1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସେଓ ଖାଉଛନ୍ତି କି ? ସାବଧାନ

ଆମେ ସାଧାରଣତଃ ଫଳ ମାନଙ୍କ ମଧ୍ୟରୁ ସେଓ ଖାଇବାକୁ ପସନ୍ଦ କରୁ । ସହରର ପ୍ରତ୍ୟକ ବଜାରରେ ଏହା ସହଜରେ ଉପଲବ୍ଧ ମଧ୍ୟ ହୋଇଥାଏ । ତେବେ ସେଓ ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥିବା ସତ୍ତ୍ୱେ ଏହା ବେଳେବେଳେ ବିପଦ ମଧ୍ୟ ସାଜିପାରେ । ଅତ୍ୟଧିକ ସେଓ ଖାଇବା ହାନିକାରକ ମଧ୍ୟ ହୋଇଥାଏ ।

Sudesna Nayak
Sudesna Nayak
side effects of eating apples

side effects of eating apples

ଆମେ ସାଧାରଣତଃ ଫଳ ମାନଙ୍କ ମଧ୍ୟରୁ ସେଓ (Apple)ଖାଇବାକୁ ପସନ୍ଦ କରୁ । ସହରର ପ୍ରତ୍ୟକ ବଜାରରେ ଏହା ସହଜରେ ଉପଲବ୍ଧ ମଧ୍ୟ ହୋଇଥାଏ । ତେବେ ସେଓ (apple)ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥିବା ସତ୍ତ୍ୱେ ଏହା ବେଳେବେଳେ ବିପଦ ମଧ୍ୟ ସାଜିପାରେ । ଅତ୍ୟଧିକ ସେଓ ଖାଇବା ହାନିକାରକ ମଧ୍ୟ ହୋଇଥାଏ ।

ଜଣେ ବ୍ୟକ୍ତି ଦିନରେ ଗୋଟିଏ କିମ୍ବା ଦୁଇଟିରୁ ଅଧିକ ସେଓ (Apple) ଖାଇବା ଉଚିତ ନୁହେଁ । ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ସେଓ ଖାଉଛନ୍ତି ତେବେ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡିପାରେ ।

ସେଓ (Apple)ରେ ଭରପୂର ମାତ୍ରାର ଫାଇଭର ରହିଛି, ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । କିନ୍ତୁ ଯଦି ଶରୀରକୁ ଆବଶ୍ୟକତାଠାରୁ ଅଧିକ ଫାଇଭର ମିଳେ, ତେବେ ଏହା ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ । କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦେଖା ଦେଇପାରେ ।

ସେଓ (Apple)କାର୍ବୋହାଇଡ୍ରେଟରେ ଭରପୁର ଥାଏ । ତେଣୁ ଏକ୍ସରସାଇଜ ପୂର୍ବରୁ ସେଓ ଏକ ଭଲ ଖାଦ୍ୟ ଭାବେ ବିଚାର କରାଯାଏ । ଯଦି ଆବଶ୍ୟକ ଠାରୁ ଅଧିକ ସେଓ (Apple) ଖାଆନ୍ତି ତେବେ ବ୍ଲଡ ସୁଗାର ବଢ଼ିପାରେ ।

ଅଧିକ ସେଓ (Apple) ଖାଇବା ଦ୍ୱାରା ବେଳେବେଳେ ଏସିଡିଟି ସମସ୍ୟା ଦେଖା ଦେଇଥାଏ ।

ସେଓ ଖାଇବା ଦ୍ୱାରା ଶରୀରକୁ ଇନ୍‌ଷ୍ଟାଣ୍ଟ ଏନର୍ଜି ମିଳଥାଏ । କିନ୍ତୁ ଏହାକୁ ଅଧିକ ସେଓ ଓଜନ ମଧ୍ୟ ବଢ଼ିପାରେ । ଯଦି ଆପଣ ଗୋଟିଏ ସମୟରେ ଅତ୍ୟଧିକ ସେଓ (apple)ଖାଇ ନିଅନ୍ତି ତେବେ ଏହା ଆପଣଙ୍କ ଶରୀରର ଚର୍ବି ଅଂଶ ତରଳାଇ ପାରିବ ନାହିଁ ।

ସେଓ (Apple)କୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଶରୀରରେ ବ୍ଲଡ ସୁଗାର ମାତ୍ରା ବଢ଼ିବା ସମ୍ଭାବନା ରହିଥାଏ । କାରଣ ଏଥିରେ କାର୍ବୋହାଇଡ୍ରେଡ୍‌ ଭରପୁର ମାତ୍ରାରେ ରହିଛି । ତେଣୁ ଆବଶ୍ୟକତା ଠାରୁ ଅଧିକ ସେଓ ଖାଇବା ଉଚିତ ନୁହେଁ ।

ସେଓ (Apple)ରେ ସବୁଠୁ ଅଧିକ କୀଟନାଶକ ମାତ୍ରା ରହିଥାଏ । ଡିଫେନିଲମାଇନ ସେଓରେ ଅଧିକ ମାତ୍ରରେ ଥିବା ଦେଖାଯାଏ । ତେଣୁ ଅଧିକ ସେଓ ଖାଇବା ଦ୍ୱାରା ଅଧିକ ମାତ୍ରାରେ କୀଟନାଶକ ଶରୀରକୁ ଯାଇପାରେ ।


ଅଧିକ ସେଓ ବା ଆପଲ (apple) ଖାଇବା ଦ୍ୱାରା ଦାନ୍ତ ମଧ୍ୟ ଖରାପ ହୋଇଯାଇଥାଏ । ଏହା ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ ସତ ଅଟେ । ଏହି ସମସ୍ୟାରୁ ଦୂରେଇ ରହିବା ପାଇଁ ଆପଣମାନଙ୍କୁ ଆପଲ (apple)କୁ ଅନ୍ୟ କୌଣସି ସ୍ନାକ୍ସ ଆଇଟମ୍ ସହ ମିଶାଇ ଖାଇପାରିବେ ।

ମଧୁମେହ ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଅଙ୍ଗୁର,ଜାଣନ୍ତୁ...

୩ ଦିନ ସକାଳୁ ଖାଲି ପେଟରେ ଖାଆନ୍ତୁ ପିଜୁଳି ପତ୍ର, ମୂଳରୁ ଶେଷ ହୋଇଯିବ ଏହି ୧୦ ଟି ରୋଗ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments