1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଖାଆନ୍ତୁ ଗ୍ରୀନ୍‌ ଟମାଟୋ,ଦୂର ହେଇଯିବ ଏହି ସବୁ ରୋଗ…

ସବୁଜ ଟମାଟୋରେ ପୋଟାସିୟମ୍ ମିଳିଥାଏ, ଯାହାକି ବ୍ଲଡ ପ୍ରେସର କୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ସବୁଜ ଟମାଟୋ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

Sudesna Nayak
Sudesna Nayak
green tomato benefit to health

green tomato benefit to health

ଆଖିରୁ ନେଇ ଇମ୍ୟୁନିଟିକୁ ଶକ୍ତିଶାଳୀ କରିବାରେ ସାହାର୍ଯ୍ୟ କରିଥାଏ ସବୁଜ ଟମାଟୋ (green tomato) । ସବୁଜ ଟମାଟୋ (green tomato)ରେ ପୋଟାସିୟମ୍ ମିଳିଥାଏ, ଯାହାକି ବ୍ଲଡ ପ୍ରେସର (blood pressure)କୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ସବୁଜ ଟମାଟୋ (green tomato)ରେ ପୋଷକ ତତ୍ତ୍ୱର ଅଭାବ ନାହିଁ । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ପୋଟାସିୟମ୍ ମିଳିଥାଏ । ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଚାଲନ୍ତୁ ଜାଣିବା ସବୁଜ ଟମାଟୋ (green tomato)ଶରୀର ପାଇଁ କେତେ ଲାଭଦାୟକ ?

ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ ଗ୍ରୀନ ଟମାଟୋ (green tomato)

ଗ୍ରୀନ ଟମାଟୋ (green tomato)କୁ ନିୟମିତ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । କାରଣ ଏହା ଆଖି ପାଇଁ ବହୁତ ଲାଭଦାୟକ ହୋଇପାରେ । ଏଥିରେ ବିଟା କାରୋଟିନ୍ର ମାତ୍ରା ପ୍ରଚୁର ପରିମାଣରେ ମିଳିଥାଏ ।

ବ୍ଲଡ ପ୍ରେସର ସମସ୍ୟାରୁ ମୁକ୍ତି ଦିଏ ଗ୍ରୀନ ଟମାଟୋ (green tomato)

ସବୁଜ ଟମାଟୋ (green tomato)ରେ ପୋଟାସିୟମ୍ ମିଳିଥାଏ, ଯାହାକି ବ୍ଲଡ ପ୍ରେସର (blood pressure)କୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ବ୍ଲଡ ପ୍ରେସର (blood pressure) ରୋଗୀଙ୍କ ପାଇଁ ସବୁଜ ଟମାଟୋ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଇମ୍ୟୁନିଟି ବଢ଼ାଇବାରେ ସାହାଯ୍ୟ କରିଥାଏ ଗ୍ରୀନ ଟମାଟୋ (green tomato)

ଗ୍ରୀନ ଟମାଟୋ (green tomato)ରେ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ବଢ଼ାଇବାରେ ଭିଟାମିନ୍ ସି ସାହାଯ୍ୟ କରିଥାଏ ।

ତ୍ବଚା ପାଇଁ ଲାଭଦାୟକ ସବୁଜ ଟମାଟୋ (green tomato)

ଡାଇଟରେ ସବୁଜ ଟମାଟୋ (green tomato)ସାମିଲ କରି ତ୍ବଚାକୁ ସୁସ୍ଥ ରଖିପାରିବେ । ସବୁଜ ଟମାଟୋରେ ଥିବା ଭିଟାମିନ୍ ସି’ସ୍କିନକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ପ୍ରତିଦିନ ଗୋଟେ ଗ୍ଲାସ୍‌ ଟମାଟୋ ଜୁସ୍‌ (tomato juice)ପିଇବା ଦ୍ୱାରା ଶରୀରରେ ଉପୁଜୁଥିବା ସମସ୍ତ ହୃଦ୍‌ ଜନିତ ସମସ୍ୟା ଦୂର ହେବା ସହ କୋଲେଷ୍ଟ୍ରଲର ପରିମାଣ କମ ହୋଇଥାଏ ।

ପ୍ରକାଶ ଥାଉ ଯେ, ଟମାଟୋ (tomato)ଏକ ଏମିତି ଜିନିଷ ଯାହାକୁ ଲୋକମାନେ ଦୈନନ୍ଦିନ ଜୀବନରେ ପ୍ରାୟ ସବୁଥିରେ ବ୍ୟବହାର କରିଥାନ୍ତି । ତରକାରିର ସ୍ୱାଦ ବଢ଼ାଇବା ସହିତ ସାଲାଡ୍, ଟମାଟୋ କେଚ୍‌ ଅପ୍‌, ସୁପ୍‌ ଇତ୍ୟାଦି ପ୍ରସ୍ତୁତିରେ ଟମାଟୋକୁ ଲୋକମାନେ ବ୍ୟବହାର କରିଥାନ୍ତି । ପ୍ରତିଦିନ ଟମାଟୋ (tomato)ବା ଏଥିରେ ତିଆରି ଜିନିଷକୁ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ହିଁ ଦୂର ହୋଇଥାଏ ।

ଟମାଟୋ (Red tomato)ରେ ପୋଷକ ତତ୍ତ୍ୱର ଅଭାବ ନାହିଁ, ଯଦି ଏହା ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ ହୁଏ, ତେବେ ଶରୀରରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ପ୍ରାକୃତିକ ସୁଗାର, ଫାଇବର, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ସୋଡିୟମ୍, ଆଇରନ୍, ଫସଫରସ୍, ଭିଟାମିନ୍ ଏ, ଭିଟାମିନ୍ ଇ, ଭିଟାମିନ୍ ସି ହିଁ ମିଳିଥାଏ ।

ପ୍ରତିଦିନ ସକାଳେ ବିନା ପାଣିରେ ଗୋଟିଏ ଟମାଟେ (tomato)ଖାଆନ୍ତୁ । ଏହା ଦେହ ପାଇଁ ସ୍ୱାସ୍ଥ୍ୟକର ।

ଖାଲି ପେଟରେ ଖାଆନ୍ତୁ ଟମାଟୋ; ଗ୍ୟାସ୍‌ ଓ କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

ଆପଣଙ୍କ ଖାଦ୍ୟରେ ଲୁଚିଛି ବିଷ! ଜାଣନ୍ତୁ କ'ଣ ?

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments