1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଶରୀର ପାଇଁ ଲାଭଦାୟକ ଡାଳିମ୍ବ !!

ଆମ୍ବକୁ ଫଳମାନଙ୍କ ରାଜା ବୋଲି କୁହାଯାଏ। କିନ୍ତୁ ଡାଳିମ୍ବ ମଧ୍ୟ ତା ତୁଳନାରେ କିଛି କମ ନୁହେଁ। ଡାଳିମ୍ବର ସବୁଠୁ ବଡ ବିଶେଷତ୍ୱ ହେଉଛି ଏହାର ସ୍ୱାଦ। ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାରୁ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଆଗ୍ରହରେ ଖାଇଥାନ୍ତି।

Sugyan Kumar Nayak
Sugyan Kumar Nayak
Pomegranate

Pomegranate

ଆମ୍ବକୁ ଫଳମାନଙ୍କ ରାଜା ବୋଲି କୁହାଯାଏ। କିନ୍ତୁ ଡାଳିମ୍ବ ମଧ୍ୟ ତା ତୁଳନାରେ କିଛି କମ ନୁହେଁ। ଡାଳିମ୍ବର ସବୁଠୁ ବଡ ବିଶେଷତ୍ୱ ହେଉଛି ଏହାର ସ୍ୱାଦ। ଏହା ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାରୁ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଆଗ୍ରହରେ ଖାଇଥାନ୍ତି। ସ୍ୱାସ୍ଥ୍ୟପକ୍ଷରେ ମଧ୍ୟ ଡାଳିମ୍ବ ଅତ୍ୟନ୍ତ ଉପାଦେୟ- ଏ କଥା ସମସ୍ତେ ଜାଣନ୍ତି। ଡାଳିମ୍ବରେ ଭିଟାମିନ-‘ସି’, ଫାଇବର ଏବଂ ଭିଟାମିନ-କେ ପ୍ରଚୁର ପରିମାଣରେ ରହିଛି। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଶରୀର ପାଇଁ ବିଶେଷ ଲାଭଦାୟକ ହୋଇଥାଏ। ଡାଳିମ୍ବରେ ମଧ୍ୟ ପ୍ରଚୁର ପରିମାଣର ଲାଭଦାୟକ ମିନେରାଲ, କାର୍ବୋହାଇଡ୍ରେଟ, ପ୍ରୋଟିନ ରହିଛି | ଆସନ୍ତୁ ଜାଣିବା ଡାଳିମ୍ବର କେତେକ ଔଷଧୀୟ ଗୁଣ ସମ୍ପର୍କରେ

ଦାନ୍ତ ରୋଗ ପାଇଁ ଉପଯୋଗୀ

ଦାନ୍ତ ରୋଗ ଆଜି କାଲି ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ଦାନ୍ତ ଦୁର୍ବଳ ହେବା ପାଇଁ ବିଭିନ୍ନ ସମସ୍ୟା ଉପୁଜିଥାଏ। କିନ୍ତୁ ଡାଳିମ୍ବ ସେବନ ଦ୍ୱାରା ଦାନ୍ତ ମଜବୁତ ହେବା ସହ ସଫା ରହିଥାଏ। ଦାନ୍ତ ଛାଡି ଛାଡି ରହିବା ଦ୍ୱାରା ମୁଖର ସୌନ୍ଦର୍ଯ୍ୟ ହ୍ରାସ ପାଇଥାଏ। କିନ୍ତୁ ଡାଳିମ୍ବର ରସ ଛାଡି ଛାଡି ରହିଥିବା ଦାନ୍ତକୁ ଯୋଡ଼ିବାରେ ମଧ୍ୟ ସହାୟକ ହୋଇଥାଏ।

ସମ୍ଭୋଗ ଶକ୍ତି ବୃଦ୍ଧିକାରୀ

ଡାଳିମ୍ବକୁ ସମ୍ଭୋଗ ଶକ୍ତି ବର୍ଦ୍ଧକ ବୋଲି ମଧ୍ୟ ଆୟୁର୍ବେଦ ଶାସ୍ତ୍ରରେ କୁହାଯାଇଛି। ବିଭିନ୍ନ ମାନସିକ ଚାପ ଯୋଗୁଁ ମନୁଷ୍ୟ ସମ୍ଭୋଗ ପ୍ରତି ବିମୁଖ ହୋଇପଡ଼ିଥାଏ। ଶାରୀରିକ ଦୁର୍ବଳତା ଏବଂ ଥକାପଣ ମଧ୍ୟ ସମ୍ଭୋଗ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଥାଏ। କିନ୍ତୁ ଗୋଟିଏ ଗ୍ଲାସ ଡାଳିମ୍ବ ରସ ଏହି ସମସ୍ତ ସମସ୍ୟାକୁ ଦୂର କରି ମନୁଷ୍ୟ ମଧ୍ୟରେ କାମନା ପ୍ରଜ୍ବଳିତ କରିବାରେ ସକ୍ଷମ ହୋଇଥାଏ। ମନଲାଖି ସମ୍ଭୋଗ ପାଇଁ ମଧ୍ୟ ଶକ୍ତି ଯୋଗାଇଥାଏ | ପୁରୁଷମାନଙ୍କ କ୍ଷେତ୍ରରେ ବୀର୍ଯ୍ୟକୁ ଗାଢ଼ କରିବା କ୍ଷେତ୍ରରେ ବେଶ ସହାୟକ ହୋଇଥାଏ।

ସ୍ତନ କର୍କଟ

ସ୍ତନ କର୍କଟ କେବଳ ଭାରତରେ ନୁହେଁ ଏବେ ସମଗ୍ର ବିଶ୍ୱରେ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ସ୍ତନ କର୍କଟରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଚାଲୁଛି । ଏହା ମହିଳାମାନଙ୍କ କ୍ଷେତ୍ରରେ ଦେଖା ଦେଉଥିବା ଏମିତି ଏକ ବ୍ୟାଧି, ଯାହା ଜୀବନକୁ ଦୁର୍ବିସହ କରି ଦେଇଥାଏ। ସ୍ତନ କର୍କଟରୁ ରକ୍ଷା ପାଇଁ ଚିକିତ୍ସା ଅପେକ୍ଷା ସତର୍କତା ଅଧିକ ଜରୁରୀ ହୋଇଥାଏ। ଏ କ୍ଷେତ୍ରରେ ଡାଳିମ୍ବର ପ୍ରମୁଖ ଭୂମିକା ରହିଛି। ଡାକ୍ତରଙ୍କ ମତରେ ପ୍ରତ୍ୟହ ଡାଳିମ୍ବ ସେବନ କଲେ ସ୍ତନ କର୍କଟ ଭଳି ରୋଗ ସ୍ପର୍ଶ କରିନଥାଏ।

ସୁନ୍ଦର ତ୍ୱଚା

କେବଳ ସ୍ୱାସ୍ଥ୍ୟ ନୁହେଁ ସୁନ୍ଦର ତ୍ୱଚା ପାଇଁ ମଧ୍ୟ ଡାଳିମ୍ବ ଉପାଦେୟ। ପ୍ରତ୍ୟହ ଡାଳିମ୍ବ ଜୁସ ପିଇବା ଦ୍ୱାରା ଚେହେରା ଉଜ୍ଜ୍ୱଳ ହୋଇଥାଏ। ମୁହଁରେ ଉଠୁଥିବା ବ୍ରଣ ଦୂର କରିବାରେ ବିଶେଷ ସହାୟକ ହୋଇଥାଏ ଡାଳିମ୍ବ। ଡାଳିମ୍ବ ସେବନ ଦ୍ୱାରା ଅକାଳ ବାର୍ଦ୍ଧକ୍ୟ ଦୂର ହୋଇଥାଏ। ମୋଡି ମୋଡି ହୋଇଯାଉଥିବା ଚର୍ମକୁ ଡାଳିମ୍ବ ଠିକ୍ କରିଦେଇଥାଏ। ସୂର୍ଯ୍ୟ ରଶ୍ମୀରୁ ତ୍ୱଚାକୁ ରକ୍ଷା କରିବା କ୍ଷେତ୍ରରେ ଡାଳିମ୍ବର ବିଶେଷ ଭୂମିକା ରହିଛି। ଏହା ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମୀରୁ ତ୍ୱଚାକୁ ସୁରକ୍ଷା ଦେଇଥାଏ। ଡାଳିମ୍ବ ଚୋପାରେ ସନ ବ୍ଳକିଙ୍ଗ୍ ଏଜେଣ୍ଟ ରହିଛି। ଫଳରେ ପ୍ରାକୃତିକ ଉପାୟରେ ଏହା ଅତି ବାଇଗଣୀ ସୂର୍ଯ୍ୟ ରଶ୍ମୀକୁ ପ୍ରତିହତ କରିଥାଏ।

ଡାଳିମ୍ବ ମଞ୍ଜିରୁ ପ୍ରସ୍ତୁତ ତେଲ ତ୍ୱଚାକୁ ହାଇଡ୍ରେଟେଡ଼ ରଖିବା ସହ ତ୍ୱଚାକୁ ନରମ କରିଥାଏ। ଡାଳିମ୍ବ ଚୋପାକୁ ଗ୍ରାଇଣ୍ଡ କରି ଏହାର ଲେପ ମୁହଁରେ ଦେଲେ ମୁହଁ ଉଜ୍ଜ୍ୱଳ ହୋଇଥାଏ। ଚର୍ମରେ ଥିବା ମୃତ କୋଷକୁ ସଫା କରିଦେଇଥାଏ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଡାଳିମ୍ବ ଏକ ବରଦାନ ନିଶ୍ଚୟ। କିନ୍ତୁ ବେଳେ ବେଳେ ଡାଳିମ୍ବ ଘାତକ ସାବ୍ୟସ୍ତ ହୋଇଥାଏ। ଡାଳିମ୍ବ ସେବନ ଦ୍ୱାରା ଲାଭ ହେବା ବଦଳରେ କ୍ଷତି ହିଁ ହୋଇଥାଏ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments