1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମଧୁମେହ ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଅଙ୍ଗୁର,ଜାଣନ୍ତୁ...

ଅଙ୍ଗୁର ହେଉଛି ବଳବର୍ଦ୍ଧକ ଓ ସୌନ୍ଦର୍ଯ୍ୟବର୍ଦ୍ଧକ ଫଳ । ଏଥିରେ ଥିବା ପଲିଫେନୋଲିକ୍ ଫିଟୋକେମିକାଲ୍ କ୍ୟାନସର୍ ଭଳି ରୋଗ ସହ ଲଢିବା ସହ ହୃଦରୋଗ, ଆଲଜାଇମର୍ ଓ ଫଙ୍ଗାଲ ସଂକ୍ରମଣରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ ।

Sudesna Nayak
Sudesna Nayak

ବର୍ତ୍ତମାନ ଲୋକମାନେ ନିଜର କାର୍ଯ୍ୟ ବ୍ୟସ୍ତତା ପାଇଁ ଠିକ୍ ଭାବରେ ଖାଦ୍ୟ ପେୟ ପ୍ରତି ଦୃଷ୍ଟି ଦେଇପାରୁନାହାନ୍ତି । ଯାହା ଫଳରେ ସେମାନଙ୍କ ଠାରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଉଛି । ଯାହା ଭିତରେ ମଧୁମେହ, ଉଚ୍ଚ ରକ୍ତଚାପ, ମୁଣ୍ଡ ବୁଲାଇବା ଭଳି ରୋଗ ସାମିଲ୍ ଅଛି । ଆଉ ଏହି ରୋଗରୁ ମୁକ୍ତି ପାଇବା ପାଇଁ ହେଲେ ଫଳମୂଳ ଭିତରେ ଅଙ୍ଗୁର ଏପରି ଏକ ଫଳ ଯାହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ।

ଅଙ୍ଗୁର (Grapes) ହେଉଛି ବଳବର୍ଦ୍ଧକ ଓ ସୌନ୍ଦର୍ଯ୍ୟବର୍ଦ୍ଧକ ଫଳ । ଫଳ ମଧ୍ୟରେ ଅଙ୍ଗୁରକୁ ସର୍ବୋତ୍ତମ ମନାଯାଏ । ଏଥିରେ ଥିବା ପଲିଫେନୋଲିକ୍ ଫିଟୋକେମିକାଲ୍ କ୍ୟାନସର୍ ଭଳି ରୋଗ ସହ ଲଢିବା ସହ ହୃଦରୋଗ, ଆଲଜାଇମର୍ ଓ ଫଙ୍ଗାଲ ସଂକ୍ରମଣରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ । ମଧୁମେହ ରୋଗୀ ନିୟମିତ ଭାବେ ଅଙ୍ଗୁର ଖାଇବା ଦ୍ୱାରା ଏହି ରୋଗରୁ ମୁକ୍ତି ପାଇଥାନ୍ତି । ଅଙ୍ଗୁର (Grapes) ରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ମଧୁମେହ ରୋଗୀଙ୍କ ମେଟାବୋଲିକ୍ ସିନଡ୍ରମକୁ ସନ୍ତୁଳିତ ରଖିବା ସହ ଶରୀରରେ ଥିବା ଗ୍ଲୁକୋଜ ସ୍ତରକୁ ନିୟନ୍ତ୍ରିତ କରିଥାଏ ।

କୋଷ୍ଠକାଠିନ୍ୟରୁ ଦିଏ ମୁକ୍ତି

ଯଦି ଆପଣଙ୍କୁ ଭୋକ ଲାଗୁ ନାହିଁ ଏବଂ ଏହି କାରଣରୁ ଆପଣଙ୍କର ଓଜନ ବଢ଼ୁନାହିଁ, ତେବେ ଆପଣ ନିଶ୍ଚିତ ଭାବରେ ହିଁ ଅଙ୍ଗୁର (Grapes) ଖାଇବା ଉଚିତ୍ ।

ଅଙ୍ଗୁର ଖାଇବା ଦ୍ବାରା ନିୟନ୍ତ୍ରିତ ରୁହେ ରକ୍ତଚାପ

ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତି ଉଚ୍ଚ ରକ୍ତଚାପରେ ପୀଡ଼ିତ, ତେବେ ତୁରନ୍ତ ଅଙ୍ଗୁର ଖାଇବା ଆରମ୍ଭ କରିଦିଅନ୍ତୁ । ଅଙ୍ଗୁର (Grapes) ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ଉଚ୍ଚ ରକ୍ତଚାପ ସମସ୍ୟା ସହିତ ଜଡ଼ିତ ବ୍ୟକ୍ତି ସପ୍ତାହରେ 3 ରୁ 4 ଦିନ ଅଙ୍ଗୁର ଖାଆନ୍ତୁ, ଏହା ସେମାନଙ୍କ ପାଇଁ ବହୁତ ଲାଭଦାୟକ ହେବ ।

କର୍କଟ ରୋଗରୁ ରକ୍ଷା କରିଥାଏ ଅଙ୍ଗୁର

ଅଙ୍ଗୁର (Grapes)ରେ ଗ୍ଲୁକୋଜ, ମ୍ୟାଗ୍ନେସିୟମ୍ ଏବଂ ସାଇଟ୍ରିକ୍ ଏସିଡ୍ ଭଳି ଅନେକ ଉପାଦାନ ଥାଏ । ଅଙ୍ଗୁର ଅନେକ ରୋଗ କ୍ଷେତ୍ରରେ ଉପଯୋଗୀ । ଏହାକୁ ଖାଇବା ଅତ୍ୟନ୍ତ ଲାଭଦାୟକ । ଏହା ମୁଖ୍ୟତଃ ଯକ୍ଷ୍ମା, କର୍କଟ ଏବଂ ରକ୍ତ ସଂକ୍ରମଣ ଭଳି ରୋଗ କ୍ଷେତ୍ରରେ ବହୁତ ଲାଭଦାୟକ ଅଟେ ।

ହୃଦରୋଗକୁ ରୋକିଥାଏ ଅଙ୍ଗୁର

ଦୁନିଆରେ ଅଧିକାଂଶ ମୃତ୍ୟୁ ହୃଦୟ ସମ୍ବନ୍ଧୀୟ ରୋଗ ହେତୁ ହୋଇଥାଏ । ତେଣୁ, ହୃଦୟ ସମ୍ବନ୍ଧୀୟ ରୋଗରେ ଅଙ୍ଗୁର (Grapes)ଖାଇବା ଲାଭଦାୟକ ବୋଲି ବିବେଚନା କରାଯାଏ । ଏକ ଅନୁସନ୍ଧାନରେ ଏହା ଜଣାପଡ଼ିଛି ଯେ, ସ୍ତନ କର୍କଟ ରୋକିବା ପାଇଁ ଅଙ୍ଗୁର ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ ।

ରକ୍ତହୀନତା ଦୂର କରେ

ଯଦି ଆପଣମାନଙ୍କ ଶରୀରରେ ରକ୍ତ ଅଭାବ ଦେଖାଦେଇଥାଏ କିମ୍ବା ଯଦି ଆପଣମାନଙ୍କର ହେମୋଗ୍ଲୋବିନ୍ କମ୍ ଥାଏ, ତେବେ ହିଁ ରକ୍ତହୀନତାକୁ ଦୂର କରିବା ପାଇଁ ଏକ ଗ୍ଲାସ୍ ଅଙ୍ଗୁର (Grapes) ଫଳ ରସରେ ଦୁଇ ଚାମଚ ମହୁ ପିଇଲେ ରକ୍ତହୀନତା ଦୂର ହୋଇପାରିବ । ଏହା ବ୍ୟତୀତ, ଆପଣଙ୍କର ହେମୋଗ୍ଲୋବିନ୍ ମଧ୍ୟ ବୃଦ୍ଧି ପାଇବା ଆରମ୍ଭ କରିବ ।

ମଧୁମେହରେ ପ୍ରଭାବଶାଳୀ

ଯଦି ଆପଣ ମଧୁମେହରେ ପୀଡ଼ିତ, ତେବେ ଆପଣଙ୍କୁ ଅଙ୍ଗୁର (Grapes) ଖାଇବା ଜରୁରୀ । ଏହା ଆପଣଙ୍କ ଶରୀରରେ ସୁଗାର ଲେବଲ୍ ହ୍ରାସ କରିବାରେ କାମ କରେ ।

ମାଇଗ୍ରେନରେ ଦିଏ ଲାଭ

ଆଜିକାଲି ଲୋକମାନଙ୍କ ଜୀବନରେ ରେଷ୍ଟ କରିବାକୁ ସମୟ ପାଇ ପାରୁ ନାହାଁନ୍ତି । ସେମାନେ ଦିନରାତି ଦୌଡ଼ୁ ଥାଆନ୍ତି ଏବଂ ଯଦି ଜୀବନଶୈଳୀ ସଂପୂର୍ଣ୍ଣ ବିଶୃଙ୍ଖଳିତ ହୁଏ, ତେଣୁ ମାଇଗ୍ରେନ ସମସ୍ୟା ସାଧାରଣ ହୋଇଯାଏ । ଯଦି ଆପଣଙ୍କର ମଧ୍ୟ ମାଇଗ୍ରେନ୍ ସମସ୍ୟା ଅଛି, ତେବେ ଆପଣ ତୁରନ୍ତ ଅଙ୍ଗୁର (Grapes) ଖାଇବା ଆରମ୍ଭ କରି ଦିଅନ୍ତୁ । ଅଙ୍ଗୁର ରସ ପିଇବା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ ।

୩ ଦିନ ସକାଳୁ ଖାଲି ପେଟରେ ଖାଆନ୍ତୁ ପିଜୁଳି ପତ୍ର, ମୂଳରୁ ଶେଷ ହୋଇଯିବ ଏହି ୧୦ ଟି ରୋଗ...

ଏହି ତେଲରେ କେବେବି ରାନ୍ଧନ୍ତୁ ନାହିଁ ଖାଦ୍ୟ, ନେଇପାରେ ଜୀବନ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments