1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମଧୁମେହ ନିୟନ୍ତ୍ରଣ କରେ ଟମାଟୋ

ଟମାଟୋ ଖାଲି ପାଟି ସୁଆଦିଆ ନୁହେଁ ଏହାର ଅନେକ ଗୁଣକାରୀ ତତ୍ତ୍ୱ ମଧ୍ୟ ରହିଛି, ଯାହା ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ଟମାଟୋ ବିନା ସାଲାଡ, ସୁପ, ତରକାରୀ, ଆଚାର, ଚଟଣୀ, କ୍ୟାଚଅପ୍‌ ଇତ୍ୟାଦି କରିବା ସତେ ଯେପରି ଅସମ୍ଭବ । ଟମାଟୋ ମଧୁମେହ ନିୟନ୍ତ୍ରଣ କରିବା ପାଇଁ ରାମବାଣ ।

Sudesna Nayak
Sudesna Nayak
Tomatoes in a Diabetic Diet?

Tomatoes in a Diabetic Diet?

ଟମାଟୋ (Tomatoes) ଖାଲି ପାଟି ସୁଆଦିଆ ନୁହେଁ ଏହାର ଅନେକ ଗୁଣକାରୀ ତତ୍ତ୍ୱ ମଧ୍ୟ ରହିଛି, ଯାହା ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ଟମାଟୋ (Tomatoes)ବିନା ସାଲାଡ, ସୁପ, ତରକାରୀ, ଆଚାର, ଚଟଣୀ, କ୍ୟାଚଅପ୍‌ ଇତ୍ୟାଦି କରିବା ସତେ ଯେପରି ଅସମ୍ଭବ । ଟମାଟୋ (Tomatoes)ମଧୁମେହ ନିୟନ୍ତ୍ରଣ କରିବା ପାଇଁ ରାମବାଣ ।

ମଧୁମେହ ନିୟନ୍ତ୍ରଣ କରେ ଟମାଟୋ (Tomatoes),ଜାଣନ୍ତୁ...

-ଟମାଟୋ (Tomatoes)ରେ ଥିବା ମିନେରାଲ୍ସ କ୍ଷମତା ରହିଛି ଯାହାକୁ ସାଧାରଣତଃ କ୍ରୋମିୟମ କହନ୍ତି । ଏହି କ୍ଷମତା ରକ୍ତଚାପ ଜନିତ ସମସ୍ୟାକୁ ନିୟନ୍ତ୍ରଣ କରିଥାଏ । ଅର୍ଥାତ୍ ଏହା ଶରୀରର ସୁଗାର ଲେବୁଲକୁ ନିୟନ୍ତ୍ରିତ କରି ଥାଏ। ଏଣୁ ଯେଉଁମାନେ ମଧୁମେହ (Diabetic) ରୋଗରେ ଆକ୍ରାନ୍ତ ଅଛନ୍ତି, ଏହାକୁ ପ୍ରଚୁର ପରିମାଣରେ ସେବନ କରିବା ହିଁ ଲାଭଦାୟକ ଅଟେ ।

-ଟମାଟର (Tomatoes)ରେ ଅଧିକ ମାତ୍ରାରେ ଭିଟାମିନ ଏ ରହିଛି, ଯାହା ଆଖିକୁ ଫାଇଦା ଦେଇଥାଏ ।

-ଯଦି ଛୋଟ ପିଲାଙ୍କ ପେଟରେ କୃମି ଥାଏ, ତେବେ ସେଥିରୁ ସୁରକ୍ଷା ପାଇଁ ପ୍ରତିଦିନ ପିଲାଙ୍କୁ ଟମାଟୋ ସୁପ୍‌ (Tomato soup)ରେ ଅଧ ଚାମଚ ଗୋଲ ମରିଚ ମିଶାଇ ପିଇବାକୁ ଦିଅନ୍ତୁ । ବହୁ ସୁଫଳ ମିଳିବ ।

-ଟମାଟର ଖାଇବା ଦ୍ୱାରା କ୍ୟାନସର (cancer)ଏବଂ ମଧୁମେହ (Diabetic) ରୋଗୀ ପାଇଁ ଉପଯୋଗୀ ଅଟେ ।

- ଲୋକେ ପ୍ରଦୂଷଣ,ସ୍କିନରେ ବ୍ରଣ, କଳାଦାଗ ଇତ୍ୟାଦି ସମସ୍ୟାରୁ ନିଜାତ ପାଇବା ପାଇଁ ଭିନ୍ନ ଭିନ୍ନ ପ୍ରକାରର କେମିକାଲ ପ୍ରଡକ୍ଟ ବ୍ୟବହାର କରୁଛନ୍ତି । କିନ୍ତୁ ଯଦି ଆପଣ ଚାହିଁବେ ଟମାଟ (Tomatoes)ସ୍କିନ ପାଇଁ ବ୍ୟବହାର କରିବେ ତେବେ ବହୁ ଫାଇଦା ମିଳିବ । ଟମାଟର (Tomatoes)ରେ ଭିଟାମିନ ବହୁଳ ମାତ୍ରାରେ ରହିଥାଏ। ଏହା ସହିତ ଆଣ୍ଟି ଅକ୍ସିଡାଣ୍ଟ ସ୍କିନକୁ ସୁସ୍ଥ ରଖିଥାଏ ।

ପ୍ରକାଶ ଥାଉ ଯେ,ଟମାଟୋ (Tomatoes)କୁ ଆମେ ପ୍ରାୟତ କଞ୍ଚା, ଭଜା କିମ୍ବା ପୋଡି କରି ଖାଇବାକୁ ଭଲ ପାଇଥାଉ । ଆଉ ଏହାକୁ ପ୍ରତ୍ୟେକ ଖାଦ୍ୟରେ ମଧ୍ୟ ପକାଯାଏ । ଟମାଟୋ (Tomatoes) ଖାଇବାର ସ୍ୱାଦ ବଢାଇଥାଏ । ଟମାଟୋ (Tomatoes) ଏକ ଋତୁ କାଳୀନ ଫସଲ ଓ ଲୋକେ ଆଗରୁ କେବଳ ଶୀତ ଦିନେ ଏହା ଖାଉଥଲେ । ଲୋକଙ୍କ ମୁଣ୍ଡପିଛା ଆୟବୃଦ୍ଧି ସହିତ ଖାଦ୍ୟରୁଚି ଓ ଖାଦ୍ୟଶୈଳୀରେ ପରିବର୍ତ୍ତନ ଯୋଗୁ ଟମାଟୋ(Tomatoes)ର ଚାହିଦା ବର୍ଷସାରା ଲାଗି ରହିଛି ।

ଡାଇବେଟିସ୍‌ ନିୟନ୍ତ୍ରଣ କରେ ମେଥି ପାଣି, ଏହି ଉପାୟରେ ପିଅନ୍ତୁ...

ଉଚ୍ଚ ରକ୍ତଚାପକୁ କିପରି କରିବେ ନିୟନ୍ତ୍ରଣ? ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments