1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମଧୁମେହ ପାଇଁ ପ୍ରଭାବଶାଳୀ ଏହି ପତ୍ର, ଆପଣ ଜାଣନ୍ତି କି ? ?

ଆଜିର ପରିବର୍ତ୍ତନଶୀଳ ଜୀବନ ଧାରା ଓ ଖାଦ୍ୟ ପାନୀୟ କାରଣରୁ ମଧୁମେହ ଏକ ସାଧାରଣ ସମସ୍ୟା ପାଲଟିଯାଇଛି l ଏହି ସମସ୍ୟା କେବଳ ଯେ ବୁଢାମାନଙ୍କୁ ଆକ୍ରାନ୍ତ କରୁଛି ତାହା ନୁହେଁ, ମାତ୍ର ଏହା ଯୁବପିଢ଼ିକୁ ମଧ୍ୟ ଚିନ୍ତାରେ ପକାଇ ସାରିଛି l ଆଜିର ସମୟରେ ଅଧିକାଂଶ ଲୋକ ଏହି ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ସାରିଛନ୍ତି l

Sugyan Kumar Nayak
Sugyan Kumar Nayak

ଆଜିର ପରିବର୍ତ୍ତନଶୀଳ ଜୀବନ ଧାରା ଓ ଖାଦ୍ୟ ପାନୀୟ କାରଣରୁ ମଧୁମେହ ଏକ ସାଧାରଣ ସମସ୍ୟା ପାଲଟିଯାଇଛି l ଏହି ସମସ୍ୟା କେବଳ ଯେ ବୁଢାମାନଙ୍କୁ ଆକ୍ରାନ୍ତ କରୁଛି ତାହା ନୁହେଁ, ମାତ୍ର ଏହା ଯୁବପିଢ଼ିକୁ ମଧ୍ୟ ଚିନ୍ତାରେ ପକାଇ ସାରିଛି l ଆଜିର ସମୟରେ ଅଧିକାଂଶ ଲୋକ ଏହି ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ସାରିଛନ୍ତି l ଯେଉଁ କାରଣରୁ ସେମାନଙ୍କୁ ପ୍ରତିଦିନ ନିୟମିତ ଭାବରେ ରକ୍ତରେ ଶର୍କରାର ପରିମାଣ ମାପିବାକୁ ପଡିଥାଏ ଓ ନିୟନ୍ତ୍ରଣ କରିବାକୁ ପଡ଼ିଥାଏ l ଆଜିର ଆଧୁନିକ ସମାଜରେ ମଧୁମେହର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l ତେଣୁ ଆଜି ଆମେ ମଧୁମେହ ସମସ୍ୟାରୁ ରକ୍ଷା ପାଇବାର ରାମବାଣ ନେଇ ଆସିଛୁ l କେବଳ ଆପଣମାନଙ୍କର ଚିନ୍ତା ଦୂର କରିବା ପାଇଁ l ତାହା ହେଉଛି ଅମରପୋଇ ପତ୍ର l

ଅମରପୋଇ ପତ୍ରକୁ ରୁଷି ପତ୍ର ମଧ୍ୟ କୁହାଯାଇଥାଏ l ଏହି ପତ୍ର ଅନେକ ଦିନରୁ ମଧୁମେହ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଆସୁଛି l ଅନେକ ଗବେଷଣାରୁ ଜଣା ଯାଇଛି ଯେ, ଅମରପୋଇ ପତ୍ରକୁ ଏକ ଜଡିବୁଟି ଭାବରେ ବ୍ୟବହାର କରାଯାଇଥାଏ l ଏହାର ପତ୍ର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l ଆପଣ ଏହି ପତ୍ରକୁ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ l ଏହାର ପତ୍ରକୁ ଚାହାରେ ପକାଇ ପିଆ ଯାଇପାରେ l ଏହା ସହିତ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଏହି ପତ୍ରକୁ ତରକାରୀରେ ମଧ୍ୟ ପକାଯାଇ ପାରିବ l ଏହା ଛଡା ଏହାର ପତ୍ରକୁ ଆପଣ ସିଧାସଳଖ ମଧ୍ୟ ଖାଇ ପାରିବେ l

ମଧୁମେହ ପାଇଁ ଲାଭ

ଅମରପୋଇ ପତ୍ରକୁ ନେଇ ଏକ କ୍ଲିନିକାଲ ଟ୍ରାଏଲ କରାଯାଇଥିଲା l ଯେଉଁଥିରେ ପାଖାପାଖି ୮୦ ଲୋକଙ୍କୁ ସାମିଲ କରାଯାଇଥିଲା l ଯେଉଁମାନଙ୍କୁ ମଧୁମେହର ସମସ୍ୟା ଥିଲା ଓ ଏହାର ନିୟନ୍ତ୍ରଣ କରିବା କଷ୍ଟ କର ଥିଲା l ଏହି ଲୋକମାନଙ୍କୁ ଅମରପୋଇ ପତ୍ର ଦିଆଗଲା ଓ ଏହାର ୨ ଘଣ୍ଟା ପରେ ଚମତ୍କାର ଦେଖିବାକୁ ମିଳିଥିଲା l ସେମାନଙ୍କର ରକ୍ତରେ ଶର୍କରାର ପରିମାଣ ବହୁତ କମି ଯାଇଥିଲା l ଜାଣି ରଖନ୍ତୁ ଯେ, ଏହି ପତ୍ର ରୋଷୀଗ୍ଲିଟାଜୋଲ ଔଷଧ ପରି କାମ କରିଥାଏ l ଅର୍ଥାତ ଏହା ମଧୁମେହ ରୋଗର ଔଷଧ ଅଟେ, ଯାହାକି ବ୍ଲଡ଼ ସୁଗାରକୁ ହ୍ରାସ କରିଥାଏ l

ତେବେ ଆପଣ ଯଦି ମଧୁମେହର ପୀଡ଼ିତ ତେବେ ଅମରପୋଇକୁ ଉପଯୋଗ କରନ୍ତୁ ଏବଂ ଅନ୍ୟମାନଙ୍କୁ ଏହା ବ୍ୟବହାର କରିବାକୁ ପରାମର୍ଶ ମଧ୍ୟ ଦିଅନ୍ତୁ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments