1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି ପ୍ୟାନ୍‌ରେ ରୋଷେଇ କରୁଛନ୍ତି କି?

ନନ୍‌-ଷ୍ଟିକ୍ ପ୍ୟାନ୍‌ରେ ଆଜିକାଲି ସମସ୍ତେ ରୋଷେଇ କରୁଛନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ? ନନ ଷ୍ଟିକ ପ୍ୟାନ୍‌ (nonstick pan)ରେ ରୋଷେଇ ହୋଇଥିବା ଖାଦ୍ଯ ଶରୀର ପ୍ରତି କ୍ଷତିକାରକ ହୋଇଥାଏ । ଭୋଗିବେ ସାଙ୍ଘାତିକ ଅବସ୍ଥା ।

Sudesna Nayak
Sudesna Nayak
Is your non-stick pan the cause of your health issues?

Is your non-stick pan the cause of your health issues?

ଆଜିକାଲି ଲୋକମାନେ ସ୍ମାର୍ଟ ରୋଷେଇ ଘର ସହ ସ୍ମାର୍ଟ ରନ୍ଧନ ମଧ୍ୟ ଚାହୁଁଛନ୍ତି । ଆଉ ଏବେ ଲୋକମାନେ ନିଜର ସ୍ୱାସ୍ଥ୍ୟକୁ ନେଇ ବେଶ୍ ସଚେତନ ମଧ୍ୟ ରହୁଛନ୍ତି । ଏଭଳି ସ୍ଥିତିରେ ଖାଦ୍ୟରେ କମ୍ ତେଲ ଏବଂ ମସଲା ବ୍ୟବହାର କରୁଛନ୍ତି । ଏହାକୁ ଧ୍ୟାନରେ ରଖି ନନ୍‌-ଷ୍ଟିକ୍ ପ୍ୟାନ୍‌ (nonstick pan)ରେ ଆଜିକାଲି ସମସ୍ତେ ରୋଷେଇ କରୁଛନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ? ନନ ଷ୍ଟିକ ପ୍ୟାନ୍‌ (nonstick pan)ରେ ରୋଷେଇ ହୋଇଥିବା ଖାଦ୍ଯ ଶରୀର ପ୍ରତି କ୍ଷତିକାରକ ହୋଇଥାଏ । ଭୋଗିବେ ସାଙ୍ଘାତିକ ଅବସ୍ଥା ।

ନନ ଷ୍ଟିକ ପ୍ୟାନ୍‌ (nonstick pan) ସାରା ବିଶ୍ୱରେ ବହୁଳ ବ୍ୟବହାର ହେଉଛି । ଏହାର କାରଣ ହେଲା ନନ ଷ୍ଟିକ ପ୍ୟାନ୍‌ (nonstick pan) ସହଜରେ ସଫା ହୋଇଯାଏ ଏହାସହିତ ନନ ଷ୍ଟିକ ପ୍ୟାନ୍‌ (nonstick pan)କମ୍‌ ତେଲରେ ରୋଷେଇ ମଧ୍ଯ ହୋଇଯାଏ ।

ଏକ ରିପୋର୍ଟ ଅନୁସାରେ ହିଁ ଖରାପ ହୋଇଯାଇଥିବା ନନଷ୍ଟିକ୍‌ ପ୍ୟାନରେ ରୋଷେଇ କରିବା ଦ୍ୱାରା ଲକ୍ଷ ଲକ୍ଷ ନାନୋ ଓ ମାଇକ୍ରୋ ପ୍ଲାଷ୍ଟିକ୍‌ ନିର୍ଗତ ହୋଇଥାଏ, ଯାହା ଶରୀର ପାଇଁ ବହୁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଯାହାଦ୍ବାରା ଆପଣମାନେ ସାଙ୍ଘାତିକ ଅବସ୍ଥା ଭୋଗିବେ । ନନଷ୍ଟିକ (nonstick pan)ରେ ଥିବା PFOA ଶରୀର ପାଇଁ ଖୁବ ଘାତକ, ଯାହା ଶରୀରରେ ପହଞ୍ଚିଲେ ଥାଇରଏଡ୍ (Thyroid disease) ହେବାର ସମ୍ଭାବନା ଥାଏ ।

ଖାଦ୍ୟ ତଆରି କରିବା ପାଇଁ ପ୍ରେସର କୁକରର ବ୍ୟବହାର କରନ୍ତୁ । ଡାଲି, ମାଂସ, ଚିକେନ୍ ଏବଂ ଅନ୍ୟ ପରିବାକୁ ସିଝାଇବା ପାଇଁ ଅଧିକ ସମୟ ଲାଗିଥାଏ । ତେଣୁ ଆପଣ ପ୍ରେସର କୁକରର ବ୍ୟବହାର କରିପାରିବେ । ଗ୍ୟାସ୍ ବଞ୍ଚାଇବା ପାଇଁ ଆପଣମାନେ ନନ-ଷ୍ଟିକ୍ ପ୍ୟାନ୍ (nonstick pan) ର ବ୍ୟବହାର କରୁଛନ୍ତି । କିନ୍ତୁ ନନଷ୍ଟିକ୍ ବାସନ (nonstick pan)ରେ ଖାଦ୍ୟ ବନାଇ ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି କମିଯାଇଥାଏ ।

କେଉଁ ସମସ୍ୟାମାନ ହେବାର ସମ୍ଭାବନା ରହିଛି , ଜାଣନ୍ତୁ...

-ନନ ଷ୍ଟିକ ପ୍ୟାନ୍‌ (nonstick pan)ରେ ଖାଦ୍ୟ ତିଆରି କଲେ ଶରୀରରେ ଟ୍ରାଇଗ୍ଲାସିରଏଡ୍ ବଢିଥାଏ, ଯାହାଦ୍ୱାର ହାର୍ଟଆଟାକ୍ ହେବାର ସମ୍ଭାବନା ଥାଏ ।

-ନନ ଷ୍ଟିକ ପ୍ୟାନ୍‌ (nonstick pan)ରେ ତିଆରି ହୋଇଥିବା ଖାଦ୍ୟ ଖାଇଲେ ଶରୀରରେ ଆଇରନର ଅଭାବ ହୋଇଥାଏ, ଯାହା ଫଳରେ ହାଡ ଦୁର୍ବଳ ହୋଇଥାଏ ।

-ନନଷ୍ଟିକ ବାସନ (nonstick pan)ରେ ପ୍ରସ୍ତୁତ ଖାଦ୍ୟ ଖାଇଲେ କିଡନୀ ଖରାପ ହେବାର ସମ୍ଭାବନା ମଧ୍ୟ ଥାଏ ।

ଡାଇବେଟିସ୍‌ ନିୟନ୍ତ୍ରଣ କରେ ମେଥି ପାଣି, ଏହି ଉପାୟରେ ପିଅନ୍ତୁ...

ଶରୀରକୁ ସୁସ୍ଥ ରଖିବ ଟମାଟୋ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments