Health & Lifestyle

ଖାଉଛନ୍ତି କି କଦଳୀ ? ହୋଇଯାଆନ୍ତୁ ସାବଧାନ

କୌଣସି ବି ଜିନିଷ ଅଧିକ ମାତ୍ରାରେ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ସେହିଭଳି ଅଧିକ ମାତ୍ରାରେ କଦଳୀ ସେବନ ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ ।

23 February, 2022 3:13 PM IST By: Sudesna Nayak

ପ୍ରତିଟି ମଣିଷ ଅନ୍ୟ କିଛି ଖାଇବାକୁ ପସନ୍ଦ କରୁ କି ନକରୁ କିନ୍ତୁ କଦଳୀ (Banana) ଖାଇବାକୁ ନିଶ୍ଚିନ୍ତ ପସନ୍ଦ କରିଥାଏ । ସାରା ଦୁନିଆରେ ସର୍ବାଧିକ ଖିଆଯାଉଥିବା ଫଳ ହେଲା କଦଳୀ (Banana) । କଦଳୀର ଅନେକ ସ୍ୱାସ୍ଥ୍ୟଗତ ଫାଇଦା ମଧ୍ୟ ରହିଛି । ଏହା ଶ୍ୱାସ ରୋଗ ଓ କ୍ୟାନସର ରୋଗୀଙ୍କ ପାଇଁ ମଧ୍ୟ ପ୍ରଭାବଶାଳୀ । କଦଳୀର ଅନେକ ଲାଭ ରହିଛି । ତେବେ କୌଣସି ବି ଜିନିଷ ଅଧିକ ମାତ୍ରାରେ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ସେହିଭଳି ଅଧିକ ମାତ୍ରାରେ କଦଳୀ ସେବନ ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ ।

ଅଧିକ କଦଳୀ (Banana) ସେବନ କରିବା ଦ୍ୱାରା ଓଜନ ବଢିଥାଏ । ଓଜନ ବଢିବା ଚିନ୍ତାଜନକ ବିଷୟ। ମୁଖ୍ୟତଃ ସନ୍ଧ୍ୟା ସମୟରେ କଦଳୀ ସେବନ କରିବା କିମ୍ବା ଅଧିକ ମାତ୍ରାରେ କଦଳୀ ସେବନ କଲେ ଶରୀରରେ ଏକ୍ସଟ୍ରା ଫ୍ୟାଟ ସୃଷ୍ଟି କରିଥାଏ ଯାହା ଶରୀର ପାଇଁ ହାନିକାରକ ପ୍ରମାଣିତ ହୋଇପାରେ । ଯଦି ଆପଣ ଓଜନ ବଢାଇବାକୁ ଚାହୁଁଛନ୍ତି ତାହେଲେ କଦଳୀ ସର୍ବୋତ୍ତମ।

କଦଳୀ (Banana)ରେ ପ୍ରାକୃତିକ ଶର୍କରା ବା ନାଚୁରାଲ ସୁଗାର ରହିଛି। ସେଥିପାଇଁ ଅଧିକ କଦଳୀ ସେବନ କ୍ଷତିକାରକ ହୋଇପାରେ। ମଧୁମେହ ରୋଗୀଙ୍କ ପାଇଁ ଏହା ଘାତକ ପ୍ରମାଣିତ ହୋଇପାରେ।

ଶ୍ୱାସ ରୋଗୀ କଦଳୀ (Banana)ସେବନ କରିବା ଅନୁଚିତ । ଶ୍ୱାସ ରୋଗୀ କଦଳୀ ସେବନ ନ କରିବା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।

ଯଦି ଆପଣ ଜିମରେ ବୟବୟାଂ କରୁଛନ୍ତି କିମ୍ବା ରନିଙ୍ଗ କରୁଛନ୍ତି ତାହେଲେ ଦିନକୁ ୩-୪ କଦଳୀ (Banana) ଆପଣଙ୍କ ପାଇଁ ସ୍ୱାସ୍ଥ୍ୟକର । କିନ୍ତୁ ଯଦି ଆପଣ କିଛି ୱାର୍କଆଉଟ କିମ୍ବା ବ୍ୟାୟାମ କରୁନାହାନ୍ତି ତାହେଲେ ଦିନକୁ ଗୋଟିଏ କିମ୍ବା ଦୁଇଟି କଦଳୀ ସେବନ କରିପାରିବେ ।

ଅଧିକ ପାଚିଥିବା କଦଳୀ କ୍ଷତିକାରକ,ଜାଣନ୍ତୁ...

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ସବୁଠାରୁ ଅଧିକ ପାଚିଥିବା କଦଳୀ (Banana)ଶରୀର ପ୍ରତି ସର୍ବାଧିକ କ୍ଷତିକାରକ । ଏହାର ଚୋପାରେ ଅସିଥିବା ଟିକେ ଟିକେ ପଚିବା ଭଳି ରଙ୍ଗ ଆସିଥାଏ , ଯାହା ମାଧ୍ୟମରେ ଆପଣ ଜାଣିପାରିବେ ଯେ କଦଳୀ ଅଧିକ ପାଚିଛି ନା କମ୍ । କଦଳୀ ଅଧିକ ପାଚିଗଲେ ତାର ସ୍ୱସ୍ଥ ଷ୍ଟାର୍ଚ କମିଯାଇଥାଲ ଓ ଏହା ସୁଗାରରେ ପରିବର୍ତ୍ତନ ହୋଇଯାଇଥାଏ । ଅତ୍ୟାଧିକ ପାଚିଥିବା କଦଳୀ (Banana)ରେ ସୁଗାର ମାତ୍ରା ୧୭.୪ ପ୍ରତିଶତ ହୋଇଥାଏ ସେତେବେଳେ ସାଧାରଣତ ପାଚିଥିବା କଦଳୀରେ ସୁଗାରର ମାତ୍ରା ୧୪.୪ ପ୍ରତିଶତ ।

ପ୍ରକାଶ ଥାଉ ଯେ, ଆବଶ୍ୟକତା ଠାରୁ ଅଧିକ ପାଚିଥିବା କଦଳୀ (Banana)ରେ ଫାଇବାରର ମାତ୍ରା କମ୍ ଥାଏ । ଏଥିରେ ମାତ୍ର ୧.୯ ପ୍ରତିଶତ ଫାଇବର ହିଁ ମିଳିଥାଏ । ଅନ୍ୟପଟେ ଅଳ୍ପ କଞ୍ଚାଥିବା କଦଳୀରେ ୩.୧ ପ୍ରତିଶତ ଫାଇବର ଥାଏ । କମ ପାଚିଥିବା କଦଳୀରେ କେବଳ ଫାଇବରର ମାତ୍ରା କମ ନଥାଏ । ଏହାସହ ଏଥିରେ ଭିଟାମିନ- ଏ, ବ-୬ ଓ ଭିଟାମିନ -କେ ବି କମମାତ୍ରାରେ ମିଳିଥାଏ । ରକ୍ତରେ ସର୍କରା ପରିମାଣ ବୃଦ୍ଧି କରିବାକୁ ଚାହୁଁଥିଲେ ଆପଣ ଅଧିକ ପାଚିଲା କଦଳୀ (Banana) ଖାଇପାରିବେ । ହେଲେ ଆପଣ ଯଦି ଡାଇବେଟିକ ରୋଗୀ ତେବେ ପାଚିଲା କଦଳୀ (Banana) ଖାଇବାରୁ ବିରତ ରୁହନ୍ତ ।

କ୍ୟାନସର୍ ଓ ଆସ୍ଥମା ଭଳି ଅନେକ ରୋଗରୁ ମୁକ୍ତି ଦିଏ କଳା ହଳଦୀ

ପ୍ରତିଦିନ ସକାଳୁ ଉଠି ଏହି ପାଣି ପିଇଲେ, ଅନେକ ବଡ ରୋଗରୁ ମିଳିବ ମୁକ୍ତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)