Health & Lifestyle

ମାଣ୍ଡିଆକୁ ଜଳଖିଆରେ କରନ୍ତୁ ସାମିଲ, ମିଳିଵ ଏହି ସବୁ ଫାଇଦା

ମାଣ୍ଡିଆ ହେଉଛି ଏକ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଯାହାର ଚାହିଦା ଖୁବ ରହିଛି l ମାଣ୍ଡିଆରେ କ୍ୟାଲସିୟମ ,ଭିଟାମୀନ-ସି ,ଫାଇବର ,କାର୍ବୋହାଇଡ୍ରେଟ ଭରପୁର ମାତ୍ରାରେ ରହିଛି l

21 May, 2023 2:51 PM IST By: Tanushree Mahapatra

ମାଣ୍ଡିଆ ହେଉଛି ଏକ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଯାହାର ଚାହିଦା ଖୁବ ରହିଛି  l ମାଣ୍ଡିଆରେ କ୍ୟାଲସିୟମ ,ଭିଟାମୀନ-ସି ,ଫାଇବର ,କାର୍ବୋହାଇଡ୍ରେଟ ଭରପୁର ମାତ୍ରାରେ ରହିଛି  l ମାଣ୍ଡିଆରେ ସବୁଠାରୁ ଅଧିକ କ୍ୟାଲସିୟମ ଭାଗ ରହିଛି l

ବଡ କଥା ହେଲା ମାଣ୍ଡିଆରେ ଫାଇବର ପରିମାଣ ଅଧିକ ରହିଥିବା କାରଣରୁ ଓଜନ କମାଇବା ସହିତ ରକ୍ତରେ ଶର୍କରା ମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ l ମାଣ୍ଡିଆକୁ ବିଭିନ୍ନ ଉପାୟରେ ଖାଇ ପାରିବେ ଆପଣ  l ଯେପରି ଗୁଣ୍ଡ କରି ଖାଇବା ସହିତ ଅଙ୍କୁରିତ ଗଜା କରି ମଧ୍ୟ  ଖାଇପାରିବେ l ମାଣ୍ଡିଆ ଖାଇବା ଦ୍ୱାରା ରକ୍ତ ହୀନତା ଦୂର ହୁଏ l ତେବେ ସକାଳ ଜଳଖିଆରେ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ଯାହା ଆପଣଙ୍କୁ ଦିନସାରା ଫୁର୍ତି ରଖିବାରେ ସାହାଯ୍ୟ କରିବ l

ମାଣ୍ଡିଆରେ କ୍ୟାଲସିୟମ ରହିଥାଏ , ୧୦୦ ଗ୍ରାମ ମାଣ୍ଡିଆରେ ପାଖାପାଖି ୩୪୪ ମିଲିଗ୍ରାମ କ୍ୟାଲସିୟମ ମିଳିଥାଏ l ତେବେ ମାଣ୍ଡିଆ ହାଡ଼କୁ ଦୁର୍ବଳ ହେବାରୁ ରକ୍ଷା କରିବା ସହିତ ବିଭିନ୍ନ ହାଡ ସମ୍ବଧୀୟ ରୋଗରୁ ମଧ୍ୟ ରକ୍ଷା କରେ l ପିଲାମାନଙ୍କୁ ମାଣ୍ଡିଆର ଯାଉ ଖାଇବା ପାଇଁ ଦେଲେ ସେମାନଙ୍କ ଶରୀରକୁ ଅନେକ ପୋଷକତତ୍ୱ ମିଳିଥାଏ  l ହାଡ  ମଝବୁତ କରିବା ପାଇଁ ଡାକ୍ତର ମାନେ ମଧ୍ୟ ଏବେ ମାଣ୍ଡିଆ ଖାଇବାକୁ ପରାମର୍ଶ ଦେଉଛନ୍ତି l ସେହିପରି ଆନିମିଆ ପାଇଁ କାଭଦାୟକ ହୁଏ ମାଣ୍ଡିଆ l  ମାଣ୍ଡିଆ ଆଇରନର ଗୋଟିଏ ବଡ ସ୍ରୋତ l ଏଥିରେ ଥିବା ଆଇରନ ରକ୍ତ ହୀନତା ପାଇଁ ଖୁବ ଲାଭଦାୟକ ଅଟେ l ମାଣ୍ଡିଆକୁ ଆମେ ପ୍ରତିଦିନ ସକାଳେ ମୁଗ ଗଜା କିମ୍ବା ବୁଟ ଗଜା ଭଳି ଅଙ୍କୁରିତ କରି ମଧ୍ୟ ଖାଇ ପାରିବା l ତେଣୁ ରକ୍ତ ହୀନତା ରୋଗୀ ମାନେ ନିଜ ଶରୀରର ହିମୋଗ୍ଲୋବିନର ସ୍ତରକୁ ଠିକ ରଖିବା ପାଇଁ ମାଣ୍ଡିଆ ଖାଇବା ଉଚିତ  l

ଜଣେ ମଣିଷକୁ ଚିନ୍ତାମୁକ୍ତ ମଧ୍ୟ କରିଥାଏ ମାଣ୍ଡିଆ l ପ୍ରତେକ ଦିନ ମାଣ୍ଡିଆ ଖାଇବା ଦ୍ୱାରା ଜଣେ ସୁସ୍ଥ ମଣିଷ ଚିନ୍ତା ଗ୍ରସ୍ତରୁ ଦୁରେଇ ରହିବ ବୋଲି ବିଶେଷଜ୍ଞ ମାନେ ବି କହିଛନ୍ତି l ମାଣ୍ଡିଆରେ ଅମିନୋ ଏସିଡ ଓ ଆଣ୍ଟିଆକ୍ସିଡେଣ୍ଟ ରହିଥିବା କାରଣରୁ ଏହା ଆମକୁ ପ୍ରାକୃତିକ ଉପାୟରେ ଚିନ୍ତା ମୁକ୍ତ ରହିବାରେ ସାହାଯ୍ୟ କରେ  l ମାଈଗ୍ରେନ ଭଳି ସମସ୍ୟା ସହିତ ସଂଘର୍ଷ କରୁଥିବା ରୋଗୀ ମାନଙ୍କୁ ମାଣ୍ଡିଆ ଖାଇବାକୁ ପରାମର୍ଶ ଦିଆଯାଇଥାଏ l ଏହାକୁ ଖାଇବା ଦ୍ୱାରା ଏ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ l

ମାଣ୍ଡିଆ ବା ମିଲେଟ ଓଜନ କମାଇବା ସହିତ ରକ୍ତ ଶର୍କରା ପାଇଁ ଲାଭଦାୟକ ଅଟେ l ଏଥିରେ ଅଧିକ ମାତ୍ରାରେ ଫାଇବର ରହିଥାଏ ଯାହାକୁ ଖାଇବା ପରେ ପେଟ ଅଧିକ ସମୟ ଧରି ଭରପୁର ଲାଗିଥାଏ ଭୋକ ଅଧିକ ହୋଇ ନଥାଏ l ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ଏହି ମାଣ୍ଡିଆ l ମାଣ୍ଡିଆରେ ଥିବା ଅମିନୋ ଏସିଡ ସାହାଯ୍ୟରେ ଚର୍ମର ଟିସୁ ଖରାପ ହୋଇ ନଥାଏ l ସବୁଠାରୁ ବଡ କଥା ହେଲା ଚର୍ମରେ କୁଞ୍ଚନ ମଧ୍ୟ ଶୀଘ୍ର ପଡି ନଥାଏ l ଗବେଷକଙ୍କ ମତରେ ମାଣ୍ଡିଆରେ ଭିଟାମିନ-ଡି ଅଧିକ ମାତ୍ରାରେ ରହିଛି ତେଣୁ ଏହାକୁ ସକାଳର ଜଳଖିଆରେ ସାମିଲ କରାଯିବ ଉଚିତ l

ଜାଣନ୍ତୁ ରୋହି ମାଛ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନା ହୀତକାରକ..

ସକାଳେ ଖାଲି ପେଟରେ ଏହି ଜିନିଷ ଖାଆନ୍ତୁ, ସୁସ୍ଥ ରହିବ ଶରୀର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)