1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ତ୍ଵଚା ପାଇଁ ଉପକାରୀ ଚାଉଳ ପାଣି

ଆମେ ପ୍ରତିଦିନ ଚାଉଳକୁ ଭାତ ରାନ୍ଧିବାରେ ବ୍ୟବହାର କରିଆସୁଛେ l ଏହି ଚାଉଳକୁ ପାଣିରେ ମିଶାଇ ବତୁରାଈଲେ ଚାଉଳ ପାଣି ମିଳିଥାଏ l ସେହି ଚାଉଳ ବତୁରା ପାଣିର ଅନେକ ସ୍ୱାସ୍ଥ୍ୟ ଉପଯୋଗୀ ଗୁଣ ରହିଛି l ଶହ ଶହ ବର୍ଷ ଧରି ଜାପାନ, ଚୀନ, ଦକ୍ଷିଣପୂର୍ବ ଏସୀୟ ଦେଶଗୁଡ଼ିକ ଏହି ଚାଉଳ ପାଣିର ଯାଦୁକରୀ ଶକ୍ତିକୁ ଉପଯୋଗ କରିଆସୁଛନ୍ତି l ଏହାକୁ ସେମାନେ କେଶ ସମସ୍ୟାର ସମାଧାନ ନିମନ୍ତେ ଏକ ପ୍ରସାଧନ ସାମଗ୍ରୀର ବିକଳ୍ପ ଭାବରେ ବ୍ୟବହାର କରନ୍ତି l

Sugyan Kumar Nayak
Sugyan Kumar Nayak
Rice Water

Rice Water

ଆମେ ପ୍ରତିଦିନ ଚାଉଳକୁ ଭାତ ରାନ୍ଧିବାରେ ବ୍ୟବହାର କରିଆସୁଛେ l ଏହି ଚାଉଳକୁ ପାଣିରେ ମିଶାଇ ବତୁରାଈଲେ ଚାଉଳ ପାଣି ମିଳିଥାଏ l ସେହି ଚାଉଳ ବତୁରା ପାଣିର ଅନେକ ସ୍ୱାସ୍ଥ୍ୟ ଉପଯୋଗୀ ଗୁଣ ରହିଛି l ଶହ ଶହ ବର୍ଷ ଧରି ଜାପାନ, ଚୀନ, ଦକ୍ଷିଣପୂର୍ବ ଏସୀୟ ଦେଶଗୁଡ଼ିକ ଏହି ଚାଉଳ ପାଣିର ଯାଦୁକରୀ ଶକ୍ତିକୁ ଉପଯୋଗ କରିଆସୁଛନ୍ତି l ଏହାକୁ ସେମାନେ କେଶ ସମସ୍ୟାର ସମାଧାନ ନିମନ୍ତେ ଏକ ପ୍ରସାଧନ ସାମଗ୍ରୀର ବିକଳ୍ପ ଭାବରେ ବ୍ୟବହାର କରନ୍ତି l ସେଇଥିପାଇଁ ତ ସେମାନଙ୍କ କେଶରାଶି ଏତେ ସୁନ୍ଦର ଆଉ ଆକର୍ଷଣୀୟ ! ଏପରିକି କେତେକ କ୍ଷେତ୍ରରେ ଦେଖାଯାଇଛି ସେମାନଙ୍କର କେଶରେ ଉଜ୍ଜଳତା ୮୦ ବର୍ଷ ପର୍ଯ୍ୟନ୍ତ ଝଟକୁଥାଏ !

ଚାଉଳର ପାଣି ବା ଚାଉଳ ମଣ୍ଡର ବହୁ ଉପାଦେୟ ଗୁଣ ରହିଛି। ଚାଉଳର ପାଣି ବା ଚାଉଳ ମଣ୍ଡରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍ସ ରହିଛି। ଫଳରେ ଏହା ଆମ ଶରୀର ପାଇଁ ଯେତିକି ଲାଭଦାୟକ, ଆମ ତ୍ୱଚା ଓ ଚୁଟି ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଏହି ପାଣିର ବ୍ୟବହାରରେ ତ୍ୱଚାରେ ଚମକ ଆସିଥାଏ। ଏହା ଏକ ପ୍ରକାର ଏଣ୍ଟି ଏଜିଙ୍ଗ ଭଳି କାମ କରିଥାଏ।

ଦୁଇଟି ଉପାୟରେ ଆମେ ଏହା ପ୍ରସ୍ତୁତ କରିପାରିବା। ପ୍ରଥମତଃ ଚାଉଳକୁ ଅଧା ଘଣ୍ଟା କିମ୍ବା ରାତିସାରା ପାଣିରେ ଭିଜାଇ ରଖିବେ। ଭଲ ଭାବରେ ବତୁରି ଗଲାପରେ ଚାଉଳକୁ ଛାଣି ଦେବେ। ଦ୍ୱିତୀୟତଃ ଯେମିତି ଭାତ ରନ୍ଧା ଯାଏ ସେମିତି ରାନ୍ଧିବେ। ଭାତ ସମ୍ପୂର୍ଣ୍ଣ ହୋଇଗଲା ପରେ ଏହାର ପେଜ ବାହାର କରିଦେବେ। ଏହି ପେଜ ବା ମଣ୍ଡରେ ଆବଶ୍ୟକ ପରିମାଣର ଭିଟାମିନ ଏବଂ ମିନେରାଲ୍ସ ରହିଛି। ଏହି ପାଣି ବା ପେଜକୁ ଆପଣ ମୁହଁ ସଫା କରିବା ପାଇଁ ବ୍ୟବହାର କରିପାରିବେ। ଏହା ଆପଣଙ୍କ ମୁହଁକୁ ତାଜା ଓ ସ୍ୱଚ୍ଛ କରିବାରେ ସାହାଯ୍ୟ କରିବ। ବୟସ ବଢିବା ସଂଗେ ସଂଗେ ଚେହେରାର ଚମକ ମଧ୍ୟ କମିଯାଇଥାଏ। ଏହି ଉପାୟ ଦ୍ୱାରା ଆପଣ ପୁରୁଣା ଚମକ ଫେରି ପାଇବେ। ଚାଉଳ ଭିଜା ପାଣି ବା ମଣ୍ଡ ବ୍ୟବହାର ଦ୍ୱାରା ମୁହଁରେ ଉଠୁଥିବା ବ୍ରଣ ମଧ୍ୟ ଦୂର ହୋଇଯାଇଥାଏ। ଏହା ସହିତ ତ୍ୱଚା କୋମଳ ମଧ୍ୟ ହୋଇଥାଏ। କଟନକୁ ଏହି ପାଣିରେ ଭିଜେଇ ମୁହଁ ଲଗେଇ ପାରିବେ କିମ୍ବା କୌଣସି ଏକ ସ୍ପ୍ରେ ବୋତଲରେ ପୁରାଇ ମୁହଁରେ ସ୍ପ୍ରେ ମଧ୍ୟ କରିପାରିବେ। ଏହାର ବ୍ୟବହାର ପରେ ଆପଣଙ୍କୁ କୌଣସି ମଇଶ୍ଚରାଇଜରର ଦରକାର ପଡିବ ନାହିଁ।

ଏହି ପାଣିରେ ମୁଣ୍ଡ ସଫା କଲେ ମଧ୍ୟ ଚୁଟି ବହୁତ ଚିକ୍କଣ ହୋଇଥାଏ। ଏହାସହ ଚୁଟି ମଜବୁତ ମଧ୍ୟ ହୋଇଥାଏ। ଏହା କଣ୍ଡିସନର ଭଳି କାମ କରିଥାଏ। ସାମ୍ପୁ କରିବା ପରେ ଏହି ପାଣିରେ ଚୁଟି ଧୋଇବେ। ଚୁଟିର ମୂଳରେ ମସାଜ କରିବେ ଏବଂ ପରେ ସଫା ପାଣିରେ ଧୋଇବେ। ଏହି ପ୍ରକ୍ରିୟା ସପ୍ତାହକୁ ଥରେ କିମ୍ବା ଦୁଇଥର କରିବା ଫଳରେ ଚୁଟି ସୁନ୍ଦର ଏବଂ ମୁଲାୟମ ହୋଇଥାଏ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments