1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

Thyroid ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି 5ଟି ଜିନିଷ...

ଥାଇରଡ ଭଳି ରୋଗରୁ ନିଜକୁ ରକ୍ଷା କରିବା ପାଇଁ ନିଜର ଖାଦ୍ୟ ପେୟ ଉପରେ ବିଶେଷ ଯତ୍ନ ଦେବାକୁ ପଡିଥାଏ । ଯେପରିକି ଯଦି ଆପଣଙ୍କୁ ହାଇପର ଥାଇରଡର ଅସୁବିଧା ଥାଏ ତେବେ ଆପଣ ପରିବାମାନଙ୍କ ମଧ୍ୟରୁ ବନ୍ଧା କୋବି, ଫୁଲ କୋବି, ଓଳ କୋବି ଓ ବିଟକୁ ଖାଇବା ଜମା ଉଚିତ ନୁହେଁ ।

Sudesna Nayak
Sudesna Nayak
Health Tips BEST AND WORST FOODS FOR YOUR THYROID

Health Tips BEST AND WORST FOODS FOR YOUR THYROID

ଥାଇରଡ (Thyroid)ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଥାଇରଡ (Thyroid)ଭଳି ରୋଗରୁ ନିଜକୁ ରକ୍ଷା କରିବା ପାଇଁ ନିଜର ଖାଦ୍ୟ ପେୟ ଉପରେ ବିଶେଷ ଯତ୍ନ ଦେବାକୁ ପଡିଥାଏ । ଯେପରିକି ଯଦି ଆପଣଙ୍କୁ ହାଇପର ଥାଇରଡର ଅସୁବିଧା ଥାଏ ତେବେ ଆପଣ ପରିବାମାନଙ୍କ ମଧ୍ୟରୁ ବନ୍ଧା କୋବି, ଫୁଲ କୋବି, ଓଳ କୋବି ଓ ବିଟକୁ ଖାଇବା ଜମା ଉଚିତ ନୁହେଁ ।

ଥାଇରଡ (Thyroid) ଶରୀରରେ ରୋଗ ପ୍ରତିରୋଧ ଶକ୍ତି କମିଗଲେ, ଔଷଧର ପାର୍ଶ୍ଵ ପ୍ରତିକ୍ରିୟା, ଖାଦ୍ଯରେ ଆୟୋଡିନର ଅଭାବ, ଗଲା ଫୁଲିବା, ଓଜନ କମିବା, ଅଧିକ ଝାଳ ବୋହିବା, ଋତୁସ୍ରାବରେ ଅନିୟମିତତା ଓ ହାଲିଆ ଲାଗିଲା ଭଳି ସମସ୍ଯା ଦେଖାଯାଇଥାଏ । ଯାହା ପରେ ଆପଣମାନେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଥାଇରଡ (Thyroid)ରୁ ରକ୍ଷା ପାଇବାକୁ ହେଲେ ଆୟୋଡିନ ଯୁକ୍ତ ଲୁଣ ଖାଇବା ଉଚିତ ।

ଯଦି ଆପଣଙ୍କୁ ପୂର୍ବରୁ ହିଁ ଥାଇରଡ (Thyroid)ର ସମସ୍ଯା ରହିଛି, ତେବେ ଆପଣ ଆଳୁ, ବିଲାତି, ଭେଣ୍ଡି, ଛତୁ, ଗାଜର, ସିମଲା ଲଙ୍କା, ଖାଇ ପାରନ୍ତି ।

ଏହାସହ ଯଦି ଆପଣଙ୍କୁ ଥାଇରଡ (Thyroid) ସମସ୍ଯା ରହିଛି, ତେବେ ଆପଣ ମଟନର କଲିଜା ବା ମଟନର କରାଟ ଆଦି ଖାଇବା ଉଚିତ ହୋଇ ନଥାଏ । ଏ ଗୁଡିକ ଖାଇବା ଦ୍ଵାରା ଥାଇରଡ (Thyroid)ର ସମସ୍ଯା ବଢି ଯାଇଥାଏ ।

ଥାଇରଡ (Thyroid)ରୁ ରକ୍ଷା ପାଇବାକୁ ହେଲେ ଅଣ୍ଡାର କେଶର, ମାଛ ଓ ଚିଙ୍ଗୁଡି ଇତ୍ୟାଦି କୁ ମଧ୍ୟ ନିଜର ଡାଏଟରେ ନିଶ୍ଚୟ ସାମିଲ କରନ୍ତୁ । କାରଣ ଏହି ଜିନିଷ ଗୁଡିକ ରେ ଆୟୋଡିନର ମାତ୍ରା ଅତ୍ୟାଧିକ ଭାବରେ ରହିଥାଏ ।

ଯଦି ଆପଣ ସକାଳେ ଖାଲି ପେଟରେ ଲାଉ ଜୁସ ବା ଅଁଳା ଜୁସ ର ସେବନ କରନ୍ତି, ତେବେ ଏହା ଆପଣ ଶରୀରରୁ ଥାଇରଡ (Thyroid)ରୁ ମୁକ୍ତ କରିଥାଏ ।

ମଧୁମେହ ନିୟନ୍ତ୍ରଣ କରେ ଟମାଟୋ

ଏହି ପ୍ୟାନ୍‌ରେ ରୋଷେଇ କରୁଛନ୍ତି କି?

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments