Health & Lifestyle

ଚମତ୍କାରୀ ଚାଉଳ ଗୁଣ୍ଡ ! ଦାଗ, ବ୍ରଣ ହଟାଇ ତ୍ୱଚାକୁ କରିଦେବ ଉଜ୍ୱଳ...

କିଛି ଘରୋଇ ଉପାୟ ଆପଣାଇବା ଦ୍ୱାରା ସୁନ୍ଦରତା ବୃଦ୍ଧି ସହ ତ୍ୱଚାର ଅନେକ ସମସ୍ୟା ଦୂର କରି ହେବ। ସେହି ଘରୋଇ ଉପାୟ ମଧ୍ୟରୁ ଗୋଟିଏ ହେଉଛି ଚାଉଳ ଗୁଣ୍ଡ(Rice Powder)। ତେବେ ଆସନ୍ତୁ ଜାଣିବା ତ୍ୱଚା ପାଇଁ ଚାଉଳ ଗୁଣ୍ଡକୁ ଆମେ କିପରି ବ୍ୟବହାର କରିପାରିବା।

19 January, 2023 11:24 AM IST By: Priyambada Rana

ତ୍ୱଚାର ସୁନ୍ଦରତା(Beautiful Skin) ବୃଦ୍ଧି ପାଇଁ ଯୁବକ ହୁଅନ୍ତୁ ଅଥବା ଯୁବତୀ ବିଭିନ୍ନ ଉପାୟ ଓ ଭିନ୍ନ ଭିନ୍ନ ଜିନିଷ ବ୍ୟବହାର କରିଥାଆନ୍ତି ।ଶୀତ ଦିନେ(Winter Season) ବିଶେଷ କରି ତ୍ୱଚା ଶୁଷ୍କ(Dry skin) ଓ କଳା ହେବା ସହ ସୁନ୍ଦରତା ହ୍ରାସ ହୋଇଥାଏ। ତେବେ କିଛି ଘରୋଇ ଉପାୟ ଆପଣାଇବା ଦ୍ୱାରା ସୁନ୍ଦରତା ବୃଦ୍ଧି ସହ ତ୍ୱଚାର ଅନେକ ସମସ୍ୟା ଦୂର କରି ହେବ। ସେହି ଘରୋଇ ଉପାୟ ମଧ୍ୟରୁ ଗୋଟିଏ ହେଉଛି ଚାଉଳ ଗୁଣ୍ଡ(Rice Powder)। ତେବେ ଆସନ୍ତୁ ଜାଣିବା ତ୍ୱଚା ପାଇଁ ଚାଉଳ ଗୁଣ୍ଡକୁ ଆମେ କିପରି ବ୍ୟବହାର କରିପାରିବା।

-ଚାଉଳ ଗୁଣ୍ଡ ଓ ଏଲୋବେରା ଜେଲ୍‌ (Aloe vera gel) ଶୀତଦିନିଆ ତ୍ୱଚା ପାଇଁ ବେଶ ଉପକାରୀ। ୨ ଚାମଚ ଚାଉଳ ଗୁଣ୍ଡରେ ଏଲୋବେରା ଜେଲ୍‌‌ ମିଶାଇ ଏହାକୁ ମୁହଁ ଓ ବେକରେ ଲଗାନ୍ତୁ। ଏହାର ବ୍ୟବହାର ଦ୍ୱାରା ମୁହଁର ଚମକ ବୃଦ୍ଧି ହୋଇଥାଏ। ସପ୍ତାହକୁ ଥରେ ଏହାକୁ ବ୍ୟବହାର କରିବେ ଦେଖିବେ ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ଦିଶିବ।
-ଗୋଲାପ ଜଳ (Rose Water) ତ୍ୱଚା ପାଇଁ ଖୁବ ଉପକାରୀ। ଏଥିରେ ଚାଉଳ ଗୁଣ୍ଡ ମିଶାଇ ଲଗାନ୍ତୁ। ୧ ଚାମଚ ଚାଉଳ ଗୁଣ୍ଡରେ ଗୋଲାପ ଜଳ ମିଶାନ୍ତୁ। ଏହାକୁ ତ୍ୱଚାରେ ଲଗାଇ ହାଲକା ଭାବେ ମାଲିସ କରନ୍ତୁ। ଏହା ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ।

-ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗ୍ରୀନ ଟି (Green Tea) ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଚାଉଳ ଗୁଣ୍ଡରେ ଗ୍ରୀନ ଟି ମିଶାନ୍ତୁ। କିଛି ଗ୍ରୀନ ଟି ପ୍ରସ୍ତୁତ କରି ଏହାକୁ ଛାଣି ଏଥିରେ ଚାଉଳ ଗୁଣ୍ଡ ମିଶାନ୍ତୁ। ଏହାକୁ ମୁହଁ ଓ ବେକରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ।

-ତ୍ୱଚା ପାଇଁ କଞ୍ଚା କ୍ଷୀର ଖୁବ ଲାଭଦାୟକ। ୨ ଚାମଚ ଚାଉଳ ଗୁଣ୍ଡରେ କିଛି କଞ୍ଚା କ୍ଷୀର ମିଶାନ୍ତୁ। ଏହାକୁ ତ୍ୱଚାରେ ଲଗାଇ କିଛି ସମୟ ମାଲିସ କରନ୍ତୁ। ଏହା ତ୍ୱଚାର ସୁନ୍ଦରତାକୁ ଦ୍ୱିଗୁଣିତ କରିବା ସହ ବିଭିନ୍ନ ଦାଗ ଦୂର କରି ତ୍ୱଚାର ଚମକ ବୃଦ୍ଧି ସହ କୋମଳ କରିଥାଏ।

ଓଠରୁ କଳା ଦାଗ ଦୂର କରିବାର ଘରୋଇ ଉପଚାର...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)