1. ଅନ୍ୟାନ୍ୟ

ଭୋଜନ ନିମନ୍ତେ ସମୟ ଜ୍ଞାନ !

ଭୋଜନ ନିମନ୍ତେ ସମୟ ଜ୍ଞାନ !

KJ Staff
KJ Staff

ଆପଣ ଜାଣନ୍ତି କି ଭୋଜନ ନିମନ୍ତେ ଏକ ପ୍ରକୃଷ୍ଟ ସମୟ ଅଛି |କିଛି ଖାଦ୍ୟ ଆପଣ ଉଚିତ ସମୟରେ ନ ଖାଇଲେ ତାହା ଶରୀର ଲାଗି ବିଷ ପାଲଟିଯାଏ |ସେହିପରି ଅନ୍ୟ କିଛି ଖାଦ୍ୟ କୁ ଆପଣ ଖାଲି ପେଟ ରେ ଖାଇବା ଉଚିତ ନୁହେ |ତେଣୁ ଭାରତୀୟ ସଂସ୍କୃତି ରେ ଭୋଜନ ଲାଗି ଏକ ନିଶ୍ଚିନ୍ତ ସମୟ ଧାର୍ଯ୍ୟ କରାଯାଇଛି |ଖାଦ୍ୟ ବିଶେଷଜ୍ଞନ ଙ୍କ ଅନୁଯାୟୀ ଏହି ପରି କିଛି ଦିଗ ପ୍ରତି ଯତ୍ନବାନ ହେବ ଆବଶ୍ୟକ |

-ଦୁଗ୍ଧ ପାନ ଲାଗି ସବୁଠାରୁ ଉତ୍ତମ ସମୟ ହେଉଛି ରାତିବେଳା |ସକଳାବେଳ କ୍ଷୀର ପିଇଲେ ଏହା ଅମ୍ଳ ରୋଗ ସୃଷ୍ଟି କରିପାରେ |ମାତ୍ର ଆପଣ ଚାହିଁଲେ ଜଳଖିଆ ରେ ଚୁଡା ଚିନି କଦଳୀ ସହ କ୍ଷୀର ଖାଇପାରିବେ|ତାହା ଏକ ଉତ୍ତମ ଖାଦ୍ୟ|ପେଟ ଥଣ୍ଡା ରଖିବା ସହ ଶରୀର କୁ ଶକ୍ତି ମିଳିଥାଏ |

 

-ଯଦି ଭାତ ଖାଇବାକୁ କୁ ରୁଚି ରଖନ୍ତି ତେବେ ଦିନ ବେଳେ ଭାତ ଖାଆନ୍ତୁ |ରାତି ବେଳା ଭାତ ଖାଇଲେ ତାହା ହଜମ ହୁଏ ନାହିଁ | ଖାଦ୍ୟ ବିଶେଷଜ୍ଞ ଙ୍କ ଅନୁଯାୟୀ ପରିଶ୍ରମ ଅଧିକ କରୁଥିଲେ ମଧ୍ୟ ରାତି ବେଳା ଭାତ ଖାଆନ୍ତୁ ନାହିଁ |

-ବିଭିନ୍ନ ପରୀକ୍ଷା ରୁ ପ୍ରମାଣିତ ହୋଇଛି ଯେ ଡାଲି ଜାତୀୟ ଖାଦ୍ୟ ରାତି ବେଳା ଖାଇଲେ ତାହା ଶରୀର ଉପରେ ଉତ୍ତମ ପ୍ରଭାବ ପକାଇଥାଏ |

-ସେହିପରି ଦହି ସମ୍ପର୍କିତ ତଥ୍ୟ ପ୍ରାୟେ ସମସ୍ତଙ୍କୁ ଜଣା|ଦିନ ବେଳା ସାଲାଡ଼ ସହ ବା ଭୋଜନ ରେ
ଦହି ଖାଇଲେ ଶରୀର ଉପରେ ତାର ଉତ୍ତମ ପ୍ରଭାବ ରହିଥାଏ |ଏହା ହଜମ ଶୀଘ୍ର କରିବା ସହ ଆପଣଙ୍କ ଓଜନ ହ୍ରାସ ରେ ମଧ୍ୟ ସାହାଯ୍ୟ କରିଥାଏ |

-ମାତ୍ରା ରାତିରେ ରେ ଦହି ଖାଇଲେ ଏହା ଶରୀରରେ ବିପରୀତ ପ୍ରକ୍ରିୟା ଦ୍ୱାରା ବିଷ ରେ ପରିଣତ ହୁଏ ଅନେକ ସମୟ ପେଟ ଖରାପ ହେବାର କାରଣ ରାତି ବେଳା ଦହି ଖାଇବାରୁ ହୋଇଥାଏ |

 

 

-ତଥ୍ୟ ଇଣ୍ଟେର୍ନେଟ ଉପରେ ଆଧାରିତ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments