ସାଧାରଣତଃ ଅନେକ ଲୋକଙ୍କର ଦାନ୍ତ ସମସ୍ୟା ଦେଖା ଯାଇଥାଏ | ଅତ୍ୟଧିକ ମୃଦ୍ୟୁ ପାନୀୟ ପିଇବା ଏବଂ ଥଣ୍ଡା ଖାଦ୍ୟ ସେବନ କରିବା କିମ୍ବା ଦାନ୍ତକୁ ସଠିକ୍ ଭାବରେ ସଫା ନକରିବା ଦ୍ୱାରା ଦାନ୍ତ ସମସ୍ୟା(Toothache) ଦେଖାଯାଇଥାଏ ଅଧିକାଂଶ ଲୋକଙ୍କର ପାନ ଖାଇବା ଦ୍ୱାରା ଦାନ୍ତ ଖରାପ ହୋଇଥାଏ ଏବଂ ଯନ୍ତ୍ରଣା
(Toothache)ହୋଇଥାଏ |
ତେବେ ଆଜି ଆସନ୍ତୁ ଜାଣିବା ପ୍ରକୃତିକ ଓ ଘରୋଇ ଉପଚାର ଦ୍ୱାରା କିପରି ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା |
- ଯଦି ଆପଣଙ୍କର ଅତ୍ୟଧିକ ଦାନ୍ତ ଯନ୍ତ୍ରଣା ହେଉଛି ତେବେ ଦାନ୍ତରେ ୧ ବା ୨ ବୁନ୍ଦା ଲବଙ୍ଗ ତେଲ ଲଗାନ୍ତୁ ଏହା କରିବା ଦ୍ୱାରା ଲଗାଇବା ଦ୍ବାରା ଦାନ୍ତ ସମସ୍ୟାରୁ (clove for toothache)ମୁକ୍ତି ମିଳିଥାଏ ଓ ଆରାମ ଲାଗିଥାଏ |
- ଏକ ଚାମଚ ଲେମ୍ବୁ ରସ (Lemon Juice)ସହ ଏକ ଚୁଟକି ହେଙ୍ଗୁ ମିଶାଇ ପେଷ୍ଟ ତିଆରି କରନ୍ତୁ | ଏହାକୁ 5 ରୁ 10 ମିନିଟ ବାହାରେ ରଖିଦିଅନ୍ତୁ ପରେ ଏହାକୁ ଦାନ୍ତରେ ଲଗାନ୍ତୁ ଏହା କରିବା ଦ୍ବାରା ଯନ୍ତ୍ରଣା ଯଥେଷ୍ଟ କମିଥାଏ |
- ପିଆଜ (Onion) ମଧ୍ୟ ଆପଣଙ୍କୁ ଦାନ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ | ଯନ୍ତ୍ରଣାଦାୟକ ଦାନ୍ତରେ ପିଆଜ ଖଣ୍ଡ ଲଗାଇଲେ ଯନ୍ତ୍ରଣା କମିଥାଏ |
- ଗୋଟିଏ ବା ଦୁଇଟି ରସୁଣ (Garlic)କୋଲା ଏବଂ ପଥର ଲୁଣକୁ ପେଷ୍ଟ ପ୍ରସ୍ତୁତ କରି ସକାଳେ ଓ ସଂଧ୍ୟାରେ ଦୁଇଥର ଯନ୍ତ୍ରଣାଦାୟକ ଦାନ୍ତରେ ଲଗାନ୍ତୁ। ଏହା ଦ୍ୱାରା ଯନ୍ତ୍ରଣା କମିଥାଏ।
- ଏକ ଚାମଚ ଲୁଣକୁ(Salt )ଏକ ଗ୍ଲାସ ଉଷୁମ ପାଣିରେ ଦିନକୁ ୨ ଥର କୁଳି କରନ୍ତୁ ଏହା କରିବା ଦ୍ବାରା ଦାନ୍ତ ଯନ୍ତ୍ରଣା ଦୂର ହୁଏ |
- ଦାନ୍ତ ସମସ୍ୟା ପାଇଁ ସବୁଠୁ ଆରମ ଦାୟକ ହୋଇଥାଏ ପୁଦିନାର ବ୍ୟବହାର | ପୁଦିନା ପତ୍ରକୁ (Mint leaves) ପାଣିରେ ଫୁଟାନ୍ତୁ ଏବଂ ଥଣ୍ଡା କରି ସେହି ପାଣିରେ କୁଳି କରିବା ଦ୍ବାରା ଦାନ୍ତ ଯନ୍ତ୍ରଣାରୁ ଅତି କମ ସମୟରେ ଆରାମ ମିଳିଥାଏ |
- ଏକ ଚୁଟକି ଡାଲଚିନି ପାଉଡର ଏବଂ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ | ଏହି ପେଷ୍ଟକୁ ଦାନ୍ତରେ ଲଗାଇଲେ ଆପଣଙ୍କ ଦାନ୍ତ ଯନ୍ତ୍ରଣା(Toothache)ଦୂର ହେବ |
ଦାନ୍ତକାଠି ବ୍ୟବହାର କରନ୍ତୁ, ଦାନ୍ତକୁ ମଜବୁତ କରନ୍ତୁ !!