1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଦାନ୍ତକାଠି ବ୍ୟବହାର କରନ୍ତୁ, ଦାନ୍ତକୁ ମଜବୁତ କରନ୍ତୁ !!

ଭାରତରେ ଦାନ୍ତ କାଠିରେ ଦାନ୍ତ ଘସିବାର ପ୍ରକ୍ରିୟା ବହୁତ ପୁରାତନ କାଳରୁ ରହିଆସିଛି ଲୋକେ ଦାନ୍ତକୁ ସଫା ରଖିବାକୁ ଦାନ୍ତ କାଠିର ବ୍ୟବହାର କରୁଥିଲେ ,ଆପଣ ମାନେ ଜାଣନ୍ତି କି, ବ୍ରସ ପେଷ୍ଟର ବ୍ୟବହାର ନକରି ମଧ୍ୟ ଆଗ କାଳରେ ଲୋକମାନଙ୍କର ଦାନ୍ତଜନିତ ସମସ୍ୟା ବହୁତ କମ ଥିଲା l

Sugyan Kumar Nayak
Sugyan Kumar Nayak
Neem

Neem

ଭାରତରେ ଦାନ୍ତ କାଠିରେ ଦାନ୍ତ ଘସିବାର ପ୍ରକ୍ରିୟା ବହୁତ ପୁରାତନ କାଳରୁ ରହିଆସିଛି ଲୋକେ ଦାନ୍ତକୁ ସଫା ରଖିବାକୁ ଦାନ୍ତ କାଠିର ବ୍ୟବହାର କରୁଥିଲେ ,ଆପଣ ମାନେ ଜାଣନ୍ତି କି, ବ୍ରସ ପେଷ୍ଟର ବ୍ୟବହାର ନକରି ମଧ୍ୟ ଆଗ କାଳରେ ଲୋକମାନଙ୍କର ଦାନ୍ତଜନିତ ସମସ୍ୟା ବହୁତ କମ ଥିଲା l

ସେମାନଙ୍କର ଦାନ୍ତ କିପରି ଭଲ ରହୁଥିଲା ଆପଣ ଜାଣନ୍ତି କି ? ସେମାନଙ୍କ ଦାନ୍ତଜନିତ କୌଣସି ସମସ୍ୟା ନଥିଲା ଯେମିତିକି ଦାନ୍ତର ସେନସିଟିଭିଟି ସମସ୍ୟା ହେବା, ଦାନ୍ତ ହଳଦିଆ ଦେଖା ଯାଉନଥିଲା ଆଜିକାଲି ଦାନ୍ତ ସଫା କରିବା ପାଇଁ ବିଭିନ୍ନ ପ୍ରକାରର ଟୁଥ ପେଷ୍ଟର ବ୍ୟବହାର କରାଯାଉଛି ସେଥିରେ ବହୁତ ମାତ୍ରାରେ କ୍ୟାଲସିୟମ ରହିଥାଏ ଏହା ଆମ ଦାନ୍ତ ସଫା କରେ ସତ କିନ୍ତୁ ଏହି ପେଷ୍ଟ ଦାନ୍ତରେ ମାଢି ଜନିତ ସମସ୍ୟା ସୃଷ୍ଟି କରିଥାଏ କିନ୍ତୁ ଦାନ୍ତ କାଠି ବ୍ୟବହାର କରିବା ଦ୍ୱାରା କିଛି ବି ସମସ୍ୟା ଦେଖାଯାଏ ନାହିଁ ଆସନ୍ତୁ ଦାନ୍ତ କାଠି ସମ୍ପର୍କରେ କିଛି ତଥ୍ୟ ଜାଣିବା l

ଦାନ୍ତ କାଠି କେଉଁ ଗଛରୁ ଏହା ତିଆରି ହୋଇଥାଏ

ଦାନ୍ତ କାଠିକୁ କେତେକ ଔଷଧୀୟ ଗଛର ଡାଳକୁ ଭାଙ୍ଗି ସେଥିରେ ତିଆରି କରାଯାଏ ଏବଂ ଏହାକୁ ଦାନ୍ତ କାଠି ରୂପେ ବ୍ୟବହାର କରାଯାଏ, ଏହା ପାଟି ଭିତରେ ଥିବା ସମସ୍ତ ଜୀବାଣୁକୁ ନଷ୍ଟ କରିଥାଏ l  ଏମିତି ୧୨ ପ୍ରକାରର ଗଛ ଅଛି ଯେଉଁଥିରେ ଆପଣ ଦାନ୍ତ କାଠି ତିଆରି କରିପାରିବେ, ଯେମିତିକି ବର ,ଆମ୍ବ ,ପିଜୁଳି,ଜାମୁ, କରଞ୍ଜ କୋଳି ଇତ୍ୟାଦି ଅଟେ l ଏହି ମଧ୍ୟରୁ କିଛି ମହତ୍ତ୍ୱପୂର୍ଣ୍ଣ ଦାନ୍ତ କାଠି ରହିଛି ଯାହାର ବ୍ୟବହାର କଲେ ଆପଣଙ୍କର ଦାନ୍ତ ସୁସ୍ଥ ଓ ମଜବୁତ ରହିଥାଏ l 

ନିମ୍ବ ଦାନ୍ତ କାଠି

ନିମ୍ବ ଗଛରୁ ଏକ ମିନେରାଲ ମିଳିଥାଏ l ଏହି ଦାନ୍ତ କାଠି ସବୁଠୁ ଶ୍ରେଷ୍ଠ ଦାନ୍ତ କାଠି ହୋଇଥାଏ l ଏଥିରୁ ମିଳୁଥିବା ରସରୁ ମାଢିରେ ହୋଇଥିବା ଯନ୍ତ୍ରଣା ଓ ମାଢିରୁ ବାହାରୁଥିବା ରକ୍ତ ଜନିତ ସମସ୍ୟା ଦୂର ହୋଇଥାଏ ଯଦି କୌଣସି ଗର୍ଭବତୀ ମହିଳା ସକାଳେ ଓ ସନ୍ଧ୍ୟାରେ ଏହି ଦାନ୍ତ କାଠି ବ୍ୟବହାର କରନ୍ତି ତେବେ ଗର୍ଭରେ ଥିବା ଶିଶୁ ସମ୍ପୂର୍ଣ୍ଣ ନିରୋଗ ହୋଇଥାଏ, ତାଙ୍କୁ କୌଣସି ପ୍ରକାରର ଟୀକା ନେବାର ଆବଶ୍ୟକତା ନଥାଏ l

ଅର୍ଜୁନ ଦାନ୍ତ କାଠି

ଏହି ଦାନ୍ତ କାଠି ବ୍ୟବହାର କରିବା ଦ୍ୱାରା ଉଚ୍ଚ ରକ୍ତଚାପ, ମଧୁମେହ ଓ ଯକ୍ଷ୍ମା ଭଳି ରୋଗ ଭଲ ହୋଇଥାଏ l

ବରଗଛ ଦାନ୍ତ କାଠି

ବରଗଛର ଚେରରୁ ଅନେକ ପ୍ରକାର ତତ୍ତ୍ୱ ମିଳିଥାଏ କିନ୍ତୁ ଏହାର ଦାନ୍ତ କାଠି ଦାନ୍ତ ହଲିବା, ଦାନ୍ତରୁ ରକ୍ତ ବାହାରିବା, ମୁଁହର ଦୁର୍ଗନ୍ଧ ଓ ଗାଲ ସୁଖିବାର ସମସ୍ୟାର ସମାଧାନ ହୋଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments