Health & Lifestyle

ଚର୍ମ ପାଇଁ ବିଷାକ୍ତ ଏସବୁ ଖାଦ୍ୟ: ଆଜି ଠୁ ଦୂରେଇ ରୁହନ୍ତୁ

ପାଟିକୁ ମସଲା ଯୁକ୍ତ ତଥା ତୈଳାକ୍ତ ଖାଦ୍ୟ ସୁଆଦିଆ ଲାଗିଲେ ବି ଚର୍ମ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । କେବେ କେବେ ଖାଇଦେଲେ ତାହା ଯଦିଓ ଚଳନୀୟ କିନ୍ତୁ ଅଧିକାଂଶ ସମୟରେ ତେଲ ଯୁକ୍ତ ଖାଦ୍ୟକୁ ନିଜ ଖାଦ୍ୟ ସାରଣୀରେ ମିଶାଇଲେ ଏହା ଚର୍ମରେ ଫାଇନ ଲାଇନ୍ସ ଓ ରିଙ୍କିଲ୍ସ ସୃଷ୍ଟି କରେ ।

13 December, 2022 1:57 PM IST By: Sudesna Nayak

ଆମେ ଦୈନନ୍ଦିନ ଯାହା ଖାଦ୍ୟ ଭାବେ ଗ୍ରହଣ କରୁ ସେଥିରେ ବ୍ୟବହାର ହେଉଥିବା କିଛି ଜିନିଷ ଆମ ଚର୍ମ(skin) ପାଇଁ ଧିମା ଜହର ଭାବେ କାର୍ଯ୍ୟ କରେ । ଏହାର ସିଧା ପ୍ରଭାବ ଆମ ଚର୍ମ ଉପରେ ପଡେ । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଜିନିଷ ଆମ ଚର୍ମ ପାଇଁ ବିପଦ ସୃଷ୍ଟି କରେ...

କହିବାକୁ ଗଲେ, ଚିନିକୁ ଧଳା ଜହର ଆମ ଶରୀର ଉପରେ ବିଷ ଭାବେ କାର୍ଯ୍ୟ କରେ । ଅଧିକ ଚିନି ଗ୍ରହଣ ଦ୍ୱାରା ଧିରେ ଧିରେ ଚେହେରାର ଚମକ କମିଯାଏ ଓ ଶୁଷ୍କ ହୋଇ ଏଥିରେ ଫାଇନଲାଇନ୍ସ ଦେଖାଯାଏ । ତେଣୁ ଯଥାସମ୍ଭବ ଏହି ଧଳା ଜହରରୁ ବଞ୍ଚି ରୁହନ୍ତୁ ।

ତୈଳାକ୍ତ ଖାଦ୍ୟ ଚର୍ମ ପାଇଁ ବିଷାକ୍ତ,ଜାଣନ୍ତୁ...

ପାଟିକୁ ମସଲା ଯୁକ୍ତ ତଥା ତୈଳାକ୍ତ ଖାଦ୍ୟ ସୁଆଦିଆ ଲାଗିଲେ ବି ଚର୍ମ (skin)ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । କେବେ କେବେ ଖାଇଦେଲେ ତାହା ଯଦିଓ ଚଳନୀୟ କିନ୍ତୁ ଅଧିକାଂଶ ସମୟରେ ତେଲ ଯୁକ୍ତ ଖାଦ୍ୟ (Oily Food)କୁ ନିଜ ଖାଦ୍ୟ ସାରଣୀରେ ମିଶାଇଲେ ଏହା ଚର୍ମରେ ଫାଇନ ଲାଇନ୍ସ ଓ ରିଙ୍କିଲ୍ସ ସୃଷ୍ଟି କରେ ।

ଅଧିକ ଚିନି ତ୍ବଚାରେ ରିଙ୍କିଲ୍ସ ସୃଷ୍ଟି କରେ,ଜାଣନ୍ତୁ...

ଅଧିକ ଚିନି ଖାଇବା ଦ୍ୱାରା ଧିରେ ଧିରେ ଚେହେରାର ଚମକ (glowing skin) କମିଯାଏ ଓ ଶୁଷ୍କ ହୋଇ ଏଥିରେ ଫାଇନଲାଇନ୍ସ ଦେଖାଯାଏ ।

କମ୍ ପାଣି ପିଇବା ଶରୀର ପାଇଁ କ୍ଷତିକାରକ,ଜାଣନ୍ତୁ...

ଯେତେବେଳେ ଶୀତ ଦିନରେ ଯଦି ଆପଣ କମ୍ ପାଣି ପିଅନ୍ତି କିମ୍ବା ଛଣାଛଣି ଖାଦ୍ୟ ବେଶୀ ଖାଆନ୍ତି, ଏହା ଆପଣଙ୍କ ଶରୀର ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହାଛଡା ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଅନେକଙ୍କର ଓଠକୁ ଚାଟିବାର ଅଭ୍ୟାସ ମଧ୍ୟ ଅଛି । ତେବେ ଏହା ମଧ୍ୟ ଓଠ ଫାଟିବାର ଏକ ପ୍ରମୁଖ କାରଣ ହୋଇପାରେ ।

ପ୍ରକାଶ ଥାଉ ଯେ, ଶୀତ ଆରମ୍ଭ ହେବା ମାତ୍ରେ ସମସ୍ତଙ୍କର ଚର୍ମ ଶୁଷ୍କ ହୋଇଯାଏ । ଏହାର ଗୋଟିଏ କାରଣ ହେଉଛି ଶୀତଦିନେ ବାୟୁ ଶୁଷ୍କ ହୋଇଯାଏ, ଯାହା ଆପଣଙ୍କ ତ୍ୱଚାକୁ ସିଧାସଳଖ ପ୍ରଭାବିତ କରିଥାଏ । ଅନେକ ଭାବନ୍ତି ଯେ ଯଦି ଓଠ ଫାଟି ଯାଇଥାଏ, ଏହା କେବଳ ଥଣ୍ଡା ଯୋଗୁଁ ହୋଇଛି ।

ଯେଉଁମାନେ ନିୟମିତ ତରଭୂଜ ଖାଇଥାଆନ୍ତି, ସେମାନଙ୍କ ଚର୍ମ ଜନିତ ସମସ୍ୟା ଅଧିକାଂଶ ସୃଷ୍ଟି ହୋଇନଥାଏ । ତରଭୂଜ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ଦୂର କରିଥାଏ ।

ବହୁ ଲୋକେ ମୁହଁର ବିଭିନ୍ନ ଦାଗ ଓ ବ୍ରଣ ଦୂର କରିବା ପାଇଁ ବିଟର ବ୍ୟବହାର କରିଥାଆନ୍ତି। ଏହା ମୁହଁକୁ ଉଜ୍ୱଳ କରିଥାଏ । ଆପଣ ନିୟମିତ ବିଟକୁ ଖଣ୍ଡ ଖଣ୍ଡ କରି କାଟି ସାମାନ୍ୟ ଲୁଣ ପକାଇ ଖାଇପାରିବେ କିମ୍ବା ଏହାକୁ ଜୁସ କରି ମଧ୍ୟ ପିଇପାରିବେ ।

ଖାଆନ୍ତୁ ଗ୍ରୀନ୍‌ ଟମାଟୋ,ଦୂର ହେଇଯିବ ଏହି ସବୁ ରୋଗ…

ଦହି ଖାଆନ୍ତୁ; ଦୂର ହେବ ଅନେକ ସମସ୍ୟା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)