ପ୍ରତ୍ଯେକ ଭାରତୀୟଙ୍କ ରୋଷେଇରେ ତଥା ଘରୋଇ ଔଷଧ ପାଇଁ ଶୁଣ୍ଠୀ (sunthi)ର ବ୍ୟବହାର କରାଯାଇଥାଏ । ଶୁଣ୍ଠୀ ରକ୍ତଚାପ ନିୟନ୍ତ୍ରଣ କରିଥାଏ । ଚାଲନ୍ତୁ ଜାଣିବା ଶୁଣ୍ଠୀର ଔଷଧୀୟ ଗୁଣ...
ସୂଚନା ଅନୁଯାୟୀ, ଶୁଣ୍ଠୀ (sunthi) ଆପଣଙ୍କର ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ । ଅଦା ଯେତେବେଳେ ସୁଖୀ ଯାଇଥାଏ ତାହାକୁ ଶୁଣ୍ଠୀ ବନାଇ ଦିଆଯାଏ ।
ଶୁଣ୍ଠୀର ଉପକାରିତା....
1. 30 gm ଶୁଣ୍ଠୀକୁ 500ml ପାଣିରେ ସିଝାଇ ସେହି ପାଣିକୁ ପେଇବା ଦ୍ୱାରା ପେଟ କଟା ବନ୍ଦ ହୋଇଥାଏ ।
2. ଦାନ୍ତର ମାଂସପେଶୀରେ ପୀଡ଼ାହେଲେ ସେଇ ଜାଗାରେ ଶୁଣ୍ଠୀ (sunthi) ଦବେଇ ରଖିଲେ ଦାନ୍ତର ଦରଜ କମ ହୋଇଥାଏ ।
3. ଶୁଣ୍ଠୀ (sunthi)ଚୁର୍ଣ୍ଣ ସହ ମହୁ ମିଶାଇ ଖାଇଲେ ଶ୍ୱାସ ରୋଗରୁ ଆରାମ ମିଳିଥାଏ ।
4. ଶୁଣ୍ଠୀ (sunthi)1.5gm, ଜୁଆଣି 750mg ଓ ଛୋଟ ଅଳେଇଚ 3gm ସଭିଙ୍କୁ ମିଶାଇ ଖାଇବା ପରେ ଖାଇଲେ ଅଜୀର୍ଣ୍ଣ ରୋଗ ନାଶ ହୋଇଥାଏ ।
5. ଉଚ୍ଚ ରକ୍ତଚାପ (high blood pressure)ପାଇଁ ଖୁବ୍ ହିତକର ଅଟେ । ଏହାଦ୍ବାରା ରକ୍ତଚାପ ନିୟନ୍ତ୍ରଣ ରହିଥାଏ ।
6. ପେଟରେ ଗ୍ୟାସ ହେଲେ 1gm ଶୁଣ୍ଠୀ ଚୁର୍ଣ୍ଣ ଗରମ ପାଣି ସହ ସେବନ କଲେ ଉପଶମ ମିଳିଥାଏ ।
ଶୁଣ୍ଠୀ ଖାଇବାର ନିୟମ,ଜାଣନ୍ତୁ....
ଶୁଣ୍ଠୀ (sunthi)କୁ ଠିକ ଭାବରେ ବ୍ୟବହାର କଲେ ଏହା ଆପଣଙ୍କ ପାଇଁ ଅଧିକ ଗୁଣକାରୀ ହୋଇପାରିବ । ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଶୁଣ୍ଠୀ (sunthi)କୁ ମିଶାଇ ପିଇବା ଦରକାର ।
ପ୍ରକାଶ ଥାଉ ଯେ, ମୁଣ୍ଡ ବିନ୍ଧା ସମୟରେ ଶୁଣ୍ଠୀ (sunthi) ର ପ୍ରୟୋଗ କରାଯାଇଥାଏ । ଯଦି ଆପଣଙ୍କ ମୁଣ୍ଡ ଲଗାତାର ବିନ୍ଧୁଛି ତେବେ ଶୁଣ୍ଠୀ ଗୁଣ୍ଡର ଲେପ ଲଗାଇଲେ ଯନ୍ତ୍ରଣାରୁ ଆରାମ ମିଳିଥାଏ ।