1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ତ୍ୱଚାରେ ଏପରି ଭାବେ କରନ୍ତୁ ଆଳୁ ରସର ବ୍ୟବହାର, ଆଉ ଯିବାକୁ ପଡିବନି ବିୟୁଟି ପାର୍ଲର

ଆଳୁ ଏକ ଏମିତି ପରିବା ଯାହାର ବ୍ୟବହାର ପ୍ରାୟ ସବୁ ଘରେ ହୋଇଥାଏ । ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଦେଖିବାକୁ ମିଳେ ଆଳୁ । କିନ୍ତୁ ଅନେକଙ୍କ ବିଶ୍ୱାସ ଆଳୁ ଖାଇଲେ ମୋଟାପଣ ବଢିଥାଏ । କାରଣ ଆଳୁରେ ଶର୍କରା ଅଧିକ ଥାଏ । ହେଲେ ଆଳୁରେ ମଧ୍ୟ ଲୁଚି ରହିଛି ଅନେକ ରୋଗର ଔଷଧ ।

Sudesna Nayak
Sudesna Nayak
Potato juice is beneficial for skin

Potato juice is beneficial for skin

ଆଳୁ ଏକ ଏମିତି ପରିବା ଯାହାର ବ୍ୟବହାର ପ୍ରାୟ ସବୁ ଘରେ ହୋଇଥାଏ । ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଦେଖିବାକୁ ମିଳେ ଆଳୁ । କିନ୍ତୁ ଅନେକଙ୍କ ବିଶ୍ୱାସ ଆଳୁ ଖାଇଲେ ମୋଟାପଣ ବଢିଥାଏ । କାରଣ ଆଳୁରେ ଶର୍କରା ଅଧିକ ଥାଏ । ହେଲେ ଆଳୁରେ ମଧ୍ୟ ଲୁଚି ରହିଛି ଅନେକ ରୋଗର ଔଷଧ ।

ସୁନ୍ଦର ତ୍ୱଚା ପାଇବା ପାଇଁ ବଜାରରେ ମିଳୁଛି ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ । ଯାହା ଆପଣଙ୍କ ପାଇଁ କ୍ଷତିକାରକ ବି
ସାବ୍ୟସ୍ତ ହେବାର ଆଶଙ୍କା ରହିଥାଏ । ଏହା ବ୍ୟବହାର ଯୋଗୁ କେହି କେହି ପାର୍ଶ୍ୱ ପ୍ରତିକ୍ରିୟାର ଶିକାର ମଧ୍ୟ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହି ସବୁ ସାମଗ୍ରୀଠାରୁ ନିଜକୁ ଦୂରେଇ ରଖି କିଭଳି ପ୍ରାକୃତିକ ଉପାୟରେ ଘରୋଇ ଉପଚାରରେ ଆଳୁକୁ ବ୍ୟବହାର କରି ସୁନ୍ଦର ସୁସ୍ଥ ତ୍ୱଚା ପାଇପାରିବେ ।

ଫାଳେ ଆଳୁର ରସ ଓ ଗୋଟେ ଅଣ୍ଡାର ଧଳା ଅଂଶକୁ ଏକାଠି କରି ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍‌ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହାଦ୍ୱାରା ତ୍ୱଚା ଉଜ୍ଜ୍ୱଳ କରେ ।

ଗୋଟେ ବଡ଼ ଚାମଚ ଆଳୁ ପେଷ୍ଟ ନିଅନ୍ତୁ, ସେହି ଚାମଚରେ ଗୋଟେ ଚାମଚ ଦହି ନେଇ ମିଶାଇ ଦିଅନ୍ତୁ । ଏବେ ପେଷ୍ଟକୁ ମୁହଁରେ ଲଗାଇ ଅଧଘଣ୍ଟା ପରେ ଧୋଇ ଦିଅନ୍ତୁ । ତ୍ୱଚା ମସୃଣ,ଦୃଢ଼ ହୋଇଥାଏ ।

ବ୍ରଣ ଦୂର କରିବା ପାଇଁ ଏକ ପାତ୍ରରେ ଆଳୁର ରସରେ ଲେମ୍ବୁ ରସ ଏବଂ ଅଳ୍ପ ମୁଲତାନି ମାଟି ମିଶାନ୍ତୁ । ତିଆରି ହୋଇଥିବା ପେଷ୍ଟକୁ ଚେହେରାରେ ଲଗାନ୍ତୁ । ସପ୍ତାହରେ ୩ରୁ ୪ ଥର ଏହି ପ୍ୟାକକୁ ବ୍ୟବହାର କରନ୍ତୁ ଏବଂ ଏହାର ପ୍ରଭାବ ପରଖନ୍ତୁ ।

ଆଳୁ ରସକୁ ତୁଳାରେ ବୁଡାଇ ଆଖି ଉପରେ ୧୦ରୁ ୧୫ ମିନିଟ ରଖନ୍ତୁ । ଏହାଦ୍ୱାରା ଆଖି ତଳେ ଥିବା ଦାଗ ସବୁ ଦୂର ହୋଇଯିବ ।

ଅଧା ଆଳୁରୁ ପେଷ୍ଟ ପ୍ରସ୍ତୁତ କରନ୍ତୁ, ଏଥିରେ ଚିମୁଟେ ହଳଦୀ ମିଶାଇ ତ୍ୱଚାରେ ଲଗାଇ ଗୋଟେ ଘଣ୍ଟାଏ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ । ଶୁଖିଗଲା ପରେ ସଦା ପାଣିରେ ମୁହଁ ଧୋଇ ଦିଅନ୍ତୁ । ସପ୍ତାହକୁ ଥରେ ଏହି ପ୍ୟାକ୍‌କୁ ମୁହଁରେ ଲଗାନ୍ତୁ ।

ଆଳୁ ରସରେ କଞ୍ଚା କ୍ଷୀର ମିସାଇ ତୁଳା ଦ୍ୱାରା ଶରୀରରେ ସପ୍ତାହକୁ ଗୋଟେ ଥର ଲଗାନ୍ତୁ । ଆପଣଙ୍କ ଶରୀରରେ ଏକ ଅଲଗା ପ୍ରକାରର ଚମକ ଆସିବ ।

ଫାଳେ ଆଳୁ ରସରେ ଦୁଇ ଚାମଚ କଞ୍ଚା କ୍ଷୀରରେ ମିଶାଇ ତୁଳା ସାହାଯ୍ୟରେ ମୁହଁରେ ଲଗାଇବାର ୨୦ ମିନିଟ୍‌ ପରେ ମୁହଁକୁ ଧୋଇ ଦିଅନ୍ତୁ । ଏହାଦ୍ୱାରା ତ୍ୱଚାରେ ଚମକ ଆସେ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments