1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ରୁଟି ବନାମ ଭାତ : ଓଜନ ହ୍ରାସ କରିବା ନିମନ୍ତେ କେଉଁଟି ଭଲ ?

ପୋଷଣତତ୍ତ୍ଵବିତମାନଙ୍କ ମତରେ କୌଣସି ଶସ୍ୟ ଓଜନ ବୃଦ୍ଧି କରୁଛି ବୋଲି ନିର୍ଦ୍ଧିଷ୍ଟ ଭାବରେ ଦୋଷ ଦିଆଯିବା ଉଚିତ ନୁହେଁ କିମ୍ବା ଓଜନ ହ୍ରାସ କରୁଛି ବୋଲି ପ୍ରଶଂସା କରିବା ଉଚିତ ନୁହେଁ l

Sugyan Kumar Nayak
Sugyan Kumar Nayak

ପୋଷଣତତ୍ତ୍ଵବିତମାନଙ୍କ ମତରେ କୌଣସି ଶସ୍ୟ ଓଜନ ବୃଦ୍ଧି କରୁଛି ବୋଲି ନିର୍ଦ୍ଧିଷ୍ଟ ଭାବରେ ଦୋଷ ଦିଆଯିବା ଉଚିତ ନୁହେଁ କିମ୍ବା ଓଜନ ହ୍ରାସ କରୁଛି ବୋଲି ପ୍ରଶଂସା କରିବା ଉଚିତ ନୁହେଁ l

ଓଜନ ହ୍ରାସ କରିବା ଦୃଷ୍ଟିରୁ ଆହାର ମଧ୍ୟରେ ଭାତ ଏବଂ ରୁଟି ମଧ୍ୟରେ ଏକ ପ୍ରକାରର ଉଲ୍ଲେଖନୀୟ ଲଢ଼େଇ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ l ଅନେକ ବ୍ୟକ୍ତି ଭାବନ୍ତି ଯେ ବହୁତ ଶୀଘ୍ର ଉତ୍ତମ ଶାରୀରିକ ଆକୃତି ନିମନ୍ତେ ଭାତ ଏବଂ ରୁଟିକୁ ସମ୍ପୂର୍ଣ୍ଣ ଭାବରେ ଛାଡ଼ିଦେବା ଠିକ୍ ଅଟେ ଏବଂ ଏହା ଏକ ସଫଳ ପଦ୍ଧତି ଅଟେ l କିନ୍ତୁ ପୋଷଣତତ୍ତ୍ଵବିତମାନେ ଏହାର ବିରୋଧ କରନ୍ତି ଏବଂ ଉତ୍ତମ ଶାରୀରିକ ଆକୃତି ନିମନ୍ତେ ଶ୍ୱେତସାର ଜାତୀୟ ଖାଦ୍ୟ ଗ୍ରହଣ କରିବାକୁ ପ୍ରସ୍ତାବ ଦିଅନ୍ତି l  ଶ୍ୱେତସାର ଜାତୀୟ ଖାଦ୍ୟ ଶକ୍ତି ଯୋଗାଇବାରେ, ଆପଣଙ୍କର ନିଦ୍ରାରେ, ଆପଣଙ୍କ ମାନସିକ ଅବସ୍ଥାରେ ସାହାଯ୍ୟ କରେ, ଏବଂ ଆପଣଙ୍କର କ୍ଷୁଧା ନିବାରଣରେ ସାହାଯ୍ୟ କରେ l ଚାଉଳ ଏବଂ ଗହମ ହେଉଛନ୍ତି ଦୁଇଗୋଟି ଶସ୍ୟ ଯେଉଁଥିରେ ତୁଳନାତ୍ମକ ଭାବରେ ପ୍ରୋଟିନ, ସ୍ନେହସାର ଏବଂ ଶ୍ୱେତସାର ମଧ୍ୟ ରହିଥାଏ l  ୧୦୦ ଗ୍ରାମ୍ ଗହମ ଅଟାରେ ପ୍ରାୟ ୭୦ ଗ୍ରାମ୍ ଶ୍ୱେତସାର, ୧୨ ଗ୍ରାମ ପ୍ରୋଟିନ ଏବଂ ୨ ଗ୍ରାମ୍ ସ୍ନେହସାର ରହୁଥିବା ବେଳେ ୧୦୦ ଗ୍ରାମ୍ ଚାଉଳରେ ପ୍ରାୟ ୮୦ ଗ୍ରାମ୍ ଶ୍ୱେତସାର, ୭ ଗ୍ରାମ୍ ପ୍ରୋଟିନ ଏବଂ ୦.୫ ଗ୍ରାମ୍ ସ୍ନେହସାର ଥାଏ l

ତେବେ ପ୍ରଶ୍ନ ଉଠୁଛି କେଉଁଟି ଉତ୍ତମ: ଭାତ ନ ରୁଟି ?

କହିବାକୁ ଗଲେ ବାସ୍ତବରେ ନିଷ୍ପତି ଆପଣଙ୍କ ଉପରେ ନିର୍ଭର କରେ l ଯେମିତିକି ଆପଣ କଣ ଖାଇବାକୁ ପସନ୍ଦ କରନ୍ତି ଏବଂ ଆପଣଙ୍କ ଶରୀର କିପରି ଭାବରେ ସେଥିପ୍ରତି ପ୍ରତିକ୍ରିୟା ପ୍ରକାଶ କରେ l ଆମେ ବେଳେ ବେଳେ ଭାବୁ ରୁଟି ଅପେକ୍ଷା ଭାତ କମ ସ୍ଥାନ ଭରିଥାଏ ତେଣୁ ଆମେ ଗୋଟିଏ ଥରରେ ଅଧିକ ଭାତ ଖାଉ l "ଏହିଠାରେ ହିଁ ଅସୁବିଧା ସୃଷ୍ଟି ହୁଏ ଏବଂ ଆପଣଙ୍କର ଓଜନ ବୃଦ୍ଧି ହୁଏ l ଏହିଭଳି କ୍ଷେତ୍ରରେ ଶସ୍ୟ ଉପରେ ଦୋଷ ଲଦି ଦେବା ଠିକ୍ ନୁହେଁ l

ଆପଣଙ୍କ ପାଇଁ ସର୍ବୋତ୍ତମ କେଉଁଟି ?

ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ଭାବନ୍ତି ଭାତ ଖାଇବାରେ ସେତେ ତୃପ୍ତି ମିଳେ ନାହିଁ ତେବେ ଆପଣଙ୍କ ରାତ୍ରିଭୋଜନରେ ଅଧିକ ଭାତ ନଖାଇ ଅଧିକ ପରିମାଣର ପନିପରିବା କିମ୍ବା ଡାଲି ଖାଇପାରିବେ l ଠିକ୍ ସେହିପରି ଆହୁରି ମଧ୍ୟ କିଛି ଲୋକ ଭାବନ୍ତି ଯେ, ରୁଟି ଚୋବାଇ ଖାଇବା କଷ୍ଟକର, ରୁଟି ଖାଇଲେ ସେମାନଙ୍କର ଗ୍ୟାସ ହୋଇପାରେ କିମ୍ବା ପେଟରେ ସମସ୍ୟା ସୃଷ୍ଟି କରିପାରେ l ଏହି କାରଣରୁ ସେମାନେ କମ ପରିମାଣର ରୁଟି ଖାଇଥାଆନ୍ତି, ଯାହା ସେମାନଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ସେଇଥିପାଇଁ ରୁଟି ଓଜନ ହ୍ରାସ କରେ ବୋଲି ଧାରା ରହିଆସିଛି l ଆପଣ ମନେ ରଖିବା ଉଚିତ ଯେ, କୌଣସି ନିର୍ଦ୍ଧିଷ୍ଟ ଶସ୍ୟ ଓଜନ ବୃଦ୍ଧି କରୁଛି ବୋଲି ଦୋଷ ଦିଆଯିବା ଉଚିତ ନୁହେଁ କିମ୍ବା ଓଜନ ହ୍ରାସ କରୁଛି ବୋଲି ପ୍ରଶଂସା କରାଯିବା ଉଚିତ ନୁହେଁ l

ଆପଣ ଯେଉଁ ଶସ୍ୟକୁ ଆହାର ଭାବରେ ଗ୍ରହଣ କରନ୍ତୁ ନା କାହିଁକି, ମୁଖ୍ୟ କଥା ହେଉଛି ଆପଣ ତାହାକୁ ସନ୍ତୋଷର ସହିତ ଗ୍ରହଣ କରୁଛନ୍ତି ଏବଂ ଏହାକୁ ନିୟନ୍ତ୍ରିତ ଭାବରେ ଖାଦ୍ୟ ରୂପେ ଗ୍ରହଣ କରୁଛନ୍ତି l ଓଜନ ହ୍ରାସ କରିବା ପାଇଁ ଅଳ୍ପ ଟିକେ ନିୟନ୍ତ୍ରଣ ହିଁ ଜରୁରୀ ଅଟେ l ଯେଉଁ ଖାଦ୍ୟରେ ଆପଣଙ୍କର ତୃପ୍ତି ରହିଛି ସେହି ଖାଦ୍ୟରେ ହିଁ ଆପଣ ଏହାର ଉପଚାର କରିପାରିବେ, କିନ୍ତୁ ଆପଣଙ୍କୁ ନିୟନ୍ତ୍ରିତ ମାତ୍ରାରେ ଖାଇବାକୁ ହେବ l ପୋଷଣତତ୍ତ୍ଵବିତମାନେ ମତ ଦିଅନ୍ତି ଯେ, ଆପଣଙ୍କର ପେଟ ୮୦% ଭରିଲା ପରି ଆପଣ ଭୋଜନ କରିବା ଉଚିତ l ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣ ଟେଲିଫୋନରେ କଥା ହେବା ସମୟରେ, ଟିଭି ଦେଖିବା ସମୟରେ, ବହି କିମ୍ବା ଖବରକାଗଜ ପଢ଼ିବା ସମୟରେ, କମ୍ପ୍ୟୁଟର ଦେଖିବା ସମୟରେ ନିଜର ଭୋଜନ କରନ୍ତୁ ନାହିଁ l ଏହା ଦ୍ୱାରା ଖାଇବା ଉପରେ ଆପଣଙ୍କର ଉପଯୁକ୍ତ ଧ୍ୟାନ ରହିବ ଏବଂ ଆପଣ ବହୁତ ଅଧିକ ପରିମାଣରେ ଭୋଜନ କରିବେ ନାହିଁ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments