1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଶୀତଦିନେ ଓଠକୁ ନରମ ଓ ଗୋଲାପୀ କିପରି କରିବେ? ଆପଣାନ୍ତୁ ଏହି ୪ଟି ସହଜ ଉପାୟ...

ଓଠକୁ ସୁନ୍ଦର ଏବଂ ନରମ କରିବା ପାଇଁ ପ୍ରଚୁର ପାଣି ପିଅନ୍ତୁ ।

Sudesna Nayak
Sudesna Nayak
lip care in winter tips

lip care in winter tips

ପ୍ରାୟତ ଶୀତ ଋତୁ (winter)ରେ ଓଠ ଫାଟିବା ଲୋକଙ୍କର ଏକ ସମସ୍ୟା ପାଲଟିଯାଏ । ଶରୀରରେ ଜଳୀୟଅଂଶ ଅଭାବ ହେଲେ ଓଠ ଫାଟିବା ସହିତ ଚର୍ମ ଶୁଷ୍କ ରହେ ବୋଲି ବୋଲି ଡାକ୍ତର ମତ ଦିଅନ୍ତି । ଓଠକୁ ସୁନ୍ଦର ଏବଂ ନରମ କରିବା ପାଇଁ ପ୍ରଚୁର ପାଣି ପିଅନ୍ତୁ ଏବଂ ତଳେ ଦିଆଯାଇଥିବା ଟିପ୍ସ ଗୁଡିକୁ ଅନୁସରଣ କରନ୍ତୁ।

ସୂଚନା ଅନୁଯାୟୀ, ଲାଲ ଓଠ ମୁହଁର ସୌନ୍ଦଯ୍ୟ ବୃଦ୍ଧି କରିଥାଏ । ସବୁଦିନ ଗୁଆ ଘିଅ (ghee)ମାରିଲେ ଧୀରେ ଧୀରେ ଆପଣଙ୍କ ଓଠ ଲାଲ ହୋଇଯିବ ।

ଓଠକୁ ସୁନ୍ଦର ଏବଂ ନରମ କରିବା ପାଇଁ ପ୍ରଚୁର ପରିମାଣରେ ଜଳ, ଫଳ ଏବଂ ପନିପରିବା ଖାଇବା ପ୍ରତି ଧ୍ୟାନ ଦିଅନ୍ତୁ । ଘର ବାହାରକୁ ଯିବାବେଳେ ତେଲିଆ ଲିପ୍ ଗାର୍ଡ ବ୍ୟବହାର କରନ୍ତୁ ।

ଖାସ୍‌ କରି ଶୀତଦିନେ (winter)ଓଠ (lip)ର ଦେଖାଶୁଣା ପାଇଁ ଆପଣ ହଳଦୀ ଲିପ୍‌ ବାମ୍‌ ବ୍ୟବହାର କରିପାରିବେ ।

ଏକ ଚାମଚ ଗ୍ଲିସେରିନ୍‌ (glycerin), ୧ ଚାମଚ ମହୁ, ହଳଦୀ ନିଅନ୍ତୁ । ଏ ସବୁକୁ ମିଶାଇ ଭଲ ଭାବେ ମିକ୍ସ କରି ନିଅନ୍ତୁ । ଏହି ମିଶ୍ରଣକୁ ନେଇ ଫ୍ରିଜ୍‌ରେ ରଖନ୍ତୁ । ୪ ଘଣ୍ଟା ଭିତରେ ଆପଣଙ୍କ ଲିପ୍‌ ବାମ୍‌ ପ୍ରସ୍ତୁତ ହୋଇଯିବ। ଏହାକୁ ଆପଣ ବ୍ୟବହାର କରିପାରିବେ ।

ପ୍ରକାଶ ଥାଉ ଯେ, ଯଦି ଆପଣଙ୍କର ଓଠ ଶୁଖିଲା  ଅଛି, ତେବେ ମ୍ୟାଟ୍ ଲିପଷ୍ଟିକ୍ (lipstick) ପ୍ରୟୋଗ କରିବା ପରିବର୍ତ୍ତେ, କ୍ରିମ୍ ଯୁକ୍ତ ଲିପଷ୍ଟିକ୍ ବ୍ୟବହାର କରନ୍ତୁ ।

ଧଳା ବାଳକୁ ନେଇ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ....

କମଳା ଖାଇବା ପରେ ଫିଙ୍ଗନ୍ତୁ ନାହିଁ କମଳା ଚୋପା , ଜାଣନ୍ତୁ ଏହାର ଉପକାରିତା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments