ଶରୀରକୁ ଲାଭ ପହଞ୍ଚାଇବା ଭଳି ପୋଷକ ତତ୍ତ୍ୱ ମଧ୍ୟ ଭରପୁର ରହିଛି ।

ତେବେ ଏତେ ସବୁ ଲାଭ ଥାଇ ମଧ୍ୟ ଏହା ଶରୀର ପାଇଁ କିଭଳି ହାନିକାରକ ହୋଇପାରେ ଚାଲନ୍ତୁ ଜାଣିବା...

ତରଭୁଜ ପାଣି ଏବଂ ଡାୟଟ୍ରି ଫାଇଭରର ଏକ ଉତ୍ତମ ଉତ୍ସ । ତଥାପି ଏହାକୁ ଅଧିକ ପରିମାଣରେ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଡାକ୍ତରଙ୍କ କହିବା ମୁତାବକ ଏହାକୁ ଅଧିକ ପରିମାଣରେ ଖଇଲେ ପେଟ ଫୁଲିବା, ଗ୍ୟାସ୍‌, ଡାଇରିଆ, ପେଟ ଯନ୍ତ୍ରଣା ଭଳି ଅନେକ ସମସ୍ୟା ସୃଷ୍ଟି ହୋଇପାରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ ଜାଣନ୍ତୁ କି, ତରଭୁଜରେ ଥିବା ସର୍ବିଟୋଲ ଏକ ଚିନି ଯୁକ୍ତ ପଦାର୍ଥ । ଏହା ପେଟରେ ଗ୍ୟାସ୍ ବା ଡାଇରିଆ କରାଇଥାଏ । ଏହାବ୍ୟତୀତ ତରଭୁଜରେ ଥିବା ଲାଇକୋପିନ୍ ନାମକ ଏକ କଣ୍ଟେଣ୍ଟ ମଧ୍ୟ ଏସବୁ ସମସ୍ୟା ସୃଷ୍ଟି କରିପାରେ । ଏଥିସହିତ ଏହା ଏକ ପିଗମେଣ୍ଟେଡ୍ ଅକ୍ସିଡାଣ୍ଟ ଯାହା ତରଭୁଜକୁ ଏହାର ଲାଲ ରଙ୍ଗ ଦେଇଥାଏ ।

ଯଦି ଆପଣମାନଙ୍କର ମଧୁମେହ ଜନିତ ସମସ୍ୟା ଅଛି, ତେବେ ତରଭୁଜ ଶରୀରରେ ସୁଗାର ଲେବୁଲକୁ ବଢ଼ାଇପାରେ । ତେଣୁ ଏହାକୁ ପ୍ରତିଦିନ ଖାଇବା ପୂର୍ବରୁ ଡାକ୍ତରମାନଙ୍କ ସହିତ ପରାମର୍ଶ କରନ୍ତୁ ।

କ୍ରମାଗତ ଭାବେ ମଦ୍ୟପାନ କରୁଥିବା ବ୍ୟକ୍ତି ଅଧିକ ମାତ୍ରାରେ ତରଭୁଜ ଖାଇବା ବିପଦ ମଧ୍ଯ ହୋଇପାରେ । ତେଣୁ ସେମାନେ ତରଭୁଜଠାରୁ ଦୂରେଇ ରହିବା ଉଚିତ । ତରଭୁଜରେ ଥିବା ଲାଇକୋପିନ୍ ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କ ଲିଭର ଉପରେ ଖରାପ ପ୍ରଭାବ ପକାଇଥାଏ ।

ତରଭୁଜକୁ ପୋଟାସିଅମର ଉତ୍ତମ ସ୍ରୋତ ବୋଲି ମଧ୍ୟ କୁହାଯାଏ । ଏହା ଶରୀରକୁ ସୁସ୍ଥ ରଖିବା ପାଇଁ ଭିନ୍ନ ଭିନ୍ନ ଉପାୟରେ କାମ କରେ । ଏହା ସହିତ ପୋଟାସିୟମ ମଧ୍ୟ ଆମର ହାଡକୁ ଶକ୍ତିଶାଳୀ କରିଥାଏ । କିନ୍ତୁ ଶରୀରରେ ଏହାର ଅତ୍ୟଧିକ ପରିମାଣ ହୃଦ୍‌ରୋଗକୁ ବଢ଼ାଇଥାଏ । ତେଣୁ ଏହି ସବୁ ଜିନିଷ ଉପରେ ଧ୍ଯାନ ଦିଅନ୍ତୁ ।

ସାବଧାନ...ଟମାଟୋ ଖାଇବା ହୋଇପାରେ ଭୟାନକ

ଅଧିକ ସେଓ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments