Health & Lifestyle

ସୁନ୍ଦର ଓଠ ପାଇଁ ହଳଦୀ

ସାଧାରଣତଃ ଫେସପ୍ୟାକ୍‌, ହେୟାର ପ୍ୟାକ୍‌ ,ସ୍କର୍ବ ପାଇଁ ହଳଦୀକୁ ବିଶେଷ ରୂପେ ବ୍ୟବହାର କରାଯାଇଥାଏ। କେବଳ ସେତିକି ନୁହେଁ ଓଠର କଳାପଣ, ଓଠ ଫାଟିବା ସମସ୍ୟା ଦୂର କରିବା ପାଇଁ ମଧ୍ୟ ହଳଦୀ କାମରେ ଆସିଥାଏ।

11 December, 2021 10:41 AM IST By: Sudesna Nayak

ପ୍ରାକୃତିକ ଗୁଣରେ ଭରପୁର ହଳଦୀ, ଖାଦ୍ୟର ସ୍ବାଦ,ରଙ୍ଗ ବଢାଇବା ସହିତ, ଉଭୟ ସ୍ବାସ୍ଥ୍ୟ ଏବଂ ତ୍ବଚା ପାଇଁ ମଧ୍ୟ ବହୁତ୍ ଉପକାରୀ । ହଳଦୀରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ , ତ୍ବଚା ପାଇଁ ବହୁତ୍ ଲାଭଦାୟକ । ସୁନ୍ଦର ତ୍ୱଚା ସହ ସୁନ୍ଦର ଓଠ ସମସ୍ତଙ୍କୁ ଦରକାର। ସେଥିପାଇଁ ଆମେ ବହୁତ କିଛି କସ୍‌ମେଟିକ ଜିନିଷ ବଜାରରୁ ଆଣି ବ୍ୟବହାର କରିଥାଉ। କେତେ କ’ଣ ଲଗାଇଥାଉ । କିନ୍ତୁ ପ୍ରାକୃତିକ ଉପାୟରେ ମଧ୍ୟ ଓଠ ସୁନ୍ଦର ହୋଇପାରିବ । ରୋଷେଇ ଘରେ ପ୍ରତିଦିନ ବ୍ୟବହାରରେ ଲାଗୁଥିବା ହଳଦୀ ଓଠର ସୁନ୍ଦରତାକୁ ଦ୍ୱିଗୁଣିତ କରିପାରିବ ।

ସାଧାରଣତଃ ଫେସପ୍ୟାକ୍‌, ହେୟାର ପ୍ୟାକ୍‌ ,ସ୍କର୍ବ ପାଇଁ ହଳଦୀକୁ ବିଶେଷ ରୂପେ ବ୍ୟବହାର କରାଯାଇଥାଏ । କେବଳ ସେତିକି ନୁହେଁ ଓଠର କଳାପଣ, ଓଠ ଫାଟିବା ସମସ୍ୟା ଦୂର କରିବା ପାଇଁ ମଧ୍ୟ ହଳଦୀ କାମରେ ଆସିଥାଏ ।

ପୁରୁଣା ଯୁଗକୁ ଆରମ୍ଭ କରି ଆଜି ଯାଏ, ସୁନ୍ଦରତା ପାଇଁ ହଳଦୀର ବ୍ୟବହାର ହୋଇ ଆସୁଛି । ଠିକ୍ ସେମିତି ଚେହେରା ଭଳି, ଓଠ ପାଇଁ ମଧ୍ୟ ବେଶ ଉପକାରୀ ହଳଦୀ ।

ହଳଦୀରେ ଥିବା ଅନେକ ଔଷଧୀୟ ଗୁଣ ଶରୀରପାଇଁ ଯେତିକି ଉପକାରୀ ତ୍ୱଚା ପାଇଁ ମଧ୍ୟ ସେତିକି ଲଭାଦାୟୀ । ଏହା ଆମ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଆମ ତ୍ୱଚାକୁ ଅଧିକ ଲାଭ ପଞ୍ଚାଇଥାଏ । ସେଥିପାଇଁ କିଛି ନାଚୁରାଲ ବିୟୁଟି ପ୍ରଡକ୍ଟ ପାଇଁ ଏହାକୁ ବ୍ୟବହାର କରାଯାଏ ।

ଶୀତ ଦିନ ରେ ଓଠ ଫାଟିବା ସହ ଆମ ଓଠ କଳା ପଡିଯାଇଥାଏ । ସେଥିପାଇଁ ହଳଦୀର ଲିପ ବାମ୍ ଏବଂ ସ୍କର୍ବ ଓଠ ପାଇଁ ବେଶ୍‌ ଲାଭଦାୟକ । ତେବେ ହଳଦୀ ଦ୍ୱାରା ଘରେ ବସି ଲିପ ବାମ୍ ଓ ସ୍କର୍ବ କିପରି ତିଆରି କରିପାରିବେ ଆସନ୍ତୁ ଜାଣିବା

ଲିପ ବାମ୍ ତିଆରି କରିବାର ପ୍ରଣାଳୀ

୨ ଚାମଚ ପେଟ୍ରୋଲିଅମ ଜେଲି ବା ଦେଶୀ ଘିଅରେ ଗୋଟିଏ ଚାମଚ ଗ୍ଲିସେରିନ୍‌, ୧ ଚାମଚ ମହୁ ସହ ଏଥିରେ କିଛି ଟି- ଟ୍ରି ଅୟଲ, ଏବଂ ଅଳ୍ପ କିଛି ହଳଦୀ ମିଶାଇ ୩ ଘଣ୍ଟା ଫ୍ରିଜରେ ରଖିଦିଅନ୍ତି । ଏହାପରେ ଏହି ପେଷ୍ଟକୁ ଆପଣ ଲିମ୍‌ ବାମ୍‌ ଭଳି ପ୍ରତିଦିନ ନିଜ ଓଠରେ ଲଗାଇପାରିବେ। ଶୀତ ଦିନେ ଏହି ଲିପ୍‌ବାମ୍‌କୁ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଓଠି ଫାଟିବା ସମସ୍ୟା ଦୂର ହୋଇଯିବ।

ଶୀତ ଦିନରେ ଏହି ଲିପ୍ ବାମକୁ ନିୟମିତ ଓଠରେ ଲଗାଇବା ଦ୍ବାରା, ଓଠ କମୋଳ ହେବା ସହିତ, ଓଠକୁ ଫାଟିବାକୁ ଦେଇ ନଥାଏ । ଏବଂ ଓଠରେ ପ୍ରାକୃତିକ ଚମକ ଆଣେ ।

ହାର୍ଟ ଏବଂ ବ୍ରେନ୍ ପାଇଁ ଲାଭଦାୟକ ନଡିଆ ତେଲ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)