1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପିଲାଙ୍କୁ PM CARES ଲାଭ ଦେବେ ପ୍ରଧାନମନ୍ତ୍ରୀ

ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଏକ ଜମା ଖାତା, ଏବଂ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଏକ ହେଲଥ୍‌ କାର୍ଡ ପିଲାମାନଙ୍କୁ ହସ୍ତାନ୍ତର କରାଯିବ ।

Shuvanshu Kar
Shuvanshu Kar
Prime Minister Shri Narendra Modi to Release Benefits under PM CARES For Children

Prime Minister Shri Narendra Modi to Release Benefits under PM CARES For Children

ଆସନ୍ତା ମେ ୩୦ରେ ପିଲାଙ୍କ ପାଇଁ ପିଏମ କେୟାର୍ସ(PM CARES) ଯୋଜନାର ଲାଭ ବିତରଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ବୃତ୍ତି ଅର୍ଥ ହସ୍ତାନ୍ତର କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଏକ ଜମା ଖାତା, ଏବଂ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଏକ ହେଲଥ୍‌ କାର୍ଡ ପିଲାମାନଙ୍କୁ ହସ୍ତାନ୍ତର କରାଯିବ ।

ଏହି କାର୍ଯ୍ୟକ୍ରମରେ ହିତାଧିକାରୀ ପିଲାମାନଙ୍କ ସହିତ ସେମାନଙ୍କର ଅଭିଭାବକ/ଯତ୍ନ ପ୍ରଦାନକାରୀ ଏବଂ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିବେ । ଏହାବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମନ୍ତ୍ରୀ, ସାଂସଦ, ବିଧାୟକଗଣ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

୧୧ ମାର୍ଚ୍ଚ ୨୦୨୦ରୁ ୨୮ ଫେବୃଆରୀ ୨୦୨୨ ମଧ୍ୟରେ କୋଭିଡ-୧୯ ମହାମାରୀ କାରଣରୁ ଉଭୟ ମାତାପିତା, କିମ୍ବା ଆଇନଗତ ଅଭିଭାବକ କିମ୍ବା ପୋଷ୍ୟ ମାତାପିତା କିମ୍ବା ଜୀବିତ ଅଭିଭାବକଙ୍କୁ ହରାଇଥିବା ଅନାଥ ପିଲାମାନଙ୍କୁ ସହାୟତା ଯୋଗାଇ ଦେବା ଲାଗି ୨୯ ମେ ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶିଶୁଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ବିସ୍ତୃତ ଯତ୍ନ ଏବଂ ସୁରକ୍ଷା ଯୋଗାଇ ଦେବା । ସେମାନଙ୍କୁ ଆବାସିକ ସୁବିଧା ଦେବା, ଶିକ୍ଷା ଓ ବୃତ୍ତି ଜରିଆରେ ସେମାନଙ୍କୁ ସଶକ୍ତ କରିବା, ୨୩ ବର୍ଷ ବୟସରେ ଉପନୀତ ହେବା ପରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ଏବଂ ସ୍ବାସ୍ଥ୍ୟ ବୀମା ଜରିଆରେ ସେମାନଙ୍କର କଲ୍ୟାଣ ସୁନିଶ୍ଚିତ କରିବା ଲାଗି ଯୋଜନାରେ ପରିକଳ୍ପନା କରାଯାଇଛି ।

ପିଏମ କେୟାର ଫର୍ Children ଯୋଜନାରେ ମିଳୁଛି ୧୦ ଲକ୍ଷ ଟଙ୍କା,ଜାଣନ୍ତୁ...

ବିଶ୍ବର ପ୍ରଥମ ନାନୋ ୟୁରିଆ ପ୍ଲାଣ୍ଟ ଉଦଘାଟିତ

ଯୋଜନାର ସୁବିଧା ପାଇବା ଲାଗି ଚାହୁଁଥିବା ପିଲାମାନଙ୍କ ପଞ୍ଜୀକରଣ ପାଇଁ pmcaresforchildren.in ନାମକ ଏକ ପୋର୍ଟାଲ ପୂର୍ବରୁ ଖୋଲାଯାଇ ସାରିଛି । ଏହି ପୋର୍ଟାଲରେ ଏକ ସିଙ୍ଗଲ ୱିଣ୍ଡୋ ପ୍ରଣାଳୀ ରହିଛି, ଯେଉଁଥିରେ ମଞ୍ଜୁରି ପ୍ରକ୍ରିୟା ସହିତ ପିଲାମାନଙ୍କୁ ଅନ୍ୟ ସବୁ ସହାୟତା ପାଇଁ ବ୍ୟବସ୍ଥା କରାଯାଇଛି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments