1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏତେ ଉପକାରୀ କିସମିସ୍ ! ଆପଣ ଏବେ ଜାଣନ୍ତୁ

ଆଜି ଆମେ ଆପଣଙ୍କୁ କିସମିସର ଉପକାରିତା ବିଷୟରେ କହିବାକୁ ଯାଉଛୁ l କିସମିସ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ l ଶୁଖିଲା ଅଙ୍ଗୁରୁକୁ ହିଁ କିସମିସ୍ କୁହାଯାଏ l ଏହି ଶୁଖିଲା ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ l

Sugyan Kumar Nayak
Sugyan Kumar Nayak
Raisin

Raisin

ଆଜି ଆମେ ଆପଣଙ୍କୁ କିସମିସର ଉପକାରିତା ବିଷୟରେ କହିବାକୁ ଯାଉଛୁ l କିସମିସ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ l ଶୁଖିଲା ଅଙ୍ଗୁରୁକୁ ହିଁ କିସମିସ୍ କୁହାଯାଏ l ଏହି ଶୁଖିଲା ଫଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ l ଏଥିରେ କ୍ୟାଟେଚୀନ ନାମକ ଏକ ଆଣ୍ଟିଅକ୍ସିଡେଣ୍ଟ ଓ କାମଫେରାଲ ନାମକ ଏକ ଫ୍ଲାବୋନାଏଡ ଥାଏ, ଯାହା କୋଲେନ ଟିୟୁମର ର ବୃଦ୍ଧିରେ ସହାୟକ ହୋଇଥାଏ l ଏହା ସହିତ ଏଥିରେ ପଲିଫେନଲିକ, ଫାଇଟୋନ୍ୟୁଟ୍ରିଏଣ୍ଟସ ମଧ୍ୟ ଥାଏ, ଯାହା ଆଖିର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ l

ପୋଷଣ ବିଶେଷଜ୍ଞ ଡ.ରଞ୍ଜନ ସିଂ କହିଛନ୍ତି ଯେ, କିସମିସ୍ ସେବନ ମଧ୍ୟ ସୀମିତ ମାତ୍ରରେ କରିବା ଉଚିତ l ଅତ୍ୟଧିକ କିସମିସ୍ ଖାଇବା ଦ୍ୱାରା ଝାଡା ହୋଇପାରେ l ଯଦି କୌଣସି ମହିଳା ସ୍ତନ୍ୟପାନ କରାଉଥାନ୍ତି ତେବେ କିସମିସ୍ ଖାଇବା ପୂର୍ବରୁ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ l ମଧୁମେହ ରୋଗୀମାନେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ବିନା କିସମିସ୍ ସେବନ କରିବା ଅନୁଚିତ l

୧.ଦୃଷ୍ଟି ଶକ୍ତି ବୃଦ୍ଧି କରେ

କିସମିସରେ ପ୍ରଚୁର ପରିମାଣରେ ପଲିଫେନୋଲିକ ନାମକ ଏକ ଫାଇଟୋକେମିକାଲ ମିଳିଥାଏ l ଏହା ଦୃଷ୍ଟି ଶକ୍ତି ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ l ଏଥିରେ ଥିବା ଅନ୍ୟ ଏଣ୍ଟିଅକ୍ସିଡେଣ୍ଟ ଓ ପୋଷକ ତତ୍ତ୍ୱ ଅନ୍ଧାରକଣା, ଗ୍ଲୁକମା ଏବଂ ମୋତିଆଵିନ୍ଦୁରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ l

୨.ହୃଦୟର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

କିସମିସ୍ ହୃଦୟର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ବୋଲି ମନେକରାଯାଏ l ଏଥିରେ ବହୁ ପରିମାଣରେ ପୋଟାସିଅମ ମିଳିଥାଏ, ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ l ଏହା ବ୍ୟତୀତ ଏହା କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ l

୩.ଯୌନ ଦୁର୍ବଳତାକୁ ଦୂର କରେ

ଏହା ପୁରୁଷମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ l କିସମିସରେ ଥିବା ଆମିନୋ ଏସିଡ ଯୌନ ଦୁର୍ବଳତାକୁ ଦୂର କରିଥାଏ l ପୁରୁଷମାନେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀର ସହିତ ୮ ରୁ ୧୦ କିସମିସ ଭଲ ଭାବରେ ପାଣିରେ ଫୁଟାଇ ଖାଇବା ଉଚିତ l

୪.ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିସମିସକୁ ସ୍ନାକ୍ସ ଭାବରେ ବ୍ୟବହାର କରିପାରିବେ l ଏଥିରେ ପ୍ରାକୃତିକ ଗ୍ଲୁକୋଜ ଥାଏ, ଯାହା ଆପଣଙ୍କୁ ପ୍ରଚୁର ଶକ୍ତି ଦେଇଥାଏ l ଏହା ଆପଣଙ୍କ ଫ୍ୟାଟକୁ କମ୍ କରିବାରେ ସାହାଯ୍ୟ କରେ l ଏହା ମିଠା ଖାଦ୍ୟ ଖାଇବା ପାଇଁ ଆପଣଙ୍କ ଇଚ୍ଛାକୁ ହ୍ରାସ କରିଥାଏ l

କିପରି ସେବନ କରିବେ କିସମିସ୍

୧. କିସମିସକୁ କ୍ଷୀର ସହିତ ସେବନ କରିବା ଭଲ l

୨. ଏହାକୁ ପାଣିରେ ଭିଜାଇ ଖାଇବା ଭଲ ହୋଇଥାଏ l

୩. ସକାଳେ ଖାଲି ପେଟରେ କିସମିସ୍ ଖାଇବା ଭଲ l

୪. ରାତିରେ ଶୋଇବା ପୂର୍ବରୁ ଏହାକୁ ସେବନ କରିବା ଭଲ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments