1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସାବଧାନ...ଟମାଟୋ ଖାଇବା ହୋଇପାରେ ଭୟାନକ

ଟମାଟୋ ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ହୋଇଥାଏ । କିନ୍ତୁ କିଛି ଲୋକମାନଙ୍କୁ ଟମାଟୋ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ସେମାନଙ୍କ ପାଇଁ ଏହି ଟମାଟୋ ଭୟାନକ ହୋଇପାରେ । ତାଙ୍କ ଶରୀରକୁ ଏହା କ୍ଷତି ପହଞ୍ଚାଇପାରେ ।

Sudesna Nayak
Sudesna Nayak
suffering with these diseases do not eat tomato

suffering with these diseases do not eat tomato

ଟମାଟୋ (tomato) ଏହା ଏକ ଏଭଳି ପରିବା ଯାହାକୁ ଅଧିକମାତ୍ରାରେ ବ୍ୟବହାର କରାଯାଏ । ଏହା ଖାଦ୍ୟାର ସ୍ୱାଦ ବଢ଼ାଇଥାଏ । ବିନା ଟମାଟୋରେ କୌଣସି ବି ଖାଦ୍ୟର ମଜା ଆସେନି । ସବୁ ଋତୁରେ ଟମାଟୋ ବଜାରରେ ବେଶ ସହଜରେ ମିଳିଯାଇ ଥାଏ ।

ଟମାଟୋରେ ଭିଟାମିନ୍ ଏ, ସି, କେ, ବି୧, ବି୩, ବି୫, ବି୬, ବି୭ ଥିବାରୁ ଏହା ଶରୀରକୁ ନିରୋଗ ରଖିଥାଏ । କିଛି ଲୋକେ ଟମାଟୋକୁ ସାଲାଡ ଭାବରେ ଖାଉଥିବାବେଳେ କିଛି ଲୋକ ଏହାକୁ ସୁପ୍, ପନିପରିବା କିମ୍ବା ଚଟନି ଆକାରରେ ଖାଇବାକୁ ପସନ୍ଦ କରିଥାନ୍ତି ।

ଜାଣିରଖନ୍ତୁ ଯେ, ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଟମାଟୋ ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ହୋଇଥାଏ । ଏହା ଦୃଷ୍ଟିଶକ୍ତି ବଢ଼ାଇବା ଠାରୁ ମାଂସପେଶୀର ଯନ୍ତ୍ରଣା ଓ ଓଜନ ହ୍ରାସ କରିବା ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ । କିନ୍ତୁ କିଛି ଲୋକମାନଙ୍କୁ ଟମାଟୋ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ସେମାନଙ୍କ ପାଇଁ ଏହି ଟମାଟୋ ଭୟାନକ ହୋଇପାରେ । ତାଙ୍କ ଶରୀରକୁ ଏହା କ୍ଷତି ପହଞ୍ଚାଇପାରେ ।

ତେବେ କେଉଁମାନେ ଟମାଟୋ ଖାଇବା ଉଚିତ ନୁହେଁ ଚାଲନ୍ତୁ ଜାଣିବା...

ଯେଉଁମାନଙ୍କ ଗଲ୍‌ ବ୍ଲାଡର ବା କିଡ୍‌ନୀ ଷ୍ଟୋନ ଭଳି ସମସ୍ୟା ରହିଛି, ସେମାନଙ୍କୁ ଭୁଲରେ ବି ଟମାଟୋ ଖାଇବା ଉଚିତ ନୁହେଁ । ଟମାଟୋରେ କ୍ୟାଲସିୟମ ଅଧିକ ମାତ୍ରାରେ ଥାଏ । ଅଧିକ ପରିମାଣରେ ଟମାଟୋ ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ ଅକ୍ଜାଲେଟର ପରିମାଣ ବଢ଼ିଯାଇ ଥାଏ । ଏପରି ସ୍ଥିତିରେ, ଏହାକୁ ଖାଇବା ଦ୍ୱାରା କିଡନୀରେ ଷ୍ଟୋନ ସମସ୍ୟା କମିବା ବଦଳରେ ଅଧିକ ଦ୍ରୁତ ଗତିରେ ବଢ଼ିଯାଇଥାଏ ।

ଯେଉଁମାନଙ୍କର ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟା ମାନ ରହିଛି, ସେହି ଲୋକମାନଙ୍କୁ ମଧ୍ୟ ଅଧିକ ଟମାଟୋ ଖାଇବା କ୍ଷତିକାରକ ପ୍ରମାଣିତ ହୋଇପାରେ । ଟମାଟୋ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ତଥା ଆଣ୍ଠୁ ଗଣ୍ଠି ଫୁଲିବା ଭଳି ସମସ୍ୟା ବହୁ ବଢ଼ି ଯାଇଥାଏ ।

ଏଥିସହିତ ଯେଉଁମାନଙ୍କର ଆଲର୍ଜି ସମସ୍ୟା ମାନ ରହିଛି, ସେମାନେ ମଧ୍ୟ ଅଧିକ ଟମାଟୋ ଖାଇବା ଠାରୁ ଦୂରେଇ ରହିବା ଉଚିତ । ବେଳେବେଳେ ଟମାଟୋର ଅତ୍ୟଧିକ ସେବନ ସ୍କିନ୍‌ ଆଲର୍ଜି, ଦାଗ, ମୁହଁ ଫୁଲିବା ଇତ୍ୟାଦିର କାରଣ ହୋଇପାରେ ।

ଟମାଟୋରେ ସାଇଟ୍ରିକ୍ ଏସିଡ୍ ଅଧିକ ମାତ୍ରାରେ ରହିଛି । ଏହା ପେଟରେ ହଜମ ଜନିତ ସମସ୍ୟା ସୃଷ୍ଟି କରିଥାଏ । ଅଧିକ ମାତ୍ରାରେ ଟମାଟୋ ଖାଇବା ଦ୍ୱାରା ପେଟରେ ଗ୍ୟାସ୍, ଛାତିରେ ଜଳାପୋଡା ଭଳି ସମସ୍ୟା ମାନ ସୃଷ୍ଟି ହୋଇପାରେ । ତେଣୁ, କେବଳ ଅଳ୍ପ ପରିମାଣରେ ହିଁ ଟମାଟୋ ଖାଇବା ଉଚିତ ।

ଯଦି ଆପଣ ଡାଇରିଆ ଭଳି ସମସ୍ୟାରେ ଜଡିତ ଅଛନ୍ତି, ତେବେ ଟମାଟୋ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଟମାଟୋରେ ସଲ୍ମୋନେଲା ବ୍ୟାକ୍ଟେରିଆ ଥାଏ, ଯାହା ଡାଇରିଆ ସମସ୍ୟାକୁ ବଢ଼ାଇଥାଏ ।

ଅଧିକ ସେଓ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବ ଲବଙ୍ଗ ମିଶା କ୍ଷୀର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments