1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଦହି ସହ ଖାଆନ୍ତୁନି ଏହି ଜିନିଷ, ଭୋଗିବାକୁ ପଡିବ ସାଙ୍ଘାତିକ ପରିଣାମ

କ୍ଷୀର ଏବଂ ଦହିକୁ ଏକାଠି ଖାଇବା ଉଚିତ୍ ନୁହେଁ | ଏହା କରିବା ଦ୍ୱାରା ଅମ୍ଳତା, ଗ୍ୟାସ୍ ଏବଂ ବାନ୍ତି ସମସ୍ୟା ଦେଖାଦେଇଥାଏ | ଖାଇବା ହଜମ ହେବାରେ ମଧ୍ୟ ସମସ୍ୟା ହୋଇପାରେ |

Rajashree
Rajashree
Things you should avoid with curd

Things you should avoid with curd

ଅଧିକାଂଶ ଲୋକ ଦହି ଖାଇବାକୁ ବହୁତ ପସନ୍ଦ କରନ୍ତି | ପ୍ରାୟତଃ ଡାଇଟ କରୁଥିବା ଲୋକ ମଧ୍ୟ ନିଜ ଖାଇବାରେ ଦହି (curd )ମିଶାଇଥାନ୍ତି | ଦେଖିବାକୁ ଗଲେ ଦହି ଶରୀର ପାଇଁ ସ୍ୱାସ୍ଥ୍ୟ କର ହୋଇଥାଏ | ତେବେ ଆଜି ଆସନ୍ତୁ ଜାଣିବା ଏମିତି କେଉଁ ଜିନିଷ ଅଛି ଯାହାକୁ ଦହି ସହ ମିଶାଇ ଖାଇବା ଦ୍ୱାରା ଆମ ଶରୀରର୍ଖେଟି ହୋଇଥାଏ |

ଅଧିକାଂଶ ଲୋକ ପିଆଜ ସହ ଦହି (Curd with onion) ମିଶାଇ ଖାଇବାକୁ ଭଲ ପାଆନ୍ତି | ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ମଧ୍ୟ ଦହି ପିଆଜ (onion)ସାଲାଡ ପରସା ଯାଇଥାଏ | ଦହି ସହିତ ପିଆଜ ମିଶାଇ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ହାନି କାରକ ହୋଇଥାଏ | ଏପରି ସ୍ଥିତିରେ, ଯଦି ଆପଣ ଦହି ଏବଂ ପିଆଜକୁ ମିଶାଇ ଖାଆନ୍ତି, ତେବେ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି | ଯେପରିକି କୁଣ୍ଡେଇ ହେବା, ଏଗ୍‌ଜିମା, ଆଲର୍ଜି, ଏବଂ ପେଟ ସହିତ ଜଡିତ ଅନ୍ୟାନ୍ୟ ରୋଗ ହୋଇପାରେ |

ସେହିପରି ଡାଲି ଓ ଦହି ମିଶାଇ ଖାଇବା (Curd with Daal) ଦ୍ୱାରା ମଧ୍ୟ ଆମ ଶରୀରରେ କୁପ୍ରଭାବ ପଡିଥାଏ | ଦହି ଓ ଡାଲିକୁ ମିଶାଇ ଖାଇବା ଦ୍ୱାରା, ଝାଡା, ଗୋଡ ହାତ ଯନ୍ତ୍ରଣା ହେବା ଏବଂ ଗ୍ୟାସ୍‌ ଭଳି ବିଭିନ୍ନ ପ୍ରକାର ସମସ୍ୟା ଉତ୍ପନ୍ନ ହୋଇପାରେ |

ତେଲ ଯୁକ୍ତ ଖାଦ୍ୟ ସହ ଦହି (Oil with curd) ବିଲକୁଲ ଖାଆନ୍ତୁ ନାହିଁ | ବିଭିନ୍ନ ଲୋକେ ପରଟା ଓ କାଚୁଡ଼ି ସହ ଦହି ଖାଇବାକୁ ପସନ୍ଦ କରନ୍ତି | କିନ୍ତୁ ଏଭଳି କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇପାରେ। ଏହାଦ୍ୱାରା ଆପଣଙ୍କ ହଜମ ଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ |

ଯଦି ଆଣ ଆଇଁସ (Nonoveg with curd)ଖାଉଛନ୍ତି ତେବେ ସେହି ସମୟରେ ଦହି ଖାଇବା ଉଚିତ ନୁହେଁ | ଦହି ଏବଂ ଆଇଁସ ଏକାଠି ଖାଇବା ଠାରୁ ଦୂରେଇ ରୁହନ୍ତୁ | ଏହି ଦୁଇଟି ଜିନିଷକୁ ଏକାଠି ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ହବା ସହ ଖାଦ୍ୟ ହଜମ ହେବାରେ ବିଭିନ୍ନ ପ୍ରକାର ଅସୁବିଧା ହୋଇପାରେ |

ସେହିପରି , କ୍ଷୀର ଏବଂ ଦହିକୁ (Milk and curd)ଏକାଠି ଖାଇବା ଉଚିତ୍ ନୁହେଁ | ଏହା କରିବା ଦ୍ୱାରା ଅମ୍ଳତା, ଗ୍ୟାସ୍ ଏବଂ ବାନ୍ତି ସମସ୍ୟା ଦେଖାଦେଇଥାଏ | ଖାଇବା ହଜମ ହେବାରେ ମଧ୍ୟ ସମସ୍ୟା ହୋଇପାରେ |

ଦହି ଖାଆନ୍ତୁ, ସୁସ୍ଥ ରୁହନ୍ତୁ !!

ଭୋଜନ ନିମନ୍ତେ ସମୟ ଜ୍ଞାନ !

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments