1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଶୀତ ଦିନେ କିପରି ନେବେ ଆପଣ ସ୍ଵାସ୍ଥ୍ୟର ଯତ୍ନ, ଜାଣନ୍ତୁ...

ଅନ୍ୟ ଦିନ ଅପେକ୍ଷା ଶୀତ ଦିନେ ସ୍ଵାସ୍ଥ୍ୟର ଯତ୍ନ ଅଧିକ ନେବାକୁ ପଡିଥାଏ । ବିଶେଷକରି ଆଜ୍‌ମା, ହାର୍ଟ ରୋଗୀ ଓ ଆଣ୍ଠୁ ଗଣ୍ଠି ଦରଜ ହେଉଥିବା ରୋଗୀଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡେ ।

Sudesna Nayak
Sudesna Nayak
Some good health tips for winter season

Some good health tips for winter season

ସ୍ୱାସ୍ଥ୍ୟ ଦୃଷ୍ଟିରୁ ଶୀତ ଋତୁ ବହୁତ ଭଲ ବୋଲି ବିବେଚନା କରାଯାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ଏହି ଋତୁ ସବୁଠାରୁ ଅନୁକୂଳ ଅଟେ । ଶୀତଦିନେ ଫଳ ଖାଇଲେ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ବହୁତ ସାହାଯ୍ୟ କରିଥାଏ । ଅନ୍ୟ ଦିନ ଅପେକ୍ଷା ଶୀତ ଦିନେ ସ୍ଵାସ୍ଥ୍ୟର ଯତ୍ନ ଅଧିକ ନେବାକୁ ପଡିଥାଏ । ବିଶେଷକରି ଆଜ୍‌ମା, ହାର୍ଟ ରୋଗୀ ଓ ଆଣ୍ଠୁ ଗଣ୍ଠି ଦରଜ ହେଉଥିବା ରୋଗୀଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡେ । ଶୀତଦିନେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଫଳ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ । କରୋନା ମହାମାରିର ଏହି ସମୟରେ ସମସ୍ତଙ୍କ ପାଇଁ ଭଲ ରୋଗ ପ୍ରତିରୋଧକ ଶକ୍ତି ଆବଶ୍ୟକ । ତେଣୁ ଶୀତ ଦିନେ ଶରୀରକୁ ସୁସ୍ଥ ରଖିବାକୁ ହେଲେ କିଛି ବିଶେଷ ଟିପ୍ସ ଉପରେ ନଜର ପକାଇବା ଜରୁରୀ । 

  • ଅନ୍ୟ ଦିନ ଅପେକ୍ଷା ଶୀତ ଦିନେ ଶୋଷ କମ୍ ଲାଗିଥାଏ । ତେଣୁ ପାଣି କମ ପିଇବା ଫଳରେ ଶରୀରରେ ଜଳର ଅଭାବ ଦେଖାଦିଏ । କିନ୍ତୁ ଶୀତ ଦିନେ ମଧ୍ୟ ଯଥେଷ୍ଟ ପରିମାଣରେ ପାଣି ଶରୀରକୁ ଆବଶ୍ୟକ । ତେଣୁ ପ୍ରତିଦିନ ୨ରୁ ୪ ଲିଟର ପାଣି ପିଅନ୍ତୁ ।
  • ଶୀତଦିନେ ସକାଳର କଅଁଳିଆ ଖରାରେ ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପାଇଁ ଭଲ ।
  • ଜଣେ ବ୍ୟକ୍ତି ପ୍ରତିଦିନ ଆବଶ୍ୟକ ମୁତାବକ ବିଶ୍ରାମ ନେବା ଆବଶ୍ୟକ । ଫଳରେ ଶରୀର ସୁସ୍ଥ ରହେ ।
  • ପ୍ରତିଦିନ ଖାଦ୍ୟରେ ଭିଟାମିନ ସି , ଡି ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।
  • ଶୀତ ଦିନେ ସବୁଜ ପନିପରିବା ଖାଇବା ସହ ମସଲା ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ ।
  • ସକାଳେ ସୂର୍ଯ୍ୟଦୋୟ ହେବାପରେ ବ୍ୟାୟାମ କରିବାକୁ ଯାଆନ୍ତୁ । ଏହା ଦ୍ଵାରା ଶରୀରକୁ ଭିଟାମିନ ‘ଡି’ ପ୍ରଚୁର ପରିମାଣରେ ମିଳିଥାଏ ।
  • ହାର୍ଟ ରୋଗୀ ନିଜ ହାତ ଓ ଗୋଡକୁ ଉଷୁମ ରଖିବାକୁ ସର୍ବଦା ଚେଷ୍ଟା କରନ୍ତୁ । ଏହା ଦ୍ଵାରା ଶରୀରରେ ରକ୍ତ ସଂଚାଳନ ଠିକ ହୁଏ ।
  • ଶୀତ ଦିନେ ସକାଳୁ ଘର ବାହାରକୁ ବାହାରିବା ପୂର୍ବରୁ ଶରୀର, ମୁହଁ ଓ ହାତକୁ ଘୋଡାଇ ରଖନ୍ତୁ ଯେମିତି ଶୀତର ପ୍ରଭାବ ଶରୀର ଉପରେ ପଡିବ ନାହିଁ ।

ସାଧାରଣତଃ ଶୀତ ଦିନେ ଚାରିଆଡେ କୁହୁଡି, କାକରରେ ପରିପୂର୍ଣ୍ଣ ଥାଏ । କିନ୍ତୁ ଜାଣିଛନ୍ତି, କୁହୁଡି ମୟ ଏହି ପରିବେଶ ସକାଳେ ଦେଖିବାକୁ ସୁନ୍ଦର ଲାଗୁଥିଲେ ବି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି । ସାଧାରଣତଃ ଏହି କୁହୁଡି ବିଷାକ୍ତ ଗ୍ୟାସ ଓ ଜଳକଣିକାରୁ ସୃଷ୍ଟି । ବିଶେଷ କରି ସହରରେ ଏହା ଅଧିକ ବିଷାକ୍ତ ହୋଇଯାଇଥାଏ । ଯାନବାହାନରୁ ନିର୍ଗତ ହେଉଥିବା ପ୍ରଦୂଷିତ ଧୂଆଁ, କଳାକାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ଏଥିରେ ମିଶିକି ଥାଏ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments