1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କଞ୍ଚା ପିଆଜ ଖାଉଛନ୍ତି କି ? ଜାଣନ୍ତୁ ନିଶ୍ଚିତ ...

ଆମ ଶରୀରରେ ଘଟୁଥିବା ଅନେକ ରୋଗ ପାଇଁ ପିଆଜ (Onions)ଏକ ରାମବାଣ ଉପାୟ ଭାବରେ କାମ କରେ । ପିଆଜ ସ୍ୱାସ୍ଥ୍ୟ ପାଇଁ କୌଣସି ଆଶୀର୍ବାଦ ଠାରୁ କମ୍ ନୁହେଁ। ଆପଣ ପ୍ରତିଦିନ ଖାଦ୍ୟରେ ପିଆଜ ବ୍ୟବହାର କରନ୍ତି । କିନ୍ତୁ କଞ୍ଚା ପିଆଜ ଖାଇବା ଦ୍ୱାରା ଆପଣ ଅନେକ ରୋଗରୁ ରକ୍ଷା ପାଇପାରିବେ ।

Sudesna Nayak
Sudesna Nayak
health benefits of eating Onions

health benefits of eating Onions

ଆମ ଶରୀରରେ ଘଟୁଥିବା ଅନେକ ରୋଗ ପାଇଁ ପିଆଜ (Onions)ଏକ ରାମବାଣ ଉପାୟ ଭାବରେ କାମ କରେ । ପିଆଜ ସ୍ୱାସ୍ଥ୍ୟ ପାଇଁ କୌଣସି ଆଶୀର୍ବାଦ ଠାରୁ କମ୍ ନୁହେଁ । ଆପଣ ପ୍ରତିଦିନ ଖାଦ୍ୟରେ ପିଆଜ ବ୍ୟବହାର କରନ୍ତି । କିନ୍ତୁ କଞ୍ଚା ପିଆଜ ଖାଇବା ଦ୍ୱାରା ଆପଣ ଅନେକ ରୋଗରୁ ରକ୍ଷା ପାଇପାରିବେ ।

ଚାଲନ୍ତୁ କଞ୍ଚା ପିଆଜ ଖାଇବାର ଉପକାରିତା ବିଷୟରେ ଜାଣିବା...

ରକ୍ତଚାପ ନିୟନ୍ତ୍ରଣ କରେ କଞ୍ଚା ପିଆଜ

ଆପଣଙ୍କର ରକ୍ତଚାପର ସମସ୍ୟା ରହିଥିଲେ , ଆପଣ ପ୍ରତିଦିନ ଦୁଇଟି ପିଆଜ (Onions) ଖାଇପାରିବେ , ଏହା ରକ୍ତଚାପକୁ ହ୍ରାସ କରିଥାଏ । ପିଆଜ (Onions) ଖାଇବା ଦ୍ୱାରା ରକ୍ତଚାପ ସମ୍ବନ୍ଧୀୟ ରୋଗରୁ ଆରାମ ମିଳିଥାଏ । କଞ୍ଚା ପିଆଜକୁ ଆପଣ ପ୍ରତିଦିନ ଖାଦ୍ୟ ସହିତ ସାଲାଡରେ ଅନ୍ତର୍ଭୂକ୍ତ କରିପାରିବେ ।

କୋଷ୍ଠକାଠିନ୍ୟର ସମସ୍ୟାକୁ ଦୂର କରିଥାଏ କଞ୍ଚା ପିଆଜ

ଯଦି ଆପଣଙ୍କର ପେଟ ପ୍ରାୟତଃ ଖରାପ ରହିଥାଏ କିମ୍ବା କୋଷ୍ଠକାଠିନ୍ୟର ସମସ୍ୟା ରହିଥାଏ ତେବେ କଞ୍ଚା ପିଆଜ (Onions) ଖାଇବା ଦ୍ୱାରା ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇପାରେ । ଏହା କୋଷ୍ଠକାଠିନ୍ୟରୁ ଦୂର କରିପାରେ । ଏହାଦ୍ୱାରା ପେଟ ମଧ୍ୟ ସଫା ହୋଇଥାଏ । ପିଆଜରେ ଅତ୍ୟନ୍ତ ପରିମାଣରେ ଫାଇବର ରହିଥାଏ ।

କର୍କଟ ଦୂର କରିଥାଏ କଞ୍ଚା ପିଆଜ

ପିଆଜ (Onions)ରେ ଏପରି ଉପାଦାନ ରହିଥାଏ , ଯାହା କର୍କଟ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ । ଅନ୍ୟ ପକ୍ଷରେ କୌଣସି ବ୍ୟକ୍ତି କର୍କଟ ରୋଗରେ ପୀଡ଼ିତ ଥିଲେ , ପିଆଜ (Onions) ଖାଇବା ଦ୍ୱାରା କର୍କଟ ରୋଗ ସହିତ ଲଢ଼ିବାପାଇଁ ସାହାଯ୍ୟ ମିଳିଥାଏ ।

ମଧୁମେହ ଦୂର କରିଥାଏ କଞ୍ଚା ପିଆଜ

ମଧୁମେହ ରୋଗୀଙ୍କ ପାଇଁ ପିଆଜ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ। ପିଆଜରେ କ୍ରୋମିୟମ ରହିଥାଏ , ଯାହା ରକ୍ତଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

ହୃଦ ରୋଗୀଙ୍କ ପାଇଁ ଲାଭଦାୟକ କଞ୍ଚା ପିଆଜ

ଯଦି ଆପଣ ହୃଦ ରୋଗରେ ପୀଡିତ ଅଛନ୍ତି , ତେବେ ପିଆଜ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । କୋଲେଷ୍ଟ୍ରଲ ହୃଦ ରୋଗକୁ ବୃଦ୍ଧି କରିଥାଏ । ପ୍ରତିଦିନ ପିଆଜ (Onions) ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସମସ୍ୟା ଦୂର ହୋଇପାରିବ । ଏହା ଲାଲ ରକ୍ତ କଣିକାକୁ ଏକାଠି ହେବାକୁ ରୋକିଥାଏ ଏବଂ ସ୍ନାୟୁ ଅବରୋଧ ହେବାରେ ମଧ୍ୟ ରୋକିଥାଏ ।

ପିଆଜ ଖାଇଲେ ଗ୍ୟାସ ସମସ୍ୟାରୁ ମିଳିବ ମୁକ୍ତି

ଏଥିପାଇଁ ଗୋଟିଏ ଚାମଚ ପିଆଜ (Onions) ରସ, ଗୋଟିଏ ରସୁଣ, ଅଳ୍ପ ଅଦା, ଗୋଟିଏ ଚାମଚ ମହୁ ଏବଂ ଦୁଇ ଚାମଚ ପାଣିର ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏବଂ ଏହାକୁ ଦିନକୁ ଥରେ ବ୍ୟବହାର କରିବା ଜରୁରୀ । ଏହା ଦ୍ୱାରା ଆପଣ ବହୁ ପରିମାଣରେ ଗ୍ୟାସରୁ ମୁକ୍ତି ପାଇବେ ।

ଏହି ସବୁ ବଡ ବଡ ରୋଗ ଦୂର କରେ ଡାଳିମ୍ବ,ଜାଣନ୍ତୁ...

ସେଓ ଖାଉଛନ୍ତି କି ? ସାବଧାନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments