1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଶାକାହାରୀମାନଙ୍କ ପାଇଁ ପ୍ରୋଟିନଯୁକ୍ତ ଖାଦ୍ୟ

ଦିନକୁ ଦିନ ଲୋକମାନେ ବହୁତ ସ୍ୱାସ୍ଥ୍ୟ ସଚେତନ ହେଉଛନ୍ତି l ବିଶେଷ କରି ଏଇଥିପାଇଁ ଲୋକମାନେ ନିଜର ଭୋଜନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି l କେତେକ ବ୍ୟକ୍ତିବିଶେଷ ସମ୍ପୂର୍ଣ୍ଣ ଭାବରେ ଶାକାହାରୀ ହେଉଛନ୍ତି କିମ୍ବା ମାଂସାହାରକୁ ହ୍ରାସ କରୁଛନ୍ତି l ଯଦି ଆମେ ସୁଷମ ଏବଂ ପୋଷଣଯୁକ୍ତ ନିରାମିଷ ଖାଦ୍ୟ ଖାଇବା ତେବେ ଆମିଷ ଖାଦ୍ୟ ପରିତ୍ୟାଗ କରିବାରେ କୌଣସି ଅସୁବିଧା ନାହିଁ l ଏହି କଥାକୁ ନେଇ ବହୁତ ଲୋକଙ୍କ ମନରେ ବଡ଼ ଚିନ୍ତା ଆସିଯାଏ ଯେ କଣ ଖାଇବେ ଆଉ କଣ ଖାଇବେ ନାହିଁ l ଆସନ୍ତୁ ଆଜି ଏଠାରେ କେତେକ ଉପଯୋଗୀ ଶାକାହାରୀ ଖାଦ୍ୟଗୁଡ଼ିକ ବିଷୟରେ ଆମେ ଏଠାରେ ଆଲୋଚନା କରିବା l ଶାକାହାରୀ ବ୍ୟକ୍ତିମାନଙ୍କ ନିମନ୍ତେ ପାଞ୍ଚଗୋଟି ମୁଖ୍ୟ ପ୍ରୋଟିନଯୁକ୍ତ ଖାଦ୍ୟଗୁଡ଼ିକ ସମ୍ପର୍କରେ ଆମେ ସମ୍ୟକ ଆଲୋଚନା କରିବା l

Sugyan Kumar Nayak
Sugyan Kumar Nayak
Protein foods for vegetarians

ବାଦାମ

ବୋଧହୁଏ ବହୁତ କମ ଲୋକ ଜାଣିଥିବେ ଯେ, ବାଦାମ ଜାତୀୟ ଖାଦ୍ୟ ସାମଗ୍ରୀଗୁଡ଼ିକରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ l ଏଗୁଡ଼ିକ ମଧ୍ୟରେ ଆଲମଣ୍ଡ, ଅଖରୋଟ, ଚିନାବାଦାମ ଇତ୍ୟାଦି ଅନ୍ତର୍ଭୁକ୍ତ l ଭୋଜନରେ ଏହି ସବୁ ସାମଗ୍ରୀ ଗ୍ରହଣ କରିଲେ ଏଗୁଡ଼ିକ ଶରୀରର ସମସ୍ତ ପ୍ରକାରର ପ୍ରୋଟିନ ଆବଶ୍ୟକତାକୁ ପୂରଣ କରିଥାନ୍ତି l

ସୋୟାବିନ

ପରୀକ୍ଷଣରୁ ଜଣା ପଡ଼ିଛି ଯେ, ସୋୟାବିନରେ ମଧ୍ୟ ଅଧିକ ପରିମାଣର ପ୍ରୋଟିନ ରହିଛି l ୧୦୦ ଗ୍ରାମ ସୋୟାବିନରେ ୩୬ ଗ୍ରାମ ପର୍ଯ୍ୟନ୍ତ ପ୍ରୋଟିନ ରହୁଛି l ଆମର ଶରୀରର ଦୈନିକ ପ୍ରୋଟିନ ଆବଶ୍ୟକତାକୁ ଏହା ଦ୍ୱାରା ଭରଣା କରାଯାଇପାରିବ l ଆମର ପ୍ରତିଦିନର ରୋଷେଇରେ ଆମେ ସୋୟାବିନକୁ ବିଭିନ୍ନ ଭାବରେ ପ୍ରସ୍ତୁତ କରିପାରିବା l  

କ୍ବିନୋଆ

କ୍ବିନୋଆରେ ଭରପୁର ପ୍ରୋଟିନ ରହିଛି l ତେଣୁକରି ଏହାକୁ ପ୍ରୋଟିନର ଏକ ପ୍ରମୁଖ ଉତ୍ସ ଭାବରେ ବିବେଚନା କରାଯାଏ l ପରୀକ୍ଷଣ ଅନୁସାରେ ୧୦୦ ଗ୍ରାମ କ୍ବିନୋଆରେ ୧୪ ଗ୍ରାମ ପର୍ଯ୍ୟନ୍ତ ପ୍ରୋଟିନ ରହୁଛି l ଏହି କାରଣରୁ ଶାକାହାରୀ ଲୋକମାନଙ୍କ ନିମନ୍ତେ କ୍ବିନୋଆ ବହୁତ ଉପାଦେୟ ଅଟେ l

ଦେଶୀ ବୁଟ

ସମସ୍ତଙ୍କ ପାଇଁ ସହଜରେ ମିଳିପାରୁଥିବା ଏକ ସ୍ୱାସ୍ଥ୍ୟକର ଖାଦ୍ୟ ହେଉଛି ଦେଶୀ ବୁଟ l ଗୋଟିଏ ମୁଠା ଦେଶୀ ବୁଟରୁ ମିଳୁଥିବା ପ୍ରୋଟିନ ଆମର ଦୈନିକ ପ୍ରୋଟିନ ଆବଶ୍ୟକତାକୁ ଭରଣା କରିଦିଏ l ଡାଲିରେ ମଧ୍ୟ ପ୍ରଚୁର ପ୍ରୋଟିନ ରହିଥାଏ l ଗୋଟିଏ କପ ଡାଲିରେ ପ୍ରାୟ ୧୮ ଗ୍ରାମ ପ୍ରୋଟିନ ରହୁଥିବାର ଜଣାପଡ଼ିଛି l ପ୍ରତିଦିନର ପ୍ରୋଟିନ ଆବଶ୍ୟକତାକୁ ପୂରଣ କରିବାରେ ଦେଶୀ ବୁଟର ଭୂମିକା ଅତୁଳନୀୟ ଅଟେ l ଗୋଟିଏ କପ ଦେଶୀ ବୁଟରେ ପ୍ରାୟ 39 ଗ୍ରାମ ପ୍ରୋଟିନ ରହୁଥିବାର ଜଣାପଡ଼ିଛି l

ପନୀର 

ଦୁଗ୍ଧଜାତ ଖାଦ୍ୟ ପନୀରରେ ଅଧିକ ପରିମାଣର ପ୍ରୋଟିନ ରହିଥାଏ l ପନୀରର ସ୍ୱାଦ ମଧ୍ୟ ଅତୁଳନୀୟ ଅଟେ l ଶାକାହାରୀ ଲୋକମାନଙ୍କ ଭୋଜନରେ ପ୍ରଥମ ପସନ୍ଦ ହେଉଛି ପନୀର l ୧୦୦ ଗ୍ରାମ ପନୀରରେ ୧୪ ଗ୍ରାମ ପ୍ରୋଟିନ ରହୁଛି l ପନୀର ସମସ୍ତ ଗୁଣବତ୍ତା କେବଳ ଶୁଦ୍ଧ ପନୀରରେ ମିଳି ପାରେ l ପନୀରର ଚାହିଦା ବୃଦ୍ଧି ହେଉଥିବାରୁ ବଜାରରେ ପନୀରର ଅପମିଶ୍ରଣ ହେଉଛି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments