Health & Lifestyle

ଜୀବନ ନେଇପାରେ ବିଟ୍, ଜାଣନ୍ତୁ କାରଣ...

ବିଟରେ ଅକ୍ସଲେଟର ପରିମାଣ ଅଧିକ ଥାଏ, ଯାହା ଶରୀରର ବିଭିନ୍ନ କ୍ଷତି କରିଥାଏ ।

19 February, 2022 11:25 AM IST By: Sudesna Nayak

ପ୍ରଚୁର ପୋଷକ ତତ୍ତ୍ୱରେ ଭରପୂର ବିଟ୍ (beetroot) ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । କିନ୍ତୁ ଏହା ସମସ୍ତଙ୍କ ପାଇଁ ଫାଇଦାଯୁକ୍ତ ହୋଇନଥାଏ । ବିଟରେ ଅକ୍ସଲେଟର ପରିମାଣ ଅଧିକ ଥାଏ, ଯାହା ଶରୀରର ବିଭିନ୍ନ କ୍ଷତି କରିଥାଏ ।

ସୀମିତ ପରିମାଣରେ ବିଟ୍ ସେବନ ଶରୀରର ଲାଭ କରୁଥିବା ବେଳେ ମାତ୍ରାଧିକ ବିଟ୍ ଯୋଗୁଁ କେତେକ ସାଇଡ ଇଫେକ୍ଟ ଦେଖିବାକୁ ମିଳେ । ଚାଲନ୍ତୁ ଜାଣିବା ବିଟ୍ ଖାଇବା ଦ୍ବାରା ଶରୀରର କଣ କ୍ଷତି ହୋଇଥାଏ ...

କିଡନୀ ଷ୍ଟୋନର ଆଶଙ୍କା

ବିଟରେ ଅକ୍ସଲେଟର ପରିମାଣ ଅଧିକ ଥାଏ । ଫଳରେ ଏହାକୁ ଅଧିକ ସେବନ କଲେ କିଡନୀ ଷ୍ଟୋନର ଆଶଙ୍କା ରହିଛି । ଏଣୁ ଯଦି ଆପଣଙ୍କର ଷ୍ଟୋନ ସମସ୍ୟା ଅଛି ତେବେ ବିଟ ଖାଆନ୍ତୁ ନାହିଁ କିମ୍ବା ଅଳ୍ପ ଖାଆନ୍ତୁ । ଡାକ୍ତରଙ୍କ ପରାମର୍ଶ ନେଲେ ଭଲ ।

ମଳ ଓ ମୂତ୍ରର ରଙ୍ଗ ପରିବର୍ତ୍ତନ

ଅଧିକ ପରିମାଣରେ ବିଟ୍ (beetroot) ଖାଇଲେ ମଳ ଓ ମୂତ୍ରର ରଙ୍ଗ ପରିବର୍ତ୍ତନ ହୋଇଯାଏ । ମୂତ୍ରର ରଙ୍ଗ ହଳଦିଆ ବଦଳରେ ପିଙ୍କ କିମ୍ବା ନାଲି ହେଉଥିବା ବେଳେ ମଳର ରଙ୍ଗ କଳା କିମ୍ବା ଲାଲ ହୋଇଯାଏ । ଏହା ଏତେ ବଡ଼ ଅସୁବିଧା ନୁହେଁ ଓ ଆପେ ଠିକ ହୋଇଯାଏ ।

ପେଟ ଖରାପ ହୋଇପାରେ

ବିଟ୍ (beetroot)ରେ ନାଇଟ୍ରେଟ ରହିଛି । ଏହାକୁ ଅଧିକ ପରିମାଣରେ ସେବନ କଲେ ପେଟ ରୋଗ ହେବା ଆଶଙ୍କା ରହିଛି । ଏଥିସହ ପାଚନ ସମ୍ବନ୍ଧୀୟ ସମସ୍ୟା ବି ଦେଖାଦିଏ । ନାଇଟ୍ରେଟ ଥିବା ଯୋଗୁ ଗର୍ଭବତୀ ମହିଳାଙ୍କୁ ବିଟ ଖାଇବାକୁ ବାରଣ କରାଯାଏ ।

ଯକୃତ ପାଇଁ କ୍ଷତିକାରକ ବିଟ୍

ରିପୋର୍ଟ ମୁତାବକ, ଅଧିକ ପରିମାଣରେ ବିଟ୍ (beetroot) ଖାଇଲେ ଯକୃତ ବା ଲିଭର ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ । ବିଟରେ କପର, ଆଇରନ, ଫସଫରସ ଓ ମ୍ୟାଗନେସିୟମ ରହିଥାଏ । ଏସବୁ ତତ୍ତ୍ୱ ଅଧିକ ଖାଇଲେ ଲିଭରରେ ଜମା ହୋଇଥାନ୍ତି । ଫଳରେ ଶରୀରରେ ବିଭିନ୍ନ ସମସ୍ୟା ଦେଖାଯାଏ ।

ଯଦି ଆଇରନ ମାତ୍ରା ଅଧିକ ଥାଏ ଜମା ଖାଆନ୍ତୁ ନାହିଁ ବିଟ୍

ଯଦି ଆପଣଙ୍କ ଶରୀରରେ ଅଧିକ ପରିମାଣର କପର କିମ୍ବା ଆଇରନ ଜମା ହୋଇଯାଏ, ତେବେ ସେମାନଙ୍କୁ ବିଟ୍ (beetroot) ବୁଝିବିଚାରି ଖାଇବା ଜରୁରୀ ଅଟେ । ଏହାର କାରଣ ହେଉଛି ଏପରି କିଛି ଉପାଦାନ ବିଟ୍ ରେ ମିଳିଥାଏ, ଯାହା ଶରାରେ ଆଇରନ ଏବଂ କପରର ପରିମାଣ ବଢାଇଥାଏ । ଯାହା ସମସ୍ୟା ସୃଷ୍ଟି କରିପାରେ ।

ଏହି ସବୁ ଖାଦ୍ୟ ଖାଇବା ପରେ ତୁରନ୍ତ ପିଅନ୍ତୁ ନାହିଁ ପାଣି, ଭୋଗିବେ ସମସ୍ୟା

Health tips: ଭୁଲରେ ବି ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ନାହିଁ ଏହି ୪ଟି ଜିନିଷ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)