Health & Lifestyle

ଶୀତ ଦିନେ ହଳଦୀ ଦୂର କରିଦେବ ଓଠ ଫଟା ସମସ୍ୟା...

ଶୀତ ଋତୁରେ ଓଠ ଫାଟିବା ଏକ ସାଧାରଣ ସମସ୍ୟା। ଓଠ ଡ୍ରାଏ ହେବା ସହ ଭୟଙ୍କର ଭାବେ ଫାଟିବାକୁ ଲାଗିଥାଏ । ଦେଖାଯାଏକି ଅଧିକାଂଶ ଝିଅ ମାନେ ଏଥିପାଇଁ ମହଙ୍ଗା ଲିପବାମ ବା କ୍ରିମ ବ୍ୟବହାର କରିଥାନ୍ତି । କିନ୍ତୁ ଏହାର କୌଣସି ଖାସ ଫରକ ପଡି ନଥାଏ ।ଓଠ ମୁହଁର ସୌନ୍ଦର୍ଯ୍ୟତା ବଢ଼ାଇଥାଏ ।

12 January, 2023 9:00 AM IST By: Priyambada Rana

ଶୀତ ଋତୁରେ ଓଠ ଫାଟିବା ଏକ ସାଧାରଣ ସମସ୍ୟା। ଓଠ ଡ୍ରାଏ(Dry lip) ହେବା ସହ ଭୟଙ୍କର ଭାବେ ଫାଟିବାକୁ ଲାଗିଥାଏ । ଦେଖାଯାଏକି ଅଧିକାଂଶ ଝିଅ ମାନେ ଏଥିପାଇଁ ମହଙ୍ଗା ଲିପବାମ(Lip Balm) ବା କ୍ରିମ ବ୍ୟବହାର କରିଥାନ୍ତି । କିନ୍ତୁ ଏହାର କୌଣସି ଖାସ ଫରକ ପଡି ନଥାଏ । ଠ ମୁହଁର ସୌନ୍ଦର୍ଯ୍ୟତା ବଢ଼ାଇଥାଏ ।

ସୁନ୍ଦର ଓଠ ସମସ୍ତଙ୍କୁ ଦରକାର । ତେଣୁ ଓଠର ସୌନ୍ଦର୍ଯ୍ୟତା ବୃଦ୍ଧି ପାଇଁ ଆମେ ବିଭିନ୍ନ ଉପାୟ ଆପଣେଇ ଥାଉ । କିପରି ଆମ ଓଠ ସୁନ୍ଦର ଦେଖାଯିବ । ସେଥିପାଇଁ ଆମେ ବହୁତ କିଛି କସ୍‌ମେଟିକ ଜିନିଷ ବଜାରରୁ ଆଣି ବ୍ୟବହାର କରିଥାଉ। କେତେ କ'ଣ ଲଗାଇଥାଉ। କିନ୍ତୁ ପ୍ରାକୃତିକ ଉପାୟରେ ମଧ୍ୟ ଓଠ ସୁନ୍ଦର ହୋଇପାରିବ।ହଳଦୀ ଓଠର ସୁନ୍ଦରତାକୁ ଦ୍ୱିଗୁଣିତ କରିପାରିବ। ପ୍ରତିଦିନ ରୋଷେଇରେ ବ୍ୟବହାର ହେଉଥିବା ହଳଦୀ ଶରୀରପାଇଁ ଯେତିକି ଉପକାରୀ ତ୍ୱଚା ପାଇଁ ମଧ୍ୟ ସେତିକି ଲାଭଦାୟୀ ।

ଶୀତ ଦିନରେ ଓଠ ଫାଟିବା ସହ ଆମ ଓଠ କଳା ପଡିଯାଇଥାଏ । ସେଥିପାଇଁ ହଳଦୀର ଲିପ ବାମ୍ ଏବଂ ସ୍କର୍ବ ଓଠ ପାଇଁ ବେଶ୍‌ ଲାଭଦାୟକ । ତେବେ ହଳଦୀ ଲିପ ବାମ୍ ଓ ସ୍କର୍ବ କିପରି ତିଆରି କରିପାରିବେ ଆସନ୍ତୁ ଜାଣିବା।

ପ୍ରଥମେ ଆମେ ଜାଣିବା ଲିପ ବାମ୍ ତିଆରି କରିବାର ପ୍ରଣାଳୀ-

୨ ଚାମଚ ଦେଶୀ ଘିଅରେ ଗୋଟିଏ ଚାମଚ ଗ୍ଲିସେରିନ୍‌, ୧ ଚାମଚ ମହୁ ସହ ତେଲ, ଏବଂ ଅଳ୍ପ କିଛି ହଳଦୀ ମିଶାଇ ୩ ଘଣ୍ଟା ଫ୍ରିଜରେ ରଖିଦିଅନ୍ତୁ । ଏହାପରେ ଏହି ପେଷ୍ଟକୁ ଆପଣ ଲିମ୍‌ ବାମ୍‌ ଭଳି ପ୍ରତିଦିନ ନିଜ ଓଠରେ ଲଗାଇପାରିବେ। ଏହି ଲିପ୍‌ ବାମ୍‌କୁ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଓଠି ଫାଟିବା ସମସ୍ୟା ଦୂର ହୋଇଯିବ।

ଏବେ ଜାଣିବା ଲିପ ସ୍କ୍ରବ ପ୍ରଣାଳୀ- 

ତେବେ ୧ ଚାମଚ ଲେମ୍ବୁ ରସ ସହ ଟିକିଏ ଚିନି, ଗ୍ରୀନ-ଟି' ପାଉଡର, ତେଲ, ହଳଦୀ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ ଆପଣ ସ୍କ୍ରବ ଭାବେ ସପ୍ତାହରେ ୩ ଥର ବ୍ୟବହାର କରିପାରିବେ। ଏହି ସ୍କ୍ରବ ଆପଣଙ୍କ ଓଠକୁ ନରମ ରଖିବାରେ ସାହାଯ୍ୟ କରିବ । ଆଉ ଆପଣଙ୍କ ଓଠ ପୂର୍ବ ଭଳି ଫାଟିବନି ଆଉ ସୁନ୍ଦର ଦେଖାଯିବ ।

ବଢ଼ିଲା ସୁନା ଦର, ଜାଣନ୍ତୁ ସୁନାର ମାର୍କେଟ ଦାମ...

ମହୁମାଛି ଚାଷ କରି ହୋଇପାରିବେ କୋଟିପତି, ଜାଣନ୍ତୁ ପ୍ରଣାଳୀ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)