Health & Lifestyle

ଶରୀର ପାଇଁ କ୍ଷତିକାରକ ହଳଦୀ କ୍ଷୀର,ଜାଣନ୍ତୁ...

ଆପଣମାନେ ଜାଣିଛନ୍ତି କି ହଳଦୀ ବାଲା କ୍ଷୀର ଅନେକ ଲୋକଙ୍କୁ କ୍ଷତି ପହଞ୍ଚେଇ ପାରେ । ଯଦି ଜାଣି ନାହାଁନ୍ତି ତାହେଲେ ଚାଲନ୍ତୁ ଆପଣଙ୍କୁ ଜଣାଇବୁ କି କେଉଁ କେଉଁ ଲୋକମାନଙ୍କୁ ଏହାର ସେବନ କରିବା ଉଚିତ ନୁହେଁ ଏବଂ ଏହାଦ୍ଵାରା କଣ କଣ କ୍ଷତି ହୋଇପାରେ...

28 March, 2022 2:38 PM IST By: Sudesna Nayak

ଆପଣମାନେ ଜାଣିଛନ୍ତି କି ହଳଦୀ ବାଲା କ୍ଷୀର (Turmeric milk) ଅନେକ ଲୋକଙ୍କୁ କ୍ଷତି ପହଞ୍ଚେଇ ପାରେ । ଯଦି ଜାଣି ନାହାଁନ୍ତି ତାହେଲେ ଚାଲନ୍ତୁ ଆପଣଙ୍କୁ ଜଣାଇବୁ କି କେଉଁ କେଉଁ ଲୋକମାନଙ୍କୁ ଏହାର ସେବନ କରିବା ଉଚିତ ନୁହେଁ ଏବଂ ଏହାଦ୍ଵାରା କଣ କଣ କ୍ଷତି ହୋଇପାରେ...

ଡାଇବେଟିସ ରୋଗୀ ହଳଦୀ କ୍ଷୀର ଠାରୁ ଦୂରେଇ ରୁହନ୍ତୁ,ଜାଣନ୍ତୁ...

ଯେଉଁ ଲୋକମାନଙ୍କୁ ଡାଇବେଟିସ ଅର୍ଥାତ ଘରୋଇ କଥାବାର୍ତ୍ତାର ଭାଷାରେ ସୁଗାରର ରୋଗ ରହିଛି, ସେମାନଙ୍କୁ ହଳଦୀ ବାଲା କ୍ଷୀର (Turmeric milk) ପିଇବା ଉଚିତ ନୁହେଁ । କାରଣ ହଳଦୀରେ କରକ୍ୟୁମିନ ନାମକ ତତ୍ତ୍ଵ ରହିଥାଏ, ଯାହା ବ୍ଲଡ ସୁଗାରକୁ ପ୍ରଭାବିତ କରିଥାଏ । ଏଥିପାଇଁ ଡାଇବେଟିସ ରୋଗୀମାନଙ୍କୁ ଏହାର ସେବନ କରିବା ଉଚିତ ନୁହେଁ ।

ରକ୍ତସ୍ରାବ ଏବଂ ପାଇଲ୍ସ ରୋଗୀଙ୍କ ପାଇଁ କ୍ଷତିକାରକ,ଜାଣନ୍ତୁ...

ହଳଦୀ (Turmeric)ର ପ୍ରଭାବ ଗରମ ହୋଇଥାଏ, ଏହି କାରଣରୁ ଏହାର ସେବନ ପାଇଲ୍ସରେ ଆକ୍ରାନ୍ତ ଥିବା ଲୋକଙ୍କୁ କରିବା ଉଚିତ ନୁହେଁ । ଏ‌ହା ବ୍ୟତୀତ ରକ୍ତସ୍ରାବ ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କୁ ମଧ୍ୟ ଏହାକୁ ଅଣଦେଖା କରିବା ଉଚିତ,କାରଣ ହଳଦୀ (Turmeric)ରେ ହିଁ ରକ୍ତକୁ ପତଳା କରିବାର କ୍ଷମତା ରହିଥାଏ, ଏବଂ ଏହି କାରଣରୁ ନାକରୁ ରକ୍ତ ବୋହିବାର ଆଶଙ୍କା ଅଧିକ ବଢ଼ିପାରେ ।

ଷ୍ଟୋନ କିମ୍ବା ଲିଭର ରୋଗୀମାନେ ମଧ୍ୟ ପିଅନ୍ତୁ ନାହିଁ ହଳଦୀ କ୍ଷୀର(Turmeric milk),ଜାଣନ୍ତୁ...

ଯେଉଁ ଲୋକମାନଙ୍କର ଲିଭର ସହିତ ଯୋଡା ଅନେକ ସମସ୍ୟାମାନ ରହିଛି ସେମାନେ ମଧ୍ୟ ହଳଦୀ ବାଲା କ୍ଷୀରର ସେବନ କରନ୍ତୁ ନାହିଁ । କାରଣ ଏହି ପ୍ରକାରର ଚିନ୍ତା ହଳଦୀ ବାଲା କ୍ଷୀର (Turmeric milk) କୁ ପିଇବା ଦ୍ବାରା ଠିକ ହେବା ପରିବର୍ତ୍ତେ ହିଁ ଆହୁରି ମଧ୍ୟ ଅଧିକ ବଢି ଯାଇପାରେ ।

ଆଲର୍ଜି ବାଲା ଲୋକମାନେ ମଧ୍ୟ ପିଅନ୍ତୁ ନାହିଁ ହଳଦୀ କ୍ଷୀର,ଜାଣନ୍ତୁ...

ଅନେକ ଲୋକଙ୍କର ଗରମ ଏବଂ ମସଲା ବାଲା ଜିନିଷରେ ଆଲର୍ଜି ରହିଥାଏ । ଏମିତି ଲୋକମାନେ ହଳଦୀ ବାଲା କ୍ଷୀର (Turmeric milk)ପିଇବାରୁ ବଞ୍ଚି ରୁହନ୍ତୁ ଏବଂ ଡାକ୍ତରଙ୍କ ଠାରୁ ପରାମର୍ଶ ନେବାପରେ ହିଁ ଏହାର ସେବନ କରନ୍ତୁ ।

ଆଇରନର କମୀ ବଢାଇଥାଏ,ଜାଣନ୍ତୁ...

ହଳଦୀ ବାଲା କ୍ଷୀରର ସେବନ ସେହି ଲୋକମାନେ ମଧ୍ୟ ବହୁ ମାତ୍ରାରେ କରିଥାନ୍ତି, ଯେଉଁମାନଙ୍କ ଶରୀରରେ ଆଇରନର କମୀ ରହିଥାଏ । ଏମିତି ଲୋକମାନଙ୍କୁ ଲାଗିଥାଏ କି ହଳଦୀ ବାଲା କ୍ଷୀର (Turmeric milk)ସେମାନଙ୍କୁ ଫାଇଦା ଦେବ କିନ୍ତୁ ଏହାର ଓଲଟା ହୋଇଥାଏ । ହଳଦୀ ବାଲା କ୍ଷୀର ଶରୀରରେ ଆଇରନର ମାତ୍ରାକୁ କମ କରି ଦେଇଥାଏ ।ଯେଉଁ କାରଣରୁ ଅନେକ ଅନ୍ୟ ରୋଗ ଉତ୍ପନ୍ନ ହୋଇପାରେ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ହଳଦୀ ବାଲା କ୍ଷୀର (Turmeric milk)ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ହିଁ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ।

୩ ଦିନ ସକାଳୁ ଖାଲି ପେଟରେ ପିଅନ୍ତୁ ଜୀରା ପାଣି, ମୂଳରୁ ଶେଷ ହୋଇଯିବ ଏହି ବଡ ବଡ ରୋଗ

ଠିଆ ହୋଇ ପାଣି ପିଇଲେ ହୋଇଥାଏ ଏସବୁ ରୋଗ ,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)