Health & Lifestyle

ଶୀତଦିନେ ଶୁଷ୍କ ତ୍ୱଚା ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଉପାୟ .....

ଶୀତଦିନ ଆରମ୍ଭରୁ ହିଁ ଚର୍ମର ଯତ୍ନ ନେବା ଆବଶ୍ୟକ । ତେବେ ଆଜି ଜାଣିବା ଶୀତଦିନରେ ଚର୍ମର କିଭଳି ନେବା ଯତ୍ନ । ଶୀତଦିନ ଆରମ୍ଭ ହେବା ସହ ସବୁଠାରୁ ବଡ ସମସ୍ୟା ହେଉଛି ଶୁଖିଲା ଚର୍ମ । ଏଥିପାଇଁ ଲୋକମାନେ ଅନେକ ପ୍ରକାରର କୋଲ୍ଡ କ୍ରିମ୍ ବ୍ୟବହାର କରନ୍ତି ।

13 January, 2023 8:00 PM IST By: Tanushree Mahapatra

ଶୀତଦିନ ଆରମ୍ଭରୁ ହିଁ ଚର୍ମର ଯତ୍ନ ନେବା ଆବଶ୍ୟକ ( skin care in winter )  । ତେବେ ଆଜି ଜାଣିବା ଶୀତଦିନରେ ଚର୍ମର କିଭଳି ନେବା ଯତ୍ନ । ଶୀତଦିନ ଆରମ୍ଭ ହେବା ସହ ସବୁଠାରୁ ବଡ ସମସ୍ୟା ହେଉଛି ଶୁଖିଲା ଚର୍ମ । ଏଥିପାଇଁ ଲୋକମାନେ ଅନେକ ପ୍ରକାରର କୋଲ୍ଡ କ୍ରିମ୍ ବ୍ୟବହାର କରନ୍ତି । ତଥାପି କିଛି ଲୋକଙ୍କ ଚର୍ମ ଏହି କାରଣରୁ ଶୁଖିଲା ଦେଖାଯାଏ । ଯଦି ଆପଣଙ୍କ ଚର୍ମ ଶୁଖିଲା ଓ ଶୀତଦିନେ ଆହୁରି ଶୁଖିଲା ହୋଇଯାଉଛି, ତାହେଲେ ଯତ୍ନ ନେବା ଆରମ୍ଭ କରନ୍ତୁ ।

ଏହି ଋତୁରେ ଥଣ୍ଡା ପବନ ବହିବା ଦ୍ୱାରା ତ୍ୱଚାରେ ଶୁଷ୍କତା ଦେଖାଯାଏ ।  ଶୀତ ଋତୁରେ ଆମ ଚର୍ମ ଶୁଷ୍କ ହୋଇଯାଏ । ସେଥିପାଇଁ ଶୀତ ଋତୁରେ ଆପଣଙ୍କ ଚର୍ମର ଯତ୍ନ ନେବା ସହିତ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନେକ ଜିନିଷ ଅଛି ଯାହାକୁ ଶୀତଦିନେ ଚର୍ମର ଯତ୍ନ ପାଇଁ ଆମକୁ ଧ୍ୟାନ ଦେବା ଆବଶ୍ୟକ । ଏହି ଋତୁରେ, ଆମ ଚର୍ମକୁ ସଠିକ୍ ଭାବରେ ଯତ୍ନ କରିବା ପାଇଁ ଆମକୁ କିଛି ସୌନ୍ଦର୍ଯ୍ୟ ଟିପ୍ସ ଅନୁସରଣ କରିବା ଉଚିତ୍। ଆଗାମୀ ଶୀତରେ ଆମେ ଆପଣଙ୍କୁ କିଛି ସୌନ୍ଦର୍ଯ୍ୟ ଟିପ୍ସ ବିଷୟରେ କହିବୁ, ଯାହା ଶୀତଦିନେ ମଧ୍ୟ ଆପଣଙ୍କ ଚର୍ମକୁ ଚମକାଇବ।

ଶୀତରେ ବେଶୀ ସାବୁନ୍‌ର ବ୍ୟବହାର କରନ୍ତୁ ନାହିଁ । ଏହି କାରଣରୁ ତ୍ୱଚା ଅଧିକ ଶୁଷ୍କ ହେବାର କାରଣ ସାଜେ । ସ୍ନାନ ପୂର୍ବରୁ ଶରୀରରେ ୪ରୁ ୫ ମିନିଟ୍ ତେଲ ମାଲିସ୍‌ କରନ୍ତୁ । ସ୍ନାନ ପରେ ତୁରନ୍ତ ବଡି ଲୋସନ ଲଗାଇଲେ ତ୍ୱଚା ଉପରେ କୌଣସି କୁପ୍ରଭାବ ପଡେନାହିଁ । ମୁହଁକୁ ସଫା କରିବା ପାଇଁ ଫେସ୍‌ୱାସ୍‌ ବ୍ୟବହାର ନକରି , ଶୀତରେ ସମୟରେ କ୍ଲିନଜିଙ୍ଗ ମିଲ୍କରେ ତ୍ନଚା ପୋଛି ଦିଅନ୍ତୁ । ସ୍ନାନ ବେଳେ ତ୍ୱଚାକୁ ଧିରେ ଧିରେ ତଉଲିଆରେ ଘଷି ମଳି ବହାର କରିଦିଅନ୍ତୁ । ଶୀତରେ ନଖ ଉଷୁମ ପାଣିରେ ସ୍ନାନ କରନ୍ତୁ । ବେଶି ଗରମ ପାଣିରେ ସ୍ନାନ କରନ୍ତୁ ନାହିଁ । ଏହା ଦ୍ୱାରା ତ୍ୱଚାର ପ୍ରାକୃତିକ ତୈଳର ହ୍ରାସ ଘଟେ ।

ଚେହେରାରେ ଉଜ୍ଜ୍ୱଳତା ବଜାୟ ରଖିବାର ସବୁଠାରୁ ଭଲ ଉପାୟ ହେଉଛି ରାତିରେ ଅଲିଭ୍ ଅଏଲ ଲଗାଇବା । ଅଲିଭ୍ ଅଏଲ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ଖାଦ୍ୟ ସହ ଏହା ଚର୍ମ ଓ ଚୁଟିରେ ଅଲିଭ୍ ଅଏଲ ବ୍ୟବହାର କରାଯାଏ । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ ଯାହା ଆପଣଙ୍କ ଚର୍ମରେ ବାର୍ଦ୍ଧକ୍ୟର ଲକ୍ଷଣକୁ ଶୀଘ୍ର ଆଣିବାକୁ ଦିଏନାହିଁ । ଏହା ସହ ଶୀତଦିନେ ଏହାକୁ ମୁହଁରେ ଲଗାଇଲେ ଆପଣଙ୍କ ତ୍ୱଚା ଶୁଖିଲା ହୁଏ ନାହିଁ । ଅଲିଭ୍ ଅଏଲରେ ଭିଟାମିନ୍ ଏ, ଡି, ଇ ଓ କେ ଥାଏ । ଏହା ଚର୍ମ ପାଇଁ ବହୁତ ଲାଭଦାୟକ ଅଟେ। ଅଲିଭ୍ ଅଏଲରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ମଧ୍ୟ ଥାଏ। ଏହା ଚର୍ମ ପାଇଁ ସର୍ବୋତ୍ତମ ମଶ୍ଚରାଏଜର ଅଟେ । ଏହା ଚର୍ମ ଓ କେଶରେ ଉଜ୍ଜ୍ୱଳତା ଆଣିଥାଏ ।

ଯଦି ଆପଣଙ୍କ ଚର୍ମ ବହୁତ ଶୁଖିଲା ତାହେଲେ ଆପଣ ସିଧାସଳଖ ଚର୍ମ ଉପରେ ଅଲିଭ୍ ତେଲ ଲଗାଇ ପାରିବେ । ଯଦି ଆପଣ ଅନୁଭବ କରୁଛନ୍ତି ଯେ ଏହା ଲଗାଇବା ପରେ ଶୁଖଲା ଲାଗୁଛି ତାହେଲେ ମୁହଁ ଧୋଇବା ପରେ ଏହାକୁ ଲଗାନ୍ତୁ । ଏହା ଆପଣଙ୍କ ଚର୍ମର ଶୁଷ୍କତାକୁ ଶୋଷିବ। ଆପଣ ଅଲିଭ୍ ତେଲକୁ ମେକଅପ୍ ରିମୁଭର୍ ଭାବେ ମଧ୍ୟ ବ୍ୟବହାର କରିପାରିବେ । ଅଲିଭ୍ ତେଲ ଶୁଖିଲା ଚର୍ମ ପାଇଁ ଭଲ କିନ୍ତୁ ଏହାକୁ ଅଧିକ ବ୍ୟବହାର କରନ୍ତୁ ନାହିଁ । ଏହାକୁ ହାଲୁକା ଭାବରେ ପ୍ରୟୋଗ କଲେ ଆପଣ ଏହାକୁ ଟିସ୍ୟୁ ପେପର ମାଧ୍ୟମରେ ମଧ୍ୟ ପୋଛି ପାରିବେ । ଯଦି ଆପଣ କୌଣସି ଆଲର୍ଜି ଅନୁଭବ କରୁଛନ୍ତି ତେବେ ଏହାର ବ୍ୟବହାର କରନ୍ତୁ ।

ଚର୍ମ ଶୁଷ୍କ ନହେବା ପାଇଁ ଆପଣ ଚର୍ମକୁ ହାଇଡ୍ରେଟ୍ ରଖିବା ଜରୁରୀ। ମଶ୍ଚରାଇଜର ସୌନ୍ଦର୍ଯ୍ୟ ରୁଟିନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତେଣୁ ଏହା ଚର୍ମରେ ଆର୍ଦ୍ରତା ବଜାୟ ରଖିବା ପାଇଁ ବ୍ୟବହୃତ ହୋଇପାରେ। SPF ର ଅର୍ଥ ହେଉଛି ସୂର୍ଯ୍ୟ ସୁରକ୍ଷା କାରକ। SPF ପ୍ରତ୍ୟେକ ରୁଟିନ୍ ର ଏକ ଅଂଶ ହେବା ଉଚିତ୍। ଶୀତ ଦିନେ କମ୍ ଖରା ହୋଇଥାଏ କିନ୍ତୁ UV ରଶ୍ମି ଏହି ଋତୁରେ ଚର୍ମକୁ ନଷ୍ଟ କରିପାରେ। ଏଥିପାଇଁ ଆପଣ ଶୀତଦିନେ ସନ୍ସସ୍କ୍ରିନ୍ ବ୍ୟବହାର କରିପାରିବେ। ଶୀତଦିନେ ଚର୍ମ ଅତ୍ୟଧିକ ଶୁଷ୍କ ହୋଇଯାଏ। ସେଥିପାଇଁ ଆମକୁ ଫର୍ମୁଲା ଦରକାର ଯାହା ଚର୍ମରେ ଆର୍ଦ୍ରତା ବଜାୟ ରଖିବାରେ ସାହାଯ୍ୟ କରବି। ଯେତେବେଳେ ଶୀତ ଋତୁ ଆସେ, ସେତେବେଳେ ଆମେ ଏପରି ଏକ କ୍ଲିଜର୍ ବାଛିବା ଉଚିତ, ଯାହା ଆମ ଚର୍ମକୁ ସୁଟ କରିବ। ଅଧିକାଂଶ କ୍ଲିଜର୍ କ୍ରିମ୍ ଆଧାରିତ କାରଣ ତାହା ଚର୍ମକୁ ଶୁଷ୍କ କରିବାକୁ ଦିଏ ନାହିଁ ଏବଂ ଚର୍ମକୁ ପୋଷଣ କରେ।

ରୁପି ସମସ୍ୟା ଦୂର କରିଦେବ ତେଜପତ୍ର....

କମଳା ଖାଇବା ପରେ ଫିଙ୍ଗନ୍ତୁ ନାହିଁ କମଳା ଚୋପା , ଜାଣନ୍ତୁ ଏହାର ଉପକାରିତା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)