1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଆସାମରୁ ଆମେରିକା: ଲାଲ୍ ଚାଉଳ

ଆସାମ ରାଜ୍ୟରେ ପାରମ୍ପରିକ ପଦ୍ଧତିରେ ଚାଷ କରାଯାଉଥିବା ଏକ ବିଶେଷ ପ୍ରକାରର ଲାଲ୍ ଚାଉଳକୁ ଆମେରିକା ପଠାଯାଇଛି l ଏହି ଚାଉଳକୁ ସ୍ଥାନୀୟ ଭାଷାରେ 'ବାଓ-ଧାନ' କୁହାଯାଏ l ଏହାକୁ ମୁଖ୍ୟତଃ ବ୍ରହ୍ମପୁତ୍ର ନଦୀର ବନ୍ୟା ପ୍ଲାବିତ ଅଞ୍ଚଳରେ ଚାଷ କରାଯାଏ l ଏହି ଲାଲ୍ ଚାଉଳକୁ ଆସାମର ଲୋକମାନେ ବହୁଳ ମାତ୍ରାରେ ବ୍ୟବହାର କରିଥାଆନ୍ତି ଏବଂ ଏହି ଚାଉଳରେ ଅଧିକ ପରିମାଣରେ ଲୌହ ସାର ରହିଥାଏ l ଏହା ସମ୍ପୂର୍ଣ୍ଣ ଭାବରେ ରାସାୟନିକ ମୁକ୍ତ ଚାଉଳ ଅଟେ l

Sugyan Kumar Nayak
Sugyan Kumar Nayak
Red Rice of Assam

ମାର୍ଚ୍ଚ ୪, ୨୦୨୧ରେ ଏହାର ପ୍ରଥମ ରପ୍ତାନୀ ଶୁଭାରମ୍ଭ କରାଯାଇଛି l ହରିୟାନା ଠାରେ APEDAର ଚେୟାରମାନ ଶ୍ରୀଯୁକ୍ତ ଅଙ୍ଗୁନାଥ ଏହାର ଶୁଭାରମ୍ଭ କରିଛନ୍ତି l ଏହି ଚାଉଳର ସଂଗ୍ରହ ଦାୟିତ୍ୱ ଏଲଟି ଫୁଡସ୍ ବହନ କରୁଛି l ଏହି ଚାଉଳର ରପ୍ତାନୀ ବୃଦ୍ଧି ହେଲେ ବୈଦେଶିକ ବାଣିଜ୍ୟରେ ଅଭିବୃଦ୍ଧି ଘଟିବ ଏବଂ ଭାରତୀୟ କୃଷକମାନଙ୍କର ଆର୍ଥିକ ଅବସ୍ଥା ଉନ୍ନତ ହୋଇପାରିବ l

ଅଣ-ବାସୁମତୀ ଚାଉଳ ରପ୍ତାନୀ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି l ୨୦୨୦-୨୧ ବର୍ଷରେ ଏହା ୨୬,୦୫୮ କୋଟି ଟଙ୍କାରୁ ଅଧିକ ହୋଇଥିବା ବେଳେ ଗତ ବର୍ଷ ଏହା ୧୧,୫୪୩ କୋଟି ଟଙ୍କା ହୋଇଥିଲା l କୋଭିଡ ମହାମାରୀର ସଙ୍କଟ ସମୟରେ ମଧ୍ୟ ଚାଉଳ ରପ୍ତାନୀରେ ଏହି ପ୍ରକାରର ଅଭିବୃଦ୍ଧି ଘଟିଛି, କାରଣ ଚାଉଳ ରପ୍ତାନୀ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସମସ୍ତ ପ୍ରକାରର ସୁରକ୍ଷା ଉପାୟଗୁଡ଼ିକୁ ସୁବ୍ୟବସ୍ଥିତ ଭାବରେ ଅବଲମ୍ବନ କରାଯାଇଛି l ଏହା ଫଳରେ ଚାଉଳ ରପ୍ତାନୀରେ ଅବିଚ୍ଛିନ୍ନତା ବଜାୟ ରହିଛି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments