1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଖାଲି ପେଟରେ ଖାଆନ୍ତୁ ଟମାଟୋ; ଗ୍ୟାସ୍‌ ଓ କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

ପେଟ ଜୀବାଣୁ ସୃଷ୍ଟି ହେବା ଏକ ସାଧାରଣ ସମସ୍ୟା, ଏହା ଶରୀର ପାଇଁ ଅନେକ କ୍ଷତି କରିଥାଏ, ତେଣୁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ହିଁ, ସକାଳେ ଖାଲି ପେଟରେ ଗୋଲମରିଚ ପାଉଡର ସହିତ ଟମାଟୋ ଖାଇବାକୁ ପରାମର୍ଶ ଦିଅନ୍ତି, ଯାହାଫଳରେ ପେଟର ଜୀବାଣୁ ମରିଯାଏ ।

Sudesna Nayak
Sudesna Nayak
5 Health Benefits of Eating Tomatoes Good Foods to Help Relieve Constipation

5 Health Benefits of Eating Tomatoes Good Foods to Help Relieve Constipation

ଟମାଟୋ (tomato)ରେ ପୋଷକ ତତ୍ତ୍ୱର ଅଭାବ ନାହିଁ, ଯଦି ଏହା ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ ହୁଏ, ତେବେ ଶରୀରରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ପ୍ରାକୃତିକ ସୁଗାର, ଫାଇବର, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ସୋଡିୟମ୍, ଆଇରନ୍, ଫସଫରସ୍, ଭିଟାମିନ୍ ଏ, ଭିଟାମିନ୍ ଇ, ଭିଟାମିନ୍ ସି ହିଁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଟମାଟୋ ଖାଇବାର ଲାଭ କ’ଣ?

ସୂଚନା ଅନୁଯାୟୀ, ପେଟ ଜୀବାଣୁ ସୃଷ୍ଟି ହେବା ଏକ ସାଧାରଣ ସମସ୍ୟା, ଏହା ଶରୀର ପାଇଁ ଅନେକ କ୍ଷତି କରିଥାଏ, ତେଣୁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ହିଁ, ସକାଳେ ଖାଲି ପେଟରେ ଗୋଲମରିଚ ପାଉଡର ସହିତ ଟମାଟୋ ଖାଇବାକୁ ପରାମର୍ଶ ଦିଅନ୍ତି, ଯାହାଫଳରେ ପେଟର ଜୀବାଣୁ ମରିଯାଏ ।

-ମଧୁମେହ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ ଟମାଟୋ (tomato) ।

-ପ୍ରତିଦିନ ଗୋଟେ ଗ୍ଲାସ୍‌ ଟମାଟୋ ଜୁସ୍‌ (tomato juice)ପିଇବା ଦ୍ୱାରା ଶରୀରରେ ଉପୁଜୁଥିବା ସମସ୍ତ ହୃଦ୍‌ ଜନିତ ସମସ୍ୟା ଦୂର ହେବା ସହ କୋଲେଷ୍ଟ୍ରଲର ପରିମାଣ କମ ହୋଇଥାଏ ।

-ଟମାଟୋ (tomato)ଶିଶୁଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ଉପଯୋଗୀ ।

-ପ୍ରତିଦିନ ସକାଳେ ବିନା ପାଣିରେ ଗୋଟିଏ ଟମାଟେ (tomato)ଖାଆନ୍ତୁ । ଏହା ଦେହ ପାଇଁ ସ୍ୱାସ୍ଥ୍ୟକର ।

-ତ୍ୱଚାରେ ଟମାଟୋ (tomato) ଘସିଲେ ଚମକ ଆସିବ ।

-ଯଦି ଆପଣ ପ୍ରତିଦିନ ଜଳଖିଆ ଖାଇବା ସମୟରେ ଗୋଟିଏ ଗ୍ଲାସ୍ ଟମାଟୋ ଜୁସ୍ (tomato juice)ପିଉଛନ୍ତି, ତେବେ ଆପଣ କୋଷ୍ଠକାଠିନ୍ୟ (Gas & Constipation)ସମସ୍ୟାରୁ ମୁକ୍ତି ପାଇବେ ।

ପ୍ରକାଶ ଥାଉ ଯେ, ଟମାଟୋ (tomato)ଏକ ଏମିତି ଜିନିଷ ଯାହାକୁ ଲୋକମାନେ ଦୈନନ୍ଦିନ ଜୀବନରେ ପ୍ରାୟ ସବୁଥିରେ ବ୍ୟବହାର କରିଥାନ୍ତି । ତରକାରିର ସ୍ୱାଦ ବଢ଼ାଇବା ସହିତ ସାଲାଡ୍, ଟମାଟୋ କେଚ୍‌ ଅପ୍‌, ସୁପ୍‌ ଇତ୍ୟାଦି ପ୍ରସ୍ତୁତିରେ ଟମାଟୋକୁ ଲୋକମାନେ ବ୍ୟବହାର କରିଥାନ୍ତି । ପ୍ରତିଦିନ ଟମାଟୋ (tomato)ବା ଏଥିରେ ତିଆରି ଜିନିଷକୁ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ହିଁ ଦୂର ହୋଇଥାଏ ।

ଟମାଟୋ ସୁପ୍‌ (tomato juice)ରେ ଏମିତି ସବୁ ପୋଷକ ତତ୍ତ୍ୱ ଭରି ରହିଛି, ଯାହା ପ୍ରୋଷ୍ଟେଟ୍‌ କ୍ୟାନସରର କୋଷିକାଗୁଡ଼ିକୁ ବଢ଼ିବାକୁ ଦେଇ ନଥା’ନ୍ତି । ସପ୍ତାହକୁ ଯୋଉଁମାନେ ୪ ରୁ ୫ ଥର ଟମାଟୋ ସୁପ୍‌ (tomato juice) ପିଅନ୍ତି, ସୋମାନଙ୍କୁ କ୍ୟାନ୍‌ସର (cancer)ହେବାର ଆଶଙ୍କା କମ୍‌ ଥାଏ ।

ଏଥିସହିତ ସବୁଜ ଟମାଟୋ (green tomato)ରେ ପୋଷକ ତତ୍ତ୍ୱର ଅଭାବ ନାହିଁ । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ପୋଟାସିୟମ୍ ମିଳିଥାଏ । ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଆଖି ସମସ୍ୟା-ଗ୍ରୀନ ଟମାଟୋ (green tomato)କୁ ନିୟମିତ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ। କାରଣ ଏହା ଆଖି ପାଇଁ ବହୁତ ଲାଭଦାୟକ ହୋଇପାରେ। ଏଥିରେ ବିଟା କାରୋଟିନ୍ର ମାତ୍ରା ପ୍ରଚୁର ପରିମାଣରେ ମିଳିଥାଏ । ଯେଉଁ କାରଣରୁ ଆଖିର କାର୍ଯ୍ୟ ସଠିକ୍ ଭାବରେ କରାଯିବ ଏବଂ ଦୃଷ୍ଟି ଶକ୍ତି ବଢାଇଥାଏ ।

ଯଦି ଆପଣମାନେ ଟମାଟୋ ଜୁସ୍‌ (tomato juice) ପିଇବେ ତେବେ ଡାକ୍ତରଙ୍କ ପରାମର୍ଶରେ ହିଁ ପିଇବା ଉଚିତ୍ ।

ଚେହେରାକୁ ସୁନ୍ଦର କରିବ ଏହି ଜୁସ୍

ସାବଧାନ! ବାସି ଚା’ପିଉଛନ୍ତି କି?

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments