Health & Lifestyle

ଆପଣଙ୍କୁ ଥାଇରଏଡ଼ ହୋଇଛି କି ନାହିଁ ଜାଣିବେ କେମିତି ?

ଏହି ରୋଗ ହେଲେ ଓଜନ ବଢିବ ସହ ଶରୀରରେ ଆହୁରି ଅନେକ ସମସ୍ୟା ଦେଖା ଦେଇଥାଏ। ତେବେ ଏହି ରୋଗ ପ୍ରକୃତରେ କଣ ? ଏହାର ଲକ୍ଷଣ କଣ ଏବଂ ଏହାର ଚିକିତ୍ସା କରା ଯାଇପାରିବ ତାହା ଆଜି ଆମେ ଜାଣିବା। କାରଣ ରୋଗକୁ ଦମନ କରିବାକୁ ହେଲେ ଏହା ବିଷୟରେ ଜାଣିବା ନିହାତି ଆବଶ୍ୟକ ଅଟେ ।

14 April, 2023 8:00 PM IST By: Priyambada Rana

ଆଜିକାଲି ଅଧିକାଂଶ ମହିଳା ଥାଇରଏଡ ରୋଗରେ ପୀଡିତ ହେଉଥିବା ଦେଖିବାକୁ ମିଳୁଛି । ଥାଇରଏଡ ଏଭଳି ଏକ ରୋଗ ଯାହା ଆହୁରି ଅନେକ ରୋଗକୁ ଡାକି ଆଣେ । ଏହି ରୋଗ ହେଲେ ଓଜନ ବଢିବ ସହ ଶରୀରରେ ଆହୁରି ଅନେକ ସମସ୍ୟା ଦେଖା ଦେଇଥାଏ। ତେବେ ଏହି ରୋଗ ପ୍ରକୃତରେ କଣ ? ଏହାର ଲକ୍ଷଣ କଣ ଏବଂ ଏହାର ଚିକିତ୍ସା କରା ଯାଇପାରିବ ତାହା ଆଜି ଆମେ ଜାଣିବା। କାରଣ ରୋଗକୁ ଦମନ କରିବାକୁ ହେଲେ ଏହା ବିଷୟରେ ଜାଣିବା ନିହାତି ଆବଶ୍ୟକ ଅଟେ ।

ତେବେ ଆପଣଙ୍କୁ କହିରଖୁଛୁ ଯେ, ଆମ ଶରୀରରେ ଅନେକ ପ୍ରକାରର ଗ୍ରନ୍ଥି ସବୁ ସବୁ ରହିଛି । ଆମ ଶରୀରର ବିଭିନ୍ନ ଗ୍ରନ୍ଥି ଭିନ୍ନ ଭିନ୍ନ ହରମୋନ କ୍ଷରଣ କରନ୍ତି । ଆଉ ସେହି ହରମୋନ ଆମ ଶରୀର ପାଇଁ ଆବଶ୍ୟକ ହୋଇଥାଏ ଏବଂ ଶରୀରର ଅନେକ କାର୍ଯ୍ୟରେ ସାହାଯ୍ୟ କରିଥାଏ । କିନ୍ତୁ ଏହି ଗ୍ରନ୍ଥି ଗୁଡିକରୁ ଝରୁଥିବା ହରମୋନ ଆବଶ୍ୟକ ଠାରୁ ଅଧିକ କିମ୍ବା କମ୍ କ୍ଷରଣ ହେଲେ ଏହା ଆମ ଶରୀର ପାଇଁ ବିପଦ ସୃଷ୍ଟି କରିଥାଏ ।

ଅର୍ଥାତ ଏହା ଧୀରେ ଧୀରେ ବିଭିନ୍ନ ସାଂଘାତିକ ରୋଗକୁ ଡାକି ଆଣେ । ହରମୋନ କ୍ଷରଣରେ ଅସୁବିଧା ହେଲେ ଶରୀରର ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । ତେବେ ଠାରଏଡ କୌଣସି ରୋଗ ନୁହେଁ ବରଂ ଏହା ଏକ ଗ୍ରନ୍ଥି ଅଟେ । ଏହି ଗ୍ରନ୍ଥି ଆମ ବେକର ସମୁଖ ଭାଗରେ ରହିଥାଏ । ଏହି ଗ୍ରନ୍ଥି ଆମ ଶରୀରରେ ଥିବା ଅନ୍ୟ ଗ୍ରନ୍ଥି ଗୁଡିକୁ ନିୟନ୍ତ୍ରଣରେ ରଖିଥାଏ ବୋଲି କୁହାଯାଏ ।

ତେବେ ଆପଣଙ୍କର ଯଦି ଏହି ଗ୍ରନ୍ଥିରେ ସମସ୍ଯା ଦେଖା ଦେଉଛି ତେବେ କିପରି ଜାଣିବେ ? ଅର୍ଥାତ ଥାଇରଏଡ ରୋଗର ମୁଖ୍ୟ 5ଟି ଲକ୍ଷଣ ବିଷୟରେ ଆସନ୍ତୁ ଜାଣିବା । ଥାଇରଏଡ ରୋଗ ହେବାର ପ୍ରଥମ ଲକ୍ଷଣ ହେଉଛି ଆମ ଶରୀରର ଓଜନ ଅସାଧାରଣ ଭାବେ ବୃଦ୍ଧି ପାଇବା କିମ୍ବା ହଠାତ ଶରୀରର ଓଜନ ହ୍ରାସ ପାଇବା । ଯଦି ଆପଣଙ୍କ ଓଜନ ଖୁବ ଶୀଘ୍ର ବୃଦ୍ଧି ପାଉଛି କିମ୍ବା ହଠାତ ଆପଣଙ୍କ ଓଜନ କମିଯାଉଛି ତେବେ ଏହା ଥାଇରଏଡ ରୋଗର ଲକ୍ଷଣ ହୋଇପାରେ ।

ତେବେ ଆପଣଙ୍କର ଯଦି ଏହି ଗ୍ରନ୍ଥିରେ ସମସ୍ଯା ଦେଖା ଦେଉଛି ତେବେ କିପରି ଜାଣିବେ ? ଅର୍ଥାତ ଥାଇରଏଡ ରୋଗର ମୁଖ୍ୟ 5ଟି ଲକ୍ଷଣ ବିଷୟରେ ଆସନ୍ତୁ ଜାଣିବା । ଥାଇରଏଡ ରୋଗ ହେବାର ପ୍ରଥମ ଲକ୍ଷଣ ହେଉଛି ଆମ ଶରୀରର ଓଜନ ଅସାଧାରଣ ଭାବେ ବୃଦ୍ଧି ପାଇବା କିମ୍ବା ହଠାତ ଶରୀରର ଓଜନ ହ୍ରାସ ପାଇବା । ଯଦି ଆପଣଙ୍କ ଓଜନ ଖୁବ ଶୀଘ୍ର ବୃଦ୍ଧି ପାଉଛି କିମ୍ବା ହଠାତ ଆପଣଙ୍କ ଓଜନ କମିଯାଉଛି ତେବେ ଏହା ଥାଇରଏଡ ରୋଗର ଲକ୍ଷଣ ହୋଇପାରେ ।

Thyroid ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି 5ଟି ଜିନିଷ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)