Health & Lifestyle

ହାଇ ବ୍ଲଡ୍‌ପ୍ରେସର ରୋକିବ ପିଆଜ ଚା’, ଜାଣନ୍ତୁ କିପରି କରିବେ ପ୍ରସ୍ତୁତି....

ସାଧାରଣତଃ ବ୍ଲଡପ୍ରେସର ଦୁଇ ପ୍ରକାରର-ହାଇ ବ୍ଲଡ୍‌ପ୍ରେସର ଏବଂ ଲୋ ବ୍ଲଡପ୍ରେସର। ତେବେ ଏଥିରୁ ନିଜକୁ ଦୂରେଇ ରଖିବା ପାଇଁ ଖାଦ୍ୟପେୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବର୍ତ୍ତମାନ ପ୍ରାୟ ଲୋକଙ୍କ ଠାରେ ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍‌ପ୍ରେସର ସମସ୍ୟା ଦେଖାଦେଉଛି।

16 January, 2023 8:00 PM IST By: Tanushree Mahapatra

ସାଧାରଣତଃ ବ୍ଲଡପ୍ରେସର ଦୁଇ ପ୍ରକାରର-ହାଇ ବ୍ଲଡ୍‌ପ୍ରେସର ଏବଂ ଲୋ ବ୍ଲଡପ୍ରେସର। ତେବେ ଏଥିରୁ ନିଜକୁ ଦୂରେଇ ରଖିବା ପାଇଁ ଖାଦ୍ୟପେୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।  ବର୍ତ୍ତମାନ ପ୍ରାୟ ଲୋକଙ୍କ ଠାରେ ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍‌ପ୍ରେସର ସମସ୍ୟା ଦେଖାଦେଉଛି। ଅଧିକାଂଶ ଯୁବପିଢ଼ି ଏବେ ଏହି ଘାତକ ବେମାରିର ଶିକାର ହେଉଛନ୍ତି ( benefits of onion tea )

ହାଇ ବିପିକୁ ଏକ ସାଇଲେଣ୍ଟ କିଲର ବୋଲି ମଧ୍ୟ କୁହାଯାଏ। ମାତ୍ର ଏବେ ବି କିଛି ଲୋକ ଏହାକୁ ଗୁରୁତ୍ୱର ସହ ନେଉନାହାନ୍ତି। ଠିକ୍‌ ସମୟରେ ଯଦି ଏହାର ଚିକିତ୍ସା କରାନଯାଏ ତେବେ ବ୍ୟକ୍ତିର ମୃତ୍ୟୁ ହେବା ଆଶଙ୍କା ବି ରହିଛି।

ହାଇବିପି ପାଇଁ ଏଲୋପ୍ୟାଥିକ୍‌ରେ ଅନେକ ଔଷଧ ଥିଲେ ମଧ୍ୟ ସମସ୍ତେ ଏଲୋପ୍ୟାଥିକ ଖାଇବାକୁ ପସନ୍ଦ କରନ୍ତି ନାହିଁ। ତେବେ ଜାଣି ଖୁସି ହେବେ ଯେ ଆପଣ ଆୟୁର୍ବେଦିକ ଔଷଧ ମାଧ୍ୟମରେ ମଧ୍ୟ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ। ହୃଦ୍‌ଘାତ, ପକ୍ଷାଘାତ ଭଳି ଅନେକ ବଡ଼ ବଡ଼ ରୋଗର କାରଣ ହେଉଛି ଉଚ୍ଚରକ୍ତଚାପ। ରକ୍ତଚାପ ନିୟନ୍ତ୍ରଣରେ ନ ରହିଲେ ଏହା ବିଭିନ୍ନ ରୋଗକୁ ଡାକିଆଣେ। ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ମାନସିକ ଚାପ, ଜୀବନଶୈଳୀ ତଥା ଖାଦ୍ୟପେୟରେ ପରିବର୍ତ୍ତନ ଆଣିବା ନିହାତି ଜରୁରୀ।

ଉଚ୍ଚ ରକ୍ତଚାପ ଆଜି ଏକ ମୁଖ୍ୟ ସମସ୍ୟା ପାଲଟି ଯାଇଛି । ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଉଚ୍ଚ ରକ୍ତଚାପ ( ହାଇ ବ୍ଲଡ୍ ପ୍ରେସର) ଥରେ ପ୍ରଭାବ ବିସ୍ତାର କଲେ ଶୀଘ୍ର ଏହାର ଉପଶମ ହୋଇପାରେ ନାହିଁ । ଏହାପରେ ସଂପୃକ୍ତ ବ୍ୟକ୍ତି ଔଷଧ ଖାଇବାକୁ ଲାଗେ। ଆଉ ମଧ୍ୟ ଯଦି ଏହି ବ୍ଲଡପ୍ରେସର ଦୀର୍ଘ ଦିନ ଧରି ଲାଗି ରହେ ଏହା ହାର୍ଟଆଟାକ୍‌ ପାଇଁ ବାଟ ତିଆରି କରେ। ଏଣୁ ଆଜି ଆମେ ଜାଣିବା କିପରି ବିନା ଅସୁବିଧାରେ ଏହି ଉଚ୍ଚ ରକ୍ତଚାପକୁ ଆୟତ୍ତ କରିପାରିବା । ଏହାର ସବୁଠୁ ପ୍ରମୁଖ ମାଧ୍ୟମ ହେଲା ଯୋଗ। ଆସନ୍ତୁ ଜାଣିବା କେଉଁ ଯୋଗ ଦ୍ୱାରା ଏହାର ଉପଶମ ମିଳିପାରିବ।

ଏହି ରୋଗ ତଥା ବ୍ୟାଧି ରୁ ମୁକ୍ତ ହେବ ପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି କରିବେ ଘରୋଇ ଉପଚାର l ପିଆଜ ସାଧାରଣତଃ ସମସ୍ତଙ୍କ ଘରେ ବ୍ୟବହୃତ ହୁଏ । କେବଳ ଭାରତରେ ନୁହେଁ, ବରଂ ଅନେକ ଦେଶର ରୋଷେଇ ଘରେ କୁକିଂ ପିଆଜ ବିନା ସମ୍ପୂର୍ଣ୍ଣ ହେଇନଥାଏ । ସ୍ୱାଦକୁ ଦ୍ୱିଗୁଣିତ କରିବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ ହୋଇଥାଏ ପିଆଜ । ପିଆଜ ପରି ଏହାର ଚା ବି ଶରୀରରେ ଥିବା ଅନେକ ରଫାକୁ ଦୂର କରିଥାଏ । ପିଆଜରେ ଫ୍ଲାଭୋନୋଲ ଏବଂ ହାଇ କ୍ୱେରେସିଟିନ୍ ନାମକ ଏକ ପିଗମେଣ୍ଟ ଥାଏ, ଯାହା ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ, କିଛି ଅଧ୍ୟୟନରୁ ଜଣାପଡିଛି ଯେ ପିଆଜ କିମ୍ବା ପିଆଜ ଚା ମଧ୍ୟ ଆପଣଙ୍କୁ ହୃଦରୋଗରୁ ଦୂରେଇ ରଖେ। ପିଆଜ ଚା ତିଆରି କରିବାର ସହଜ ଉପାୟ କ’ଣ ଆସନ୍ତୁ ଜାଣିବା ।

କିପରି କରିବେ ପିଆଜ ଚା -

କଟା ହୋଇଥିବା ପିଆଜ

 ୨/୩ ଲବଙ୍ଗ ଏବଂ ରସୁଣ ପାଖୁଡା

 ୧ ଚାମଚ ମହୁ

୧-୨ କପ୍ ପାଣି

 ତେଜ ପତ୍ର କିମ୍ବା ଡାଲଚିନି

ପିଆଜ ଚା କିପରି ପ୍ରସ୍ତୁତ କରିବେ –

ପିଆଜ ଚା’ ତିଆରି କରିବା ପାଇଁ ପ୍ରଥମେ ଏକ ପ୍ୟାନରେ ପାଣି ଫୁଟାନ୍ତୁ। ଏହା ପରେ କଟା ପିଆଜ, କଟା ରସୁଣ, ଲବଙ୍ଗ ଏବଂ ତେଜ ପତ୍ରକୁ ଫୁଟୁଥିବା ପାଣିରେ ମିଶାନ୍ତୁ। ଏହି ସବୁ ଜିନିଷ କିଛି ସମୟ ପାଇଁ ଫୁଟିବାକୁ ଛାଣି କପ୍‌ରେ ବାହାର କରି ସ୍ୱାଦ ଅନୁସାରେ ମହୁ ଏବଂ ଡାଲଚିନି ପାଉଡର ମିଶାନ୍ତୁ। ପ୍ରତିଦିନ ସକାଳେ ଏହି ଚା’ ପିଅନ୍ତୁ, ଏହା ଆପଣଙ୍କୁ ଏନର୍ଜିଟିକ୍ ମଧ୍ୟ ରଖିବା ସହିତ ଆପଣଙ୍କ ବିପି ମଧ୍ୟ ନିୟନ୍ତ୍ରଣରେ ରହିବ।

ପିଆଜ ଚା ଖାଲି ରକ୍ତଚାପ ନୁହେଁ ଆହୁରି ଅନ୍ୟ କେତୋଟି ରୋଗରୁ ମଧ୍ୟ ଉପଶମ ଦେଇପାରିବ l ଯଦି ଆପଣ ନିଜର ସ୍ୱାସ୍ଥ୍ୟରେ ଅଧିକ ଚମକପଣ ଆଣିବାକୁ ଚାହୁଁଛନ୍ତି ,ବିଳମ୍ବ ନକରି ପିଆଜର ଚା ପିଇବା ଆରମ୍ଭ କରିନିଅନ୍ତୁ । ଆଉ ଆପଣ ନିଶ୍ଚୟ ଏପରି ଚା କୁ ପସନ୍ଦ ମଧ୍ୟ କରିବେ । ଏମିତି ବି ବିଭିନ୍ନ ପ୍ରକାରର ଚା’ ରେ ଅଲଗା ଅଲଗା ସ୍ୱାସ୍ଥ୍ୟବର୍ଦ୍ଧକ ଗୁଣ ଥାଏ । କିନ୍ତୁ ପିଆଜ ଚା’ରେ କିଛି ଅଧିକ ସ୍ୱାସ୍ଥ୍ୟକର ଭାବେ କୁହାଯାଏ । ଯଦି ଡାକ୍ତରଙ୍କ ଉପଦେଶ ପରେ ଏହାକୁ ସେବନ କରାଯାଏ ତ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ମିଳିପାରିବ । ଏହି ଚା ଆପଣଙ୍କୁ କ୍ୟାନସରରୁ ବଂଚାଇଥାଏ , ପାଚନ କ୍ରିୟାକୁ ଠିକ୍ କରିଥାଏ, ଟାଇପ୍-୨ ଡାଇବେଟିସ୍, ଅନିଦ୍ରା ଦୂର କରେ , ଥଣ୍ଡା-କଫରୁ ମୁକ୍ତି ମିଳିବ l

ଗ୍ଲୋଇଂ ସ୍କିନ୍ ପାଇଁ ଏପରି ବ୍ୟବହାର କରନ୍ତୁ ଚିନି....

ଏପରି କରିବା ଦ୍ୱାରା ଜଲ୍ଦି ବଢ଼ିବ ଉଚ୍ଚତା...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)