
ଆଜିକାଲି ସହରର ଅଧିକାଂଶ ଲୋକ ପ୍ୟାକେଟ୍ କ୍ଷୀର ହିଁ ପିଇଥାଆନ୍ତି l କାରଣ କିଛି ଲୋକଙ୍କ ପାଇଁ ଗାଈ କ୍ଷୀର ଉପଲବ୍ଧ ହୋଇ ନଥାଏ ଓ ଅନ୍ୟ କିଛି ଲୋକଙ୍କ ପାଇଁ ଏହା ଉପଲବ୍ଧ ଥିଲେ ମଧ୍ୟ, ସେମାନଙ୍କ ପାଖରେ ଏହାର ଗୁଣବତ୍ତାକୁ ନେଇ ପର୍ଯ୍ୟାପ୍ତ ଜ୍ଞାନ ହିଁ ନଥାଏ ଏବଂ ପ୍ୟାକେଟ୍ କ୍ଷୀର ସେମାନଙ୍କ ପାଇଁ ଉପଯୁକ୍ତ ବା ହାନିକାରକ ଏହାକୁ ନେଇ ମଧ୍ୟ ସେମାନେ ଅଜ୍ଞ ଥାଆନ୍ତି l ସେମାନଙ୍କୁ ଗାଈ କ୍ଷୀରର ଗୁଣ ବିଷୟରେ ଜଣା ହିଁ ନଥାଏl
ଜାଣିରଖନ୍ତୁ ଯେ, ଗାଈ କ୍ଷୀରରେ ଅନେକ ପୋଷକ ତତ୍ତ୍ୱ ରହିଥାଏ l ଏଥିରେ ପ୍ରଚୁର ପରିମାଣର ଲୌହ ଉପଲବ୍ଧ ହୋଇଥାଏ ତେଣୁ ଏହାକୁ ପିଇଲେ ଶରୀରକୁ ଆନେମିଆର ବିପଦ ରହିନଥାଏ l ଏହା ଛଡ଼ା ଏଥିରେ କ୍ୟାଲସିୟମ, ପ୍ରୋଟିନ, ମ୍ୟାଗନେସିୟମ, ଭିଟାମିନ ବି୧୨, ଭିଟାମିନ ବି୨ ମଧ୍ୟ ରହିଥାଏ l ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଜରୁରୀ ହୋଇଥାଏ l
ଗାଈ କ୍ଷୀରର ଫାଇଦା
୧. ଏହା ଆମ ଆଖି ପାଇଁ ଲାଭକାରୀ ହୋଇଥାଏ କାରଣ ଏଥିରେ କେରାଟିନ ରହିଥାଏ l
୨. ଏହା ହାଡ଼କୁ ମଜବୁତ ରଖିଥାଏ l କାରଣ ଗାଈ କ୍ଷୀର ବହୁତ ହାଲୁକା ହୋଇଥାଏ, ଯାହାକି ଜଲ୍ଦି ହଜମ ହୋଇଯାଇଥାଏ l ତେଣୁ ଏହା ଆମ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇ ଥାଏ l ଏଥି ସହିତ ଏହା ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ l
୩. ଗାଈ କ୍ଷୀରରେ ଓମେଗା-୩ ଓ ଫ୍ୟାଟି ଏସିଡ ଭରପୁର ରହିଥାଏ l ତେଣୁ ଏହାର ବ୍ୟବହାର କରିଲେ ହୃଦୟ ପାଇଁ ବହୁତ ଭଲ ହୋଇଥାଏ l
୪. ଗାଈ କ୍ଷୀର ତ୍ୱଚା ସମ୍ଭନ୍ଧୀୟ ସମସ୍ୟାକୁ ସୁଧାରିବାରେ ସହାୟକ ହୋଇଥାଏ l ଏହା ମୁହଁରେ ଥିବା କଳା ଦାଗକୁ ଦୂର କରିଥାଏ l
୫. ଏହା ଚର୍ମର PHକୁ ନିୟନ୍ତ୍ରଣ କରିଥାଏ l
୬. ଗାଈ କ୍ଷୀରର ନିୟମିତ ସେବନ ଦ୍ୱାରା ଟିବି ରୋଗୀମାନଙ୍କ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ l
୭. ଏହା କବ୍ଜ ଜନିତ ସମସ୍ୟାକୁ ଦୂର କରିଥାଏ l
୮. ଏହା ସହଜରେ ହଜମ ହୋଇଯାଇଥାଏ l ତେଣୁ ଏହା ପାଚନ ତନ୍ତ୍ରଜନିତ ସମସ୍ୟାକୁ ସମାଧାନ କରେ l
ଏସବୁ ଜାଣିବା ପରେ ଆସନ୍ତୁ ଆମେ ଗାଈ କ୍ଷୀର ନିୟମିତ ପିଇବା ପାଇଁ ପ୍ରୟାସ କରିବା ଏବଂ ସୁସ୍ୱାସ୍ଥ୍ୟର ଅଧିକାରୀ ହେବା l
Share your comments