
sabudana health benefits
ବହୁ ଭାରତୀୟ ଖାଦ୍ୟ ସାବୁ ଦାନା ଯୁକ୍ତ । ସାବୁ ଦାନାରେ ଆପଣ ବହୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିପାରିବେ । ସାବୁ ଦାନା ପ୍ରକୃତରେ ଟାପୋଇକାର ଚେର ରୁ ପ୍ରସ୍ତୁତ କରାଯାଇଥାଏ ତେଣୁ ଏଥିରେ ଆବଶ୍ୟକ ମାତ୍ରାରେ ପୃଷ୍ଟିସାର ଏବଂ କ୍ୟାଲୋରୀ ରହିଥାଏ ଯାହା ଆପଣଙ୍କ ଶରୀର ଲାଗି ବେଶ ଉତ୍ତମ । ସାବୁଦାନା ବିଶେଷ କରି ବୟସ୍କ ବ୍ୟକ୍ତି ଏବଂ ଛୋଟ ପିଲାଙ୍କୁ ଖାଇବାକୁ ଦିଆଯାଇଥାଏ କାରଣ ଏହା ହଜମ କରିବା ସହଜ । ଏଥିରେ ଫାଇବରର ମାତ୍ରା ମଧ୍ୟ ଅଧିକ ଥିବାରୁ ଏହା ଶରୀର ରେ ହିତକାରୀ ଜୀବାଣୁର ବୃଦ୍ଧି ରେ ସାହାଯ୍ୟ କରିଥାଏ ।
ସାବୁଦାନାରେ କ୍ୟାଲସିୟମ୍ ଏବଂ ଆଇରନ୍ ଭରପୂର ପରିମାଣର ଥାଏ । କେବଳ ସ୍ୱାସ୍ଥ୍ୟ ନୁହେଁ ଚେହରା ପାଇଁ ମଧ୍ୟ ସାବୁଦାନା ଖୁବ୍ ଲାଭଦାୟକ । ଏହାର ନିୟମିତ ବ୍ୟବହାର ଚେହେରାର ଥିବା ଦାଗକୁ ଦୂର କରିବା ସହ ଚମକ ଆଣିଥାଏ । ଦେଖିଥିବେ ପ୍ରାୟତ ଲୋକମାନେ ପର୍ବପର୍ବାଣୀ ସମୟରେ ଫଳ, ପନିପରିବା, କୁଟ୍ଟୁ ଆଟା, ସାବୁଦାନା, ସମକ ଚାଉଳ ଇତ୍ୟାଦି ଖାଇ ଉପବାସ କରିଥାନ୍ତି ।
ସାବୁ ଦାନାରେ କ୍ୟାଲୋରୀ ବେଶ ଅଧିକ ରହିଥାଏ ତେଣୁ ଆପଣଙ୍କୁ ଏହା ଦିନ ଭାରି ଉର୍ଜା ଦେବା ଲାଗି ଯଥେଷ୍ଟ । ଏହାକୁ ବହୁ ବ୍ୟକ୍ତି ଉପବାସ ବା ଉପବାସ ଭଙ୍ଗ କରିବା ପରେ ଖାଇଥାନ୍ତି କାରଣ ଏହା ତୁରନ୍ତ ଶରୀରକୁ ଗ୍ଲୁକୋଷ ପ୍ରଦାନ କରିଥାଏ ।
- ଅଳ୍ପ ପରିମାଣ ସାବୁଦାନା ନେଇ ଏହାକୁ ଭଲ ଭାବରେ ଗୁଣ୍ଡ କରନ୍ତୁ । ଏହାକୁ କ୍ଷୀରରେ ମିଶାଇ ଏକ ପେଷ୍ଟ ତିଆରି କରି ମୁହଁରେ ଲଗାନ୍ତୁ । ନିୟମିତ ଏପରି କଲେ ତ୍ୱଚାରେ ଚମକ ଆସିଥାଏ ।
- ଗର୍ଭବତୀ ମହିଳାଙ୍କ ଲାଗି ଏହା ବିଶେଷ ଉପଯୋଗୀ କାରଣ ଏଥିରେ ଥିବା ଭିଟାମିନ ବି୬ ଗର୍ଭ ରେ ଥିବା ଶିଶୁ ର ସ୍ନାୟୁ ବୃଦ୍ଧି ଓ ନିର୍ମାଣ ରେ ବିଶେଷ ସାହାଯ୍ୟ କରିଥାଏ ।
- ସାବୁଦାନା ଗୁଣ୍ଡରେ ମହୁ ବା ଲେମ୍ବୁ ମିଶାଇ ଏହି ପେଷ୍ଟକୁ ଲଗାଇଲେ ମୁହଁରେ ଥିବା ଦାଗ ସବୁଦିନ ପାଇଁ ଲିଭିଯାଇଥାଏ ।
- ଯଦି ଜିମ ଯାଉଛନ୍ତି ତେବେ ମଧ୍ୟ ସାବୁଦାନା ଖାଆନ୍ତୁ କାରଣ ଏଥିରେ ଥିବା କ୍ୟାଲୋରୀ ଆପଣଙ୍କୁ ତୁରନ୍ତ ଉର୍ଜା ଦେଇଥାଏ ଏହା ସହ ଅଧିକ ମାଂସ ଓ ମଜଭୁତ ହାଡ ନିର୍ମାଣ ରେ ମଧ୍ୟ ସାହାଯ୍ୟ କରିଥାଏ ।
- ଏହା ଆପଣଙ୍କ ଶରୀର ରେ ରକ୍ତ ଚାପ କୁ ନିୟନ୍ତ୍ରିତ କରିଥାଏ । ତେଣୁ ଉଚ୍ଚ ରକ୍ତଚାପ ର ସମସ୍ୟା ଥିଲେ ଏହାକୁ ନିଶ୍ଚିତ ଖାଦ୍ୟ ରେ ସାମିଲ କରନ୍ତୁ ।
- ସାବୁଦାନା ସହ ଅଲିଭ୍ ଅଏଲ୍ ମିଶାଇ କେଶରେ ଲଗାନ୍ତୁ । ଏପରି ନିୟମିତ ଭାବରେ କଲେ ସମସ୍ତ ପ୍ରକାର କେଶ ସମସ୍ୟାରୁ ମୁକ୍ତି ମିଳିଥାଏ ।
- ସେହିପରି ସାବୁଦାନା ଗୁଣ୍ଡରେ ହଳଦୀ ଏବଂ ଗୋଲାପ ଜଳ ମିଶାଇ ବ୍ରଣ ହୋଇଥିବା ସ୍ଥାନରେ ଲଗାଇଲେ ସବୁଦିନ ପାଇଁ ଏଥିରୁ ମୁକ୍ତି ମିଳିଥାଏ ।
- ସାବୁଦାନା ଗୁଣ୍ଡରେ କିଛି ଚାଉଳ ଗୁଣ୍ଡ କିମ୍ବା ଅଟା ମିଶାଇ ମୁହଁରେ ଲଗାଇଲେ କୁଞ୍ଚନରେଖାରୁ ମୁକ୍ତି ମିଳିଥାଏ ।
Share your comments