Health & Lifestyle

ଶରୀର ପାଇଁ କ୍ଷତିକାରକ ଚା’,ଜାଣନ୍ତୁ...

ଅଧିକ ଚା’ ପିଇଲେ ଶରୀର ପାଇଁ ବହୁ କ୍ଷତିକାରକ । ଚାଲନ୍ତୁ ଜାଣିବା ଅଧିକ ଚା’ ପିଇଲେ କେଉଁ କେଉଁ ରୋଗର ସମ୍ମୁଖୀନ ହେବାକୁ ପଡେ ...

13 June, 2022 12:36 PM IST By: Sudesna Nayak

ଚା’ପିଇବାକୁ ନେଇ ଭାରତରେ ଦୁଇ ପ୍ରକାର ଲୋକ ଦେଖିବାକୁ ମିଳନ୍ତି । ସକାଳେ ସନ୍ଧ୍ୟାରେ ଯେପରି କିଛି ଲୋକ ସଉକରେ ଜଳଖିଆ ସହିତ ଚା’(Tea)ପିଅନ୍ତି । ସେହିପରି ଅନ୍ୟ କିଛି ଲୋକ ଚା’(Tea) ପିଇବାକୁ ବହୁତ ଭଲ ପାଆନ୍ତି, ସେମାନେ ଦିନରେ ଅନେକ ଥର ଚା’(Tea)ପିଅନ୍ତି । କିନ୍ତୁ ଅଧିକ ଚା’(Tea)ପିଇଲେ ଶରୀର ପାଇଁ ବହୁ କ୍ଷତିକାରକ । ଚାଲନ୍ତୁ ଜାଣିବା ଅଧିକ ଚା’(Tea)ପିଇଲେ କେଉଁ କେଉଁ ରୋଗର ସମ୍ମୁଖୀନ ହେବାକୁ ପଡେ ...

ସୂଚନା ଅନୁୟାୟୀ, ଗୋଟିଏ କପ୍‌ ଚା’(Tea) ମାନସିକ ଚାପ ବା ଚିନ୍ତାକୁ ତୁରନ୍ତ କମ୍‌ କରିଥାଏ । କିନ୍ତୁ ଯଦି ଆପଣ ଗୋଟିଏ ଦିନରେ ୫-୭ କପ୍‌ ବା ତା ଠାରୁ ଅଧିକ ଚା’(Tea) ପିଉଛନ୍ତି ତାହେଲେ ଏହା ଆପଣଙ୍କ ହଜମ ଶକ୍ତିକୁ ପ୍ରଭାବିତ କରିବା ସହିତ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇ ପାରେ । ସ୍ୱାସ୍ଥ୍ୟ ସମସ୍ୟା ହେବା ପରେ ଯଦି ଆପଣ ଅଧିକ ଚା’(Tea) ପିଇବା ଅଭ୍ୟାସକୁ ଛାଡ଼ିପାରୁ ନାହାନ୍ତି ତାହେଲେ ଏହାକୁ ଚା’(Tea)ନିଶା ବୋଲି କୁହାଯାଏ ।

ଯଦି ଆପଣ ଅଧିକ ଚା’(Tea) ପିଇବା ଅଭ୍ୟାସ ଛାଡ଼ିବା ପାଇଁ ଚାହୁଁଛନ୍ତି ତାହେଲେ ଏହି ପାଞ୍ଚଟି ଉପାୟ ଆପଣଙ୍କୁ ବହୁତ ସାହାଯ୍ୟ କରିବ । ତାହେଲେ ଆସନ୍ତୁ ଜାଣିବା କଣ କଣ ଏହି ପାଞ୍ଚଟି ଉପାୟ ...

୧. ଆପଣଙ୍କ ଚା’(Tea)ପିଇବାକୁ ଧିରେ ଧିରେ ଗୋଟିଏ କପ୍ କମ୍ କରନ୍ତୁ । ଏହା ସମ୍ପୂର୍ଣ୍ଣ ଆପଣଙ୍କ ଉପରେ ନିର୍ଭର କରିଥାଏ କି ଆପଣ ପ୍ରତିଦିନ କେତେ କପ୍‌ ଚା ପିଅନ୍ତି । ଉଦାହରଣ ସ୍ୱରୂପ ଯଦି ଆପଣ ପ୍ରତିଦିନ ୭ ରୁ ୮ କପ୍‌ ଚା’(Tea) ପିଉଛନ୍ତି ତାହେଲେ ପ୍ରତିଦିନ ଆପଣ ଗୋଟିଏ କପ୍‌ କମ୍‌ ଚା’(Tea) ପିଅନ୍ତୁ । ଗୋଟିଏ ଥରରେ ଗୋଟିଏ ଲେଖାଏଁ କପ୍‌ କମ୍‌ ଚା’(Tea) ପିଅନ୍ତୁ ଏପରି କିଛି ଦିନ ପର୍ଯ୍ୟନ୍ତ ପାଳନ କରନ୍ତୁ । ପରେ ଦେଖିବେ ଆପଣଙ୍କର ଏହି ଅଭ୍ୟାସ ଆସ୍ତେ ଆସ୍ତେ କମ୍‌ ହୋଇଯିବ ।

୨. ଅଧିକ ଚା’(Tea)ପିଇବାର ଅଭ୍ୟାସରୁ ଦୂରେଇବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ଆପଣ ଚା କରିବା ସମୟରେ ଏଥିରେ ଅଳ୍ପ ଚା ପତି ପକାନ୍ତୁ । ଏହା ଆପଣଙ୍କ ଅଧିକ ଚା’(Tea) ପିଇବାର ଅଭ୍ୟାସକୁ କମାଇଦେବ ।

୩. ଆପଣ ସାଧାରଣ ଚା’(Tea)ପିଇବା ଅପେକ୍ଷା ଗ୍ରୀନ୍‌ ଟି, କେମୋମାଇଲ ଟି ବା ହର୍ବାଲ ଚା’(Tea) ପିଅନ୍ତୁ । ଏହା ଆପଣଙ୍କ ଅଧିକ ଚା ପିଇବାର ଅଭ୍ୟାସକୁ କମେଇବ ଓ ଏହା ସହିତ ଚା ନିଶାକୁ ଧିରେ ଧିରେ କମାଇବାରେ ସାହାଜ୍ୟ କରିବ। ଏହା ଛଡ଼ା ଚା’ର ଏହି ଅପ୍ସନ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ମଧ୍ୟ ହୋଇଥାଏ ।

୪. ଏହି ଖରାପ ଅଭ୍ୟାସରୁ ଦୂରେଇବା ପାଇଁ ଯେତେବେଳେ ଆପଣଙ୍କ ଚା’(Tea)ପିଇବା ପାଇଁ ଇଚ୍ଛା ହେଉଛି ସେହି ସମୟରେ ଆପଣ ଫଳରସ ପିଅନ୍ତୁ । ଏହାଦ୍ୱାରା ଆପଣଙ୍କ ପାଚନତନ୍ତ୍ର ସଫା ରହିବା ସହିତ ଆପଣ ସୁସ୍ଥ ରହିବେ । ଏହି କାରଣରୁ ଆପଣଙ୍କ ମନୋଭାବ ମଧ୍ୟ ପରିବର୍ତ୍ତନ ହୋଇଯିବ ।

୫. କୌଣସି ଡିଟକ୍ସ ଡ୍ରିଙ୍କକୁ ଆପଣଙ୍କ ଖାଦ୍ୟାଭ୍ୟାସରେ ସାମିଲ କରନ୍ତୁ, ଯାହାକୁ ଆପଣ ଦିନ ସାରା ପିଇ ପାରିବେ। ଏହା ଦ୍ୱାରା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ନିଷ୍କାସିତ ହେବା ସହିତ ଅଧିକ ପିଇବାର ଅଭ୍ୟାସରୁ ମଧ୍ଯ ମୁକ୍ତି ମିଳିବ । ଏହାଛଡ଼ା ଏହି ପାନୀୟ ଆପଣଙ୍କ ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ଅବସ୍ଥାରେ ରଖିବାରେ ସାହାଜ୍ୟ କରିବ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଚା’(Tea)ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

ଦହି ସହ ଖାଆନ୍ତୁନି ଏହି ଜିନିଷ, ଭୋଗିବାକୁ ପଡିବ ସାଙ୍ଘାତିକ ପରିଣାମ

Diabetes Diet:ମଧୁମେହ ରୋଗୀଙ୍କ ପାଇଁ ବିଷ ଏହି ପନିପରିବା!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)