1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଓଠରୁ କଳା ଦାଗ ଦୂର କରିବାର ଘରୋଇ ଉପଚାର...

ଝିଅମାନେ ନିଜ ଓଠର ଭଲ ଭାବେ ଯତ୍ନରେ ରଖିବା ପାଇଁ ଅନେକ ଟିପ୍ସ ସବୁ ଆପଣେଇଥାନ୍ତି। କିନ୍ତୁ କିଛି ଝିଅମାନଙ୍କର ଭୁଲ ଆପ୍ଳାଏ ଯୋଗୁ ଓଠ ସୁନ୍ଦର ହେବା ବଦଳରେ ଓଠ ଫାଟିଥାଏ ଓ କଳା ପଡି(Dark lip) ଯାଇଥାଏ । ଆଜି ଆମେ ଆପଣମାନଙ୍କୁ ନିଜ ଓଠକୁ କିପରି ଭାବେ କୋମଳ ଓ ବେବୀ ପିଙ୍କ ବନାଇ ପାରିବେ ତାହାର ଟିପ୍ସ ଦେବୁ।

Priyambada Rana
Priyambada Rana
Home remedies to lighten dark lips

Home remedies to lighten dark lips

ପ୍ରତ୍ୟେକ ଝିଅର ମନରେ ନିଜ ସୁନ୍ଦରତା ପାଇଁ ଗର୍ବ ରହିଥାଏ । କେହି ନିଜର ଚେହେରାକୁ ନେଇ ଏତେ ସୁନ୍ଦର ସଜେଇଥାନ୍ତି ଯାହାକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। କିନ୍ତୁ କିଛି ଝିଅମାନେ ନିଜର ଓଠ(Lips)କୁ ନେଇ ମଧ୍ୟ ବହୁତ ସିରିଏସ ଥାନ୍ତି। ନିଜ ଓଠର ଭଲ ଭାବେ ଯତ୍ନରେ ରଖିବା ପାଇଁ ଅନେକ ଟିପ୍ସ ସବୁ ଆପଣେଇଥାନ୍ତି। କିନ୍ତୁ କିଛି ଝିଅମାନଙ୍କର ଭୁଲ ଆପ୍ଳାଏ ଯୋଗୁ ଓଠ ସୁନ୍ଦର ହେବା ବଦଳରେ ଓଠ ଫାଟିଥାଏ ଓ କଳା ପଡି(Dark lip) ଯାଇଥାଏ । ଆଜି ଆମେ ଆପଣମାନଙ୍କୁ ନିଜ ଓଠକୁ କିପରି ଭାବେ କୋମଳ ଓ ବେବୀ ପିଙ୍କ ବନାଇ ପାରିବେ ତାହାର ଟିପ୍ସ ଦେବୁ।

ଆମ ଶରୀରରେ ଜଳାଂଶ କମ ଯୋଗୁ ଆମ ଓଠ ଫାଟିଥାଏ ଓ କଳା ମଧ୍ୟ ପଡିଯାଏ। ଦିନରାତି ସବୁବେଳେ ଓଠରେ ଲିପଷ୍ଟିକ(Lipstick) ଲଗାଇ ରଖିଲେ ଓଠ କଳା ପଡିଯାଏ। ଏହି ସବୁ କାରଣ ପାଇଁ ଝିଅ ମାନଙ୍କର ଓଠର ସୌନ୍ଦର୍ଯ୍ୟ ଖରାପ ହୋଇଥାଏ। ଏମିତି କିଛି ପ୍ରଣାଳୀ ରହିଛି ଯାହାକୁ ପ୍ରୟୋଗ କରିବା ଦ୍ଵାରା ଓଠର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ ।ତେବେ ଆସନ୍ତୁ ଜାଣିବା ସେହି ପ୍ରଣାଳୀ ଗୁଡିକ କ’ଣ :-

-ପ୍ରଥମେ ଗୋଟେ ଛୋଟ ପାତ୍ର ନେଇ ସେଥିରେ ଗୋଟେ ଚାମଚ ନଡିଆ ତେଲ (Coconut Oil) ରେ ଅଧ ଚାମଚ ଚିନି (Sugar) ମିଶାଇ ଦିଅନ୍ତୁ ।

-ଏହା ପରେ ଏଥିରେ ଅଧ ଚାମଚ ଲେମ୍ବୁ ମିଶାଇ ଦିଅନ୍ତୁ। ତା ପରେ ଅଧ ଚାମଚ ମହୁ ମିଶାଇ ଏହାର ମିଶ୍ରଣ କରନ୍ତୁ।

-ତା ପରେ ଏହାକୁ ଭଲ ଭାବେ ମିଶାଇ ଏହାର ଏକ ଶିରମ ପ୍ରସ୍ତୁତ କରନ୍ତୁ। ପ୍ରତ୍ୟେକ ଦିନ ରାତିରେ ଶୋଇବା ସମୟରେ ଏହି ଶିରମକୁ ଓଠରେ ଲଗାଇ ଭଲ ଭାବେ ମାଲିସ କରନ୍ତୁ।

 ଏହା କରିବା ଫଳରେ ଆପଣଙ୍କ ଓଠର ଉଜ୍ୱଳତା ବୃଦ୍ଧି ହୋଇଥାଏ । ଏହା ଛଡା ଓଠରେ ଥିବା କଳା ଦାଗ ମଧ୍ୟ ଦୂର ହୋଇଥାଏ । ଏଥିରେ ମିଶିଥିବା ନଡିଆ ତେଲ ଆମ ତ୍ୱଚାର ରଙ୍ଗକୁ ଉଜ୍ୱଳ କରିଥାଏ। ଏହା ଛଡା ଲେମ୍ବୁ(Lemon) ଚର୍ମର ସ୍ତରକୁ ଉଜ୍ୱଳ ମଧ୍ୟ କରିଥାଏ। ଏହାଛଡା ଏଥିରେ ମିଶିଥିବା ମହୁ ଆମ ଚର୍ମର କଳା ଦାଗକୁ ଦୂର କରିଥାଏ ଓ ଓଠକୁ ନରମ ମଧ୍ୟ କରିଥାଏ।

 ଏହି ସିରମରେ ମିଶିଥିବା ଚିନି ସ୍କ୍ରବ ଭଳି କାମ କରିଥାଏ ଯାହା ଫଳରେ ଓଠ ପିଙ୍କ ହୋଇଥାଏ। ଏହାକୁ ଓଠରେ ମାଲିସ୍ କରି ଏକ ଘଣ୍ଟା ରଖି ପାଣିରେ ଧୋଇ ଦେବେ। ଓଠ ଧୋଇବା ପରେ ଭେସ୍ଲିନ କିମ୍ବା ଲିପବାମ ଲଗାଇବା ଉଚିତ। ଏହାକୁ ମାତ୍ର ୧୫ ଦିନ ବ୍ୟବହାର କରିଲେ ଆପଣଙ୍କ ଓଠ ସଫ୍ଟ ଓ ପିଙ୍କ ହୋଇଯିବ । କୌଣସି ବ୍ରାଣ୍ଡେଡ କମ୍ପାନୀର ଲିପଷ୍ଟିକ ବ୍ୟବହାର କରିବା ବଦଳରେ ଏହାକୁ ବ୍ୟବହାର କରିବା ଦ୍ଵାରା ଓଠର ଚର୍ମ ଭଲ ରହିଥାଏ।ଏହି ଟିପ୍ସଟିକୁ ଆପ୍ଳାଏ କରିବା ଦ୍ୱାରା ଆପଣଙ୍କ ଓଠର ସ୍କିନ ବହୁତ ସୁନ୍ଦର ଓ ପିଙ୍କ୍ ଦେଖାଯିବ। ଆଶା କରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ।

ଗ୍ଲୋଇଂ ସ୍କିନ୍ ପାଇଁ ଏପରି ବ୍ୟବହାର କରନ୍ତୁ ଚିନି....

ମୁଣ୍ଡରେ ଉଙ୍କୁଣିକୁ ନେଇ ଚିନ୍ତିତ କି ? ସମୂଳେ ନାଶ କରିଦେବ ଏହି ପତ୍ର....

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments