Health & Lifestyle

ଭୁଲରେ ବି ଖାଆନ୍ତୁ ନାହିଁ କମଳା, ନଚେତ ନେଇପାରେ ଜୀବନ

ଆମେ ସାଧାରଣତଃ ଫଳ ମାନଙ୍କ ମଧ୍ୟରୁ କମଳା ଖାଇବାକୁ ପସନ୍ଦ କରୁ । ସହରର ପ୍ରତ୍ୟକ ବଜାରରେ ଏହା ସହଜରେ ଉପଲବ୍ଧ ମଧ୍ୟ ହୋଇଥାଏ । ତେବେ କମଳା ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥିବା ସତ୍ତ୍ୱେ ଏହା ବେଳେବେଳେ ବିପଦ ମଧ୍ୟ ସାଜିପାରେ ।

03 March, 2022 1:48 PM IST By: Sudesna Nayak

ଆମେ ସାଧାରଣତଃ ଫଳ ମାନଙ୍କ ମଧ୍ୟରୁ କମଳା (Oranges) ଖାଇବାକୁ ପସନ୍ଦ କରୁ । ସହରର ପ୍ରତ୍ୟକ ବଜାରରେ ଏହା ସହଜରେ ଉପଲବ୍ଧ ମଧ୍ୟ ହୋଇଥାଏ । ତେବେ କମଳା (Oranges)ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥିବା ସତ୍ତ୍ୱେ ଏହା ବେଳେବେଳେ ବିପଦ ମଧ୍ୟ ସାଜିପାରେ ।

କୋରୋନା ସମୟରେ କମଳା (Oranges) ବହୁମାତ୍ରାରେ ବିକ୍ରି ହୋଇଥିଲା । କାରଣ ଏଥିରେ ଭିଟାମିନ ସି, ଫାଇବର, ଟିମିନ ଏ ଏବଂ ବି, ପୋଟାସିୟମ, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ, ଫସ୍‌ଫରସ ଇତ୍ୟାଦି ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ଅତ୍ୟନ୍ତ ଲାଭଦାୟକ । କିନ୍ତୁ ଅତ୍ୟଧିକ କମଳା ଖାଇବା ଦ୍ୱାରା ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ ।

ଏହି ୫ ସମସ୍ୟା ଥିବା ଲୋକ କମଳା ଖାଇବା ଅନୁଚିତ୍‌,ଜାଣନ୍ତୁ...

ପେଟ ସମସ୍ୟା ଥିଲେ ଖାଆନ୍ତୁ ନାହିଁ କମଳା

ପେଟ ଜନିତ ସମସ୍ୟା ଥିଲେ ତୁରନ୍ତ କମଳା (Oranges) ଖାଇବା ଅନୁଚିତ୍‌ । କାରଣ କମଳା ଖାଇବା ଦ୍ୱାରା ପେଟରେ ଏସିଡିଟି ବଦହଜମି ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଆହୁରି ମଧ୍ୟ କମଳାରେ ଥିବା ଫାଇବର ଡାଇରିଆ ଭଳି ସମସ୍ୟାରେ ଆକ୍ରାନ୍ତ ହେବାକୁ ପଡ଼ିପାରେ ।

ଦାନ୍ତ ଖରାପ ଥିଲେ ଖାଆନ୍ତୁ ନାହିଁ କମଳା

କମଳା (Oranges) ଦାନ୍ତ ପାଇଁ କ୍ଷତିକାରକ । କମଳାରେ ଏସିଡ୍‌ ଥାଏ ଯାହାକି ଇନେମଲ ଏବଂ କ୍ୟାଲସିୟମ ସହିତ ମିଶି ସଂକ୍ରମଣ କରିଥିଲ । ଯେଉଁଥିରେ ଦାନ୍ତ ଧୀରେ ଧୀରେ ଖରାପ ହୋଇଥାଏ ।

ଏସିଡିଟି ଥିଲେ ଖାଆନ୍ତୁ ନାହିଁ କମଳା

ଏସିଡିଟି ପରି ସମସ୍ୟା ଥିଲେ, କମଳା (Oranges) ଖାଇବା କ୍ଷତିକାରକ । ଏହା ଦ୍ୱାରା ପେଟରେ ଗ୍ୟାସ ଏବଂ ଛାତିରେ ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ଖାଲି ପେଟରେ ଖାଆନ୍ତୁ ନାହିଁ କମଳା

ଖାଲି ପେଟରେ କମଳା ଆଦୌ ହେଲେ ଖାଇବା ଅନୁଚିତ୍‌ । ଏହା ବ୍ୟତିତ ରାତିରେ କମଳା (Oranges) ଖାଇବା ଅନୁଚିତ୍‌ । କାରଣ ରାତିରେ କମଳା ଖାଇବା ଦ୍ୱାରା ଥଣ୍ଡା ହୋଇପାରେ ।

ବିଶେଷଜ୍ଞଙ୍କ ଅନୁଯାୟୀ, ଶିଶୁମାନେ କମଳା (Oranges)ଖାଇବା ଅନୁଚିତ୍‌ । କାରଣ କମଳାରେ ଏସିଡ୍‌ ଥାଏ, ଯାହାକି ପେଟ ସମସ୍ୟା ସୃଷ୍ଟି କରିପାରେ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି କମଳା (Oranges) ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କ ହିଁ ପରାମର୍ଶ ନିଅନ୍ତୁ ।

କଞ୍ଚା ପିଆଜ ଖାଉଛନ୍ତି କି ? ଜାଣନ୍ତୁ ନିଶ୍ଚିତ ...

ଏହି ସବୁ ବଡ ବଡ ରୋଗ ଦୂର କରେ ଡାଳିମ୍ବ,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)